ନୂଆଦିଲ୍ଲୀ, ୨୧।୨: ବ୍ରିକ୍ସକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବଡ଼ ବୟାନ । ବ୍ରିକ୍ସ ଉପରେ ୧୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି ଟ୍ରମ୍ଫ । ସେ କହିଛନ୍ତି ଏହି ଧମକ ପରେ ବ୍ରିକ୍ସ ଅନ୍ସର୍ଗତ ଦେଶଗୁଡ଼ିକୁ ନେଇ ଗଠିତ ହୋଇଥିବା ସଂଗଠନ ଭାଙ୍ଗିଯାଇଛି । ସେ ଆହୁରି କହିଛନ୍ତି, ବ୍ରିକ୍ସଆମେରିକା ଡଲାରକୁ ଚ୍ୟାଲେଞ୍ଜ କରୁଛି, କିନ୍ତୁ କିଛି ଫାଇଦା ମିଳିବନି । ଟ୍ରମ୍ଫ କହିଛନ୍ତି ବ୍ରିକ୍ସ ସଂଗଠନ ଆମେରିକା ଡଲାରକୁ ଟାର୍ଗେଟ୍ କରିଛି । ଡଲାର ବଦଳରେ ନୂଆ ମୁଦ୍ରା ଆରମ୍ଭ କରିବାକୁ ଚାହୁଁଛି । ଯାହା ଟ୍ରମ୍ଫ ଧମକ ଦେଇ କହିଛନ୍ତି ଯେ, ବ୍କିକ୍ସ ଅନ୍ତର୍ଗତ ଦେଶ ମଧ୍ୟରୁ ଯେ କେହି ବି ନୂଆ ମୁଦ୍ରା ପାଇଁ ଆଲୋଚନା କରିବ ତା’ ଉପରେ ୧୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯିବ ।
କହିରଖୁ କି, ବ୍ରିକ୍ସ ସଂଗଠନରେ ବ୍ରାଜିଲ୍, ଋଷ୍, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥୋପିଆ, ଇରାନ ଏବଂ ସଂଞ୍ଜୁକ୍ତ ଆରବ ଅମିରାତ ଏହି ଦେଶଗୁଡ଼ିକ ସାମିଲ୍ । ଏହାଛଡ଼ା ତୁର୍କୀ, ଅଜରବୈଜାନ ଏବଂ ମାଲେସିଆ ଆଦି ଦେଶ ବ୍ରିକ୍ସ ସଦସ୍ୟ ହେବା ପାଇଁ ଆବେଦନ କରିଛନ୍ତି । ସେହିପରି ଅନ୍ୟ କିଛି ଦେଶ ଏଥିରେ ସାମିଲ ହେବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।
ଟ୍ରମ୍ଫ କହିଲେ ବ୍ରିକ୍ସ ଇଜ୍ ଡେଡ୍:
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ସଂଗଠନକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ବ୍ରିକ୍ସ ଆମେରିକୀୟ ଡଲାରର ବିକଳ୍ପ ବାହାର କରିପାରିବନାହିଁ । ଯଦି ବ୍ରିକ୍ସ ଦେଶ ଏଭଳି ପଦକ୍ଷେପ ନିଏ, ତେବେ ତାଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲାଗୁକରାଯିବ । ଟ୍ରମ୍ଫ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ରେ ପୋଷ୍ଟ କରି କହିଛନ୍ତି ଯେ, ବ୍ରିକ୍ସ ଦେଶ ଆମେରକୀୟ ଡଲାରକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି କଲେ ବ୍ରିକ୍ସ ଦେଶର ସାମଗ୍ରୀ ଉପରେ ଶହେ ପ୍ରତିଶତ ଟାରିଫ୍ ଲାଗୁହେବ ।
ନୂଆ ମୁଦ୍ରା ଆଣିବା ପଛରେ ବ୍ରିକ୍ସର ଉଦ୍ଦେଶ୍ୟ କ’ଣ ?
ଆମେରିକାର ଆକ୍ରାମକ ବୈଦେଶିକ ନୀତି ଓ ଯେସାକୁ ତେସା ନୀତି କାରଣରୁ ବ୍ରିକ୍ସ ଦେଶ ନୂଆ ମୁଦ୍ରା ଆଣିବାକୁ ଚେଷ୍ଟା କରୁଛି । ଆମେରିକା ଡଲାର ଓ ୟୁରୋ ଉପରେ ଆର୍ଥିକ ନିର୍ଭରତା କମ୍ କରି ନୂଆ ମୁଦ୍ରା ଆରମ୍ଭ କରିବାକୁ ଚାହୁଁଛି ।