ନୂଆଦିଲ୍ଲୀ : ଆମ ମଧ୍ୟରୁ ଅଧିକାଂଶ ଲୋକ ଅଫିସ ଯିବା ପାଇଁ ପ୍ରତିଦିନ କିଛି କିଲୋମିଟରର ଯାତ୍ରା କରିଥାନ୍ତି। କିଛି ଲୋକଙ୍କୁ ଏହି କଥା କହନ୍ତି ଯେ, ତାଙ୍କର ଅଫିସ୍ ଘର ଠାରୁ ୨୦ କିଲୋମିଟରରୁ ମଧ୍ୟ ଅଧିକ ଦୂର। ହେଲେ ଏହି ଭାରତୀୟ ବଂଶୋଦ୍ଭବ ମହିଳାଙ୍କର କାହାଣୀ ଶୁଣି ଆପଣଙ୍କୁ ବୋଧହୁଏ ଆପଣଙ୍କର ଅଫିସର ଦୂରତା କମ୍ ଲାଗିବ। ଏହି ମହିଳା ଜଣଙ୍କ ପ୍ରତିଦିନ ଅଫିସ ଯିବା ପାଇଁ ୫୦ ନୁହେଁ ୧୦୦ ନୁହଁ ବରଂ ୩୫୦ କିଲୋମିଟରର ଯାତ୍ରା କରିଥାନ୍ତି। ରାଚେଲ କୌର ଏୟାର ଏସିଆରେ ଆସିଷ୍ଟାଣ୍ଟ ମ୍ୟାନେଜରର କାମ କରନ୍ତି ଏବଂ ସେ ଦୁଇଟି ପିଲାର ମାଆ। ତାଙ୍କର କହିବାନୁସାରେ , ସେ ନିତି ବିମାନରେ ଏହି ଦୂରତା ଏଥିପାଇଁ ଯାତ୍ରା କରନ୍ତି , ଏହାକି ସେ ୱାର୍କ ଲାଇଫ୍ ବାଲାନ୍ସ କରି ପାରିବେ।
ରାଚେଲ କୌର ପ୍ରତିଦିନ ପେନାଙ୍ଗରୁ କୁଆଲାଲମପୁରର ବିମାନରେ ଯାତ୍ର କରନ୍ତି। ନିତି ଏତେ ଲମ୍ୱା ଦୂରତା ଯିବା ପାଇଁ ଲୋକେ ତାଙ୍କୁ ସୁପର ମମ୍ର ଆଖ୍ୟା ଦେଇଛନ୍ତି। ନିଜ ନିଷ୍ପତ୍ତି ବିଷୟରେ ଦର୍ଶାଇ ରାଚେଲ କୌର କୁହନ୍ତି, ସେ ନିଜର ପେଶାଦାର ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ବାଲାନ୍ସ ରଖିବା ପାଇଁ ଏମିତି କରନ୍ତି, ଯେଉଁଥିରେ ସେ ସନ୍ଧ୍ୟାରେ ନିଜର ପିଲାଙ୍କ ସହ ସମୟ ବିତାଇ ପାରିବେ। ସେ କୁହନ୍ତି, ଏହା ଏକ ଶସ୍ତା ଅପସନ ଏବଂ ତାଙ୍କର ଅଫିସ୍ର ପାଖରେ ଘର ଭଡ଼ା ନେବା ଠାରୁ ଏହା ଅଧିକ ଶସ୍ତା ଉପାୟ।
ରାଚେଲ କୁହନ୍ତି କି, ସେ ସକାଳ ୪ଟା ସମୟରେ ଦିନ ଆରମ୍ଭ କରନ୍ତି। ସକାଳ ୫ଟା ସୁଦ୍ଧା ସେ ଏୟାରପୋର୍ଟ ପାଇଁ ବାହାରି ଯାନ୍ତି ଏବଂ ସକାଳ ୭.୪୫ ଯାଏ ନିଜ ଅଫିସରେ ପହଞ୍ଚି ଯାଏ। ସେ କାମ ପରେ ରାତି ପାଖାପାଖି ୮ଟାରେ ଘରକୁ ଫେରନ୍ତି। ସେ କହିଛନ୍ତି କି, ଯାତ୍ରା ବେଳେ ସେ ମେଡିଟେସନ କରନ୍ତି ବା ମ୍ୟୁଜିକ୍ ଶୁଣନ୍ତି ଏବଂ ଚେଷ୍ଟା କରନ୍ତି କି, ଏହି ସମୟର ସଦୁପଯୋଗ କେମିତି କରିବେ।
ନ୍ୟୁଜ୍ -୧୮ ରାଚେଲଙ୍କ ଅନୁସାରେ ଦର୍ଶାଇଛି ଯେ, ସେ କୁହନ୍ତି, ମୋର ଦୁଇ ଜଣ ପିଲା ଅଛନ୍ତି। ମୋର ବଡ଼ ଝିଅ ୧୨ ବର୍ଷ ବୟସର ଓ ଛୋଟ ଝିଅର ୧୧ ବର୍ଷ । ସେମାନେ ମାଆଙ୍କର ଆବଶ୍ୟକତା ଅନୁଭବ ହେଉଛି। ଏହି ଉପାୟରେ ମଧ୍ୟ ପ୍ରତିଦିନ ଘର ଯାଇ ପାରୁଛି ଏବଂ ରାତିରେ ତାଙ୍କୁ ଭେଟି ପାରୁଛି।