ନୂଆଦିଲ୍ଲୀ, ୧୭।୨: ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ୫୦ରୁ ଅଧିକ ମାଗଣା ପ୍ରସାଦ ବ୍ୟବସ୍ଥାରହିଛି । ଶ୍ରଦ୍ଧାଳୁ ଖାଇବା ପରେ ବହୁ ପରିମାଣର ଖାଦ୍ୟବଳିପଡ଼ୁଛି । ଏହି ବଳକା ଖାଦ୍ୟକୁ ଉପଯୋଗ କରିବାକୁ ଉପଯୋଗ କରିବାକୁ ନିଆରା ଉପାୟ ଆପଣାଯାଇଛି । ଏହି ଖାଦ୍ୟକୁ କୁମ୍ଭର ସଫେଇକର୍ମୀଙ୍କ ସମେତ ୧୦ ହଜାର ପରିବାର ସଂଗ୍ରହ କରୁଛନ୍ତି । ବଳକା ଖାଦ୍ୟକୁ ସେମାନେ ସାଙ୍ଗରେ ନେଉଛନ୍ତି । କୁମ୍ଭରୁ ଫେରିବାବେଳେ ସାଙ୍ଗରେ ନେବା ପାଇଁ ସେମାନେ ଏହି ବଳକା ଖାଦ୍ୟକୁ ଶୁଖାଇ ଏକତ୍ର କରୁଛନ୍ତି । ଏହି ବଳକା ଖାଦ୍ୟ ଶହ ଶହ ଗୃହପାଳିତ ପଶୁଙ୍କ କ୍ଷୁଧା ମେଣ୍ଟାଇବ । ୩ ମାସ ପର୍ଯ୍ୟନ୍ତ ଗୋରୁଗାଈଙ୍କ ପାଇଁ ଖାଦ୍ୟ ଗଚ୍ଛିତ ରଖିବାକୁ ଯଥେଷ୍ଟ ଖାଦ୍ୟ ସଂଗ୍ରହ କରିବାକୁ ସଫେଇ କର୍ମୀମାନେ ଲକ୍ଷ୍ୟ ରଖିଛନ୍ତି ।
ମହାକୁମ୍ଭରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିହାରର ପ୍ରାୟ ୧୦ ହଜାର ପରିବାର ତମ୍ବୁରେ ରହୁଛନ୍ତି । ସେମାନେ ମେଳା ପରିସର ସଫା କରିବା ଏବଂ ଆଶ୍ରମ ଏବଂ ମଣ୍ଡପଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାରେ ସାହାଯ୍ୟ କରୁଛନ୍ତି । ଏହି ଶ୍ରମିକମାନେ ବଳକା ଖାଦ୍ୟ ସଂଗ୍ରହ କରନ୍ତି, ଯାହାକୁ ସେମାନେ ସେମାନଙ୍କ ତମ୍ବୁକୁ ଫେରାଇ ଆଣନ୍ତି । ଏହି ଖାଦ୍ୟକୁ ଚାଦରରେ ଶୁଖାଇ ପରବର୍ତ୍ତୀ ବ୍ୟବହାର ପାଇଁ ସଂରକ୍ଷଣ କରନ୍ତି । ଯେଉଁଠାରେ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି ଏବଂ ଏପରି ଖାଦ୍ୟ ଛାଡ଼ି ଯାଆନ୍ତି, ଯାହା ନଷ୍ଟ ହେବା ବଦଳରେ ପଶୁଙ୍କ କ୍ଷୁଧା ମେଣ୍ଟେ । ଗତ ଦେଢ଼ ମାସ ହେଲା ଅଧିକାଂଶ ସଫେଇକର୍ମୀ ଭଣ୍ଡାରା ଓ ଆଶ୍ରମ ତରଫରୁ ମିଳୁଥିବା ଖାଦ୍ୟ ଖାଇ ରହୁଛନ୍ତି । ଭଣ୍ଡାରାରୁ ମିଳୁଥିବା ଭଲ ଖାଦ୍ୟକୁ ନିଜେ ଖାଉଛନ୍ତି । ଟିକିଏ ଖରାପ ହୋଇଥିବା ଖାଦ୍ୟକୁ ତଳେ ପଲିଥିନ୍ ବିଛାଇ ଶୁଖାଉଛନ୍ତି । ସଫେଇକର୍ମୀଙ୍କୁ ଦୈନିକ ୪୦୦-୪୫୦ ଟଙ୍କା ମିଳୁଛି । ମହାକୁମ୍ଭରେ ମୋଟ୍ ୯ ହଜାର ୬୦୦ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ଏହି ପଦକ୍ଷେପ ମହାକୁମ୍ଭ ସମୟରେ ପରିବାର ଏବଂ ସେମାନଙ୍କ ପଶୁମାନଙ୍କ ପାଇଁ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରେ ।