ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଚାଉଳ ପରିବହନ ଖର୍ଚ୍ଚରେ ନାହିଁ ସମାନତା

Published By : Prameya | March 27, 2025 12:02 AM

ଜଗତସିଂହପୁର,୨୬/୩ : ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣ ନିମନ୍ତେ ପରିବହନ ଠିକାଦାର ଟେଣ୍ଡର୍‌ ଆହ୍ୱାନ ପ୍ରକ୍ରିୟା ଆରମ୍ଭରୁ ବାଧାପ୍ରାପ୍ତ ହୋଇଛି । କାଗଜପତ୍ର ପ୍ରସ୍ତୁତି ସମୟରେ କିଛିଟା ଭୁଲ୍‌ ରହିବାରୁ ଏବେ ସାନି ଟେଣ୍ଡର୍‌ ଡାକିଛି ଜିଲ୍ଲା ସମାଜ ମଙ୍ଗଳ ବିଭାଗ(ଡିଏସ୍‌ଡବ୍ଲୁଓ) । ଅପରପକ୍ଷେ ୨୦୨୧ ମସିହାରେ ଶେଷ ଥର ପାଇଁ ଏହି ଟେଣ୍ଡର୍‌ ଆହ୍ୱାନ କରାଯାଇଥିଲା । ସରକାରୀ ଧାର୍ଯ୍ୟ ପରିବହନ ଖର୍ଚ୍ଚ ଯଥେଷ୍ଟ କମ୍‌ ରହୁଥିବାରୁ ଠିକାଦାରମାନେ ଟେଣ୍ଡର୍‌ରେ ଅଂଶଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । ଯଦ୍ୱାରା ପ୍ରଶାସନ ୨୦୨୧ରେ ଚୂଡାନ୍ତ ହୋଇଥିବା ପରିବହନ ଠିକାଦାରଙ୍କୁ ପରବର୍ତ୍ତୀ ବର୍ଷରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣ ନିମନ୍ତେ ନବୀକରଣ କରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ । ୨୦୨୫-୨୬ ବର୍ଷରେ ଡକାଯାଇଥିବା ଟେଣ୍ଡର୍‌କୁ ଆସନ୍ତା ୯ ତାରିଖରେ ଖୋଲାଯାଇ ଚୂଡାନ୍ତ କରାଯିବ । ବର୍ଷିକିଆ ଅବଧି ନିମନ୍ତେ ପରିବହନ ଠିକାଦାରଙ୍କୁ ନିଯୁକ୍ତି ମିଳିଥାଏ ବୋଲି ଡିଏସ୍‌ଡବ୍ଲୁଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । 

ଡିଏସ୍‌ଡବ୍ଲୁଓ ବିଷ୍ଣୁପ୍ରିୟା ସେଠୀଙ୍କ ସୂଚନା ମୁତାବକ, ଜିଲ୍ଲା କ୍ଷେତ୍ରରେ ପୂର୍ବରୁ ୪ ଜଣ ପରିବହନ ଠିକାଦାର ନିଯୁକ୍ତ ହୋଇଥିଲେ । ଜଣେ ପରିବହନ ଠିକାଦାର ନିଜ ଆଡ଼ୁ ଓହରି ଯିବାରୁ ମାତ୍ର ତିନି ଜଣ ଠିକାଦାରଙ୍କ ଜରିଆରେ ବର୍ଷ ତମାମ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ପହଞ୍ଚା ଯାଉଥିଲା । ନିକଟରେ ଚଳିତ ବର୍ଷ ନିମନ୍ତେ ପରିବହନ ଠିକାଦାର ପାଇଁ ଟେଣ୍ଡର୍‌ ଡକାଯିବାକୁ ଥିଲା । ପ୍ରାରମ୍ଭରୁ କାଗଜପତ୍ରରେ କିଛିଟା ଭୁଲ୍‌ ଲେଖା ରହିବାରୁ ଏହାକୁ ବାତିଲ କରାଯାଇ ସାନି ଟେଣ୍ଡର୍‌ ଆହ୍ୱାନ ହୋଇଛି । ପ୍ରତି କ୍ୱିଣ୍ଟାଲ୍‌ ଚାଉଳ ନିମନ୍ତେ ପରିବହନ ଖର୍ଚ୍ଚ ରହିଛି ୭୫ ଟଙ୍କା ରଖିଛନ୍ତି ସରକାର । କିନ୍ତୁ ଏତେ ସ୍ୱଳ୍ପ ଟଙ୍କାର ଅଙ୍ଗନବାଡ଼ି କେନ୍ଦ୍ରରେ ଚାଉଳ ପହଞ୍ଚାଇବାକୁ ପରିବହନ ଠିକାଦାରମାନେ ଅରାଜି ହେବା ଆରମ୍ଭ କରିଥିଲେ । ସେଇ କାରଣରୁ ୨୦୨୦ ୨୧ରେ ପରିବହନ ଠିକାଦାର ଟେଣ୍ଡର୍‌ ଆହ୍ୱାନ କରାଯାଇଥିଲା । ପରବର୍ତ୍ତୀ ବର୍ଷଗୁଡ଼ିକରେ ଟେଣ୍ଡର୍‌ ଡକାଯାଇଥିଲେ ସୁଦ୍ଧା ଅଧିକ ଠିକାଦାର ଅଂଶଗ୍ରହଣ କରିନଥିଲେ । ଫଳରେ ପୂର୍ବର ତିନି ଜଣ ପରିବହନ ଠିକାଦାରଙ୍କ ଚୁକ୍ତିନାମାକୁ ନବୀକରଣ କରାଯାଇଥିବା ସ୍ୱୀକାର କରିଛନ୍ତି ଡିଏସ୍‌ଡବ୍ଲୁଓ ଶ୍ରୀମତୀ ସେଠୀ । 

ବର୍ତ୍ତମାନ ସମୟରେ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଚାଉଳ ଯୋଗାଣ ଦାୟିତ୍ୱରେ ରହିଛନ୍ତି ପରିବହନ ଠିକାଦାର ଦିଲୀପ କୁମାର ଲେଙ୍କା, ଆର୍ତ୍ତତ୍ରାଣ ପତି ଓ ନୃସିଂହ ଚରଣ ସାହାଣୀ । ଅପରପକ୍ଷେ ସରକାରୀ ଧାର୍ଯ୍ୟ ଚାଉଳ ପରିବହନ ଖର୍ଚ୍ଚ ବୃଦ୍ଧି ନେଇ ନିକଟରେ ପରିବହନ ଠିକାଦାରମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ଭବତଃ ସରକାର ଏହାକୁ ଗୁରୁତ୍ୱ ପ୍ରଦାନ କରି ଚଳିତ ବର୍ଷ ପାଇଁ ପରିବହନ ଖର୍ଚ୍ଚକୁ ପ୍ରତି କ୍ୱିଣ୍ଟାଲ ଚାଉଳ ପିଛା ୧୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ୭୫ରୁ ଏକକାଳୀନ ୧୫୦ ଟଙ୍କା ବଢିଥିବାରୁ ଚଳିତ ବର୍ଷର ଟେଣ୍ଡର୍‌ରେ ଅଧିକ ପରିବହନ ଠିକାଦାର ଭାଗ ନେଇପାରନ୍ତି ବୋଲି ଶ୍ରୀମତୀ ସେଠୀ କହିଛନ୍ତି । ଏପଟେ ଡିଏସ୍‌ଡବ୍ଲ ୁଓ ବିଭାଗର ଏପ୍ରକାର ସଫେଇକୁ ନେଇ ସାଧାରଣରେ କୌତୂହଳ ପ୍ରକାଶ ପାଇଛି । କାରଣ ଏବେ ବି ସ୍ୱଳ୍ପ ଅର୍ଥରେ ଜିଲ୍ଲାର ବିଭିନ୍ନ ବ୍ଲକ ନିମନ୍ତେ ଯୋଗାଣ ବିଭାଗ ଦ୍ୱାରା ନିଯୁକ୍ତ ପରିବହନ ଠିକାଦାରମାନେ ପ୍ରତି ଡିଲର୍‌ ପଏଣ୍ଟକୁ ଚାଉଳ ପରିବହନ କରୁଛନ୍ତି । ପିଡିଏସ୍‌ ବା ସାଧାରଣ ବଣ୍ଟନ ଯୋଜନାରେ ସାମିଲ ଜଣେ ପରିବହନ ଠିକାଦାରଙ୍କ କହିବା କଥା, ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ଡିଲର୍‌ ପଏଣ୍ଟକୁ କ୍ୱ ିଣ୍ଟାଲ ପିଛା ପାଖାପାଖି ୩୧ରୁ ୪୫ ଟଙ୍କା ପରିବହନ ଖର୍ଚ୍ଚରେ ଚାଉଳ ପହଞ୍ଚାଇ ଦିଆଯାଉଛି । ତା’ଛଡ଼ା ମଧ୍ୟାହ୍ନ ଭୋଜନ(ଏମ୍‌ଡିଏମ୍‌) ନିମନ୍ତେ ଉଦ୍ଦିଷ୍ଟ ଚାଉଳ ସ୍କୁଲ୍‌ମାନଙ୍କୁ ପହଞ୍ଚାଇବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପରିବହନ ଠିକାଦାରଙ୍କୁ ନିଯୁକ୍ତି ଦିଆଯାଇଥାଏ । ଏତଦ୍‌ଭିନ୍ନ ପୁଷ୍ଟିକର ଖାଦ୍ୟ ଯୋଜନା ବା ଏସ୍‌ଏନ୍‌ପି କ୍ଷେତ୍ରରେ ବି ପରିବହନ ଠିକାଦାର ନିଯୁକ୍ତ ହୋଇଛନ୍ତି । ଉଭୟ ଏସ୍‌ଏନ୍‌ପି ଓ ଏମ୍‌ଡିଏମ୍‌ ନିମନ୍ତେ ପ୍ରତି କ୍ବିଣ୍ଟାଲ୍‌ ଚାଉଳ ପରିବହନ ଖର୍ଚ୍ଚ ୭୫ ଟଙ୍କା ରହିଆସିଥିବା କୁହାଯାଉଛି । ଅର୍ଥାତ ପିଡିଏସ୍‌ ବ୍ୟବସ୍ଥାରେ ଯଦି ୩୦ରୁ ୪୫ ଟଙ୍କା ଖର୍ଚ୍ଚରେ ଚାଉଳ ବସ୍ତା ଡିଲର୍‌ କେନ୍ଦ୍ରକୁ ପହଞ୍ଚି ପାରୁଛି ତା’ହେଲେ ୭୫ ଟଙ୍କାରେ ଏହା କିଭଳି କ୍ଷତି ବୋଲି ଡିଏସ୍‌ଡବ୍ଲ ୁଓ ବିଭାଗ ଯୁକ୍ତି ରଖୁଛନ୍ତି ତାହା ସନ୍ଦେହର ବାତାବରଣ ଖେଳାଇଛି । ସୂଚନା ଥାଉ କି, ଜିଲ୍ଲାରେ ମୋଟ ୧୮୧୫ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.