ବାଲେଶ୍ୱର,୨୬/୩ : ବାଲେଶ୍ୱରକୁ ମଞ୍ଚ ନାଟକର ଏନ୍ତୁଡ଼ିଶାଳା କୁହାଯାଏ । ମଞ୍ଚ ନାଟକକୁ ରାଜ୍ୟସ୍ତରରେ ଲୋକପ୍ରିୟତା କରିବାରେ ଏକଦା ବାଲେଶ୍ୱରର କଳାକାର, ନାଟ୍ୟକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଯେଉଁଥିପାଇଁ ତତ୍କାଳୀନ ପ୍ରତିଷ୍ଠିତ ନାଟ୍ୟକାର, କଳାକାରମାନେ ବାଲେଶ୍ୱରକୁ ଛୁଟି ଆସୁଥିଲେ । ମାତ୍ର ଏବେ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ପ୍ରାଶାସନିକ ସ୍ତରରେ ଜିଲ୍ଲାକୁ ବାରମ୍ବାର ଅଣଦେଖା କରାଯାଉଛି । ଫଳରେ ଏବେ ମଞ୍ଚ ନାଟକର ଏନ୍ତୁଡ଼ିଶାଳାରେ ନିଷ୍ପ୍ରଭ ହୋଇଛି ମଞ୍ଚ ନାଟକ । ଏହା ସତ୍ତେ୍ୱ ସହରର କିଛି ନାଟ୍ୟାନୁଷ୍ଠାନ ଅତୀତ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏବେ ବି ସଂଘର୍ଷ ଜାରି ରଖିଛନ୍ତି ।
‘ବିଶ୍ୱ ନାଟ୍ୟ ଦିବସ’ ଅବସରରେ ବାଲେଶ୍ୱରର ରାଧାପ୍ରସନ୍ନ ଦାସଙ୍କ "ଓଡ଼ିଆ ଥିଏଟର' ୧୯୦୩ ମସିହାରେ ପ୍ରଥମ ଓଡ଼ିଆ ସମ୍ମିଳନୀରେ ନାଟକ ମଞ୍ଚସ୍ଥ କରି ପ୍ରଶଂସା ସାଉଁଟିଥିଲା । ରାଜ୍ୟର ପ୍ରଥମ "ନାରୀ ନାଟ୍ୟ ସଂସଦ' ଏହି ବାଲେଶ୍ୱରରେ ହିଁ ଝିଅ, ବୋହୂଙ୍କଠାରୁ ଆରମ୍ଭ କରି ସମସ୍ତେ ନାଟକ ଦେଖୁଥିଲେ । ଫଳରେ ରାଜ୍ୟର ସବୁ ନାଟ୍ୟ ସଂସ୍ଥା ବାଲେଶ୍ୱରରେ ନାଟକ ପରିବେଷଣ କରିବାକୁ ପ୍ରଥମ ପସନ୍ଦ କରୁଥିଲେ । ଏବେ କିନ୍ତୁ ସମୟ ବଦଳିଛି । ମଞ୍ଚ ନାଟକ ନିଜର ସ୍ଥିତି ବଞ୍ଚାଇ ରଖିବା ପାଇଁ ସଂଘର୍ଷ ଜାରି ରଖିଛି । ଆଗ ଭଳି ମଞ୍ଚ ନାଟକ ଆଉ ସହରବାସୀଙ୍କୁ ଆକୃଷ୍ଟ କରିପାରୁନି । ଏହାର ପ୍ରମୁଖ କାରଣ ହେଉଛି ମଞ୍ଚର ଅଭାବ । କଟକ, ଭୁବନେଶ୍ୱର କଥା ଛାଡ଼ନ୍ତୁ ବାଲେଶ୍ୱର ସମେତ ଅନ୍ୟ ଜିଲ୍ଲାରେ ନାଟକ ମଞ୍ଚସ୍ଥ କରିବା ପାଇଁ ସୁନ୍ଦର ସୁନ୍ଦର ମଞ୍ଚ ଅଛି ।
ମାତ୍ର ବାଲେଶ୍ୱରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ମଞ୍ଚ ନାଟକ ପରିବେଷଣ ପାଇଁ ଏଠାରେ ଭଲ ମଞ୍ଚଟିଏ ବି ନାହିଁ । ଯେଉଁ ଦୁଇଟି ମଞ୍ଚରେ ନାଟକ ପରିବେଷଣ ହେଉଛି ତାହା କେବଳ କାମଚଳା ପାଇଁ । ଏହା ବ୍ୟତୀତ ନାଟକ ମଞ୍ଚସ୍ଥ କରିବା ପାଇଁ ଲାଇଟ୍, ସାଉଣ୍ଡ, ଚିତ୍ରାଳୟ ବି ନାହିଁ । ସବୁ ଭୁବନେଶ୍ୱର କିମ୍ବା କଟକ ଉପରେ ନିର୍ଭର କରିବାକୁ ପଡ଼ୁଛି । ସବୁ ଜାଣିବି ଉଭୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଇଛନ୍ତି । ନିର୍ବାଚିତ ଲୋକପ୍ରତିନିଧିମାନେ ଏଥିପ୍ରତି ମଧ୍ୟ ଧ୍ୟାନ ଦେଉନାହାନ୍ତି । ଏହା ସତ୍ତେ୍ୱ ଯୁବଗୋଷ୍ଠୀଙ୍କୁ ନାଟକ ପ୍ରତି ଆକୃଷ୍ଟ କରିବା ପାଇଁ ସହରର ‘ଚନ୍ଦ୍ରଭାଗା’, "ସ୍ରଷ୍ଟା', "କଳାକାର', "ଶୋଭା', "ନାୟିକା' ଭଳି କେତେକ ନାଟ୍ୟ ସଂସ୍ଥା ନିଜର ଉଦ୍ୟମ ଜାରି ରଖିଛନ୍ତି । ଏହା ସତ୍ତେ୍ୱ ମଞ୍ଚ ନାଟକକୁ ଆଗେଇ ନେବା ପାଇଁ ଏଠାରେ ଉପଯୁକ୍ତ ଭିତ୍ତିଭୂମି ନାହିଁ । ନାଟକକୁ ବୃତ୍ତି କରିବାର ସୁଯୋଗ ନାହିଁ । ନାଟକ ଉପରେ ଶିକ୍ଷା ଗ୍ରହଣ କରିବାକୁ ଶିକ୍ଷାନୁଷ୍ଠାନ ନାହିଁ । ନାଟକ ପ୍ରତି ଯୁବଗୋଷ୍ଠୀକୁ ଆକୃଷ୍ଟ କରିବା ପାଇଁ ଅନୁକୂଳ ବାତାବରଣ ବି ନାହିଁ । ଫଳରେ ଜିଲ୍ଲାରେ ମଞ୍ଚ ନାଟକ ଏବେ ସ୍ଥିତି ବଞ୍ଚାଇ ରଖିବାକୁ ସଂଘର୍ଷ କରୁଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ ।
ହେମେନ୍ଦ୍ର ମହାପାତ୍ର, ନାଟ୍ୟକାର ତଥା ନାଟ୍ୟାନୁଷ୍ଠାନ "ସ୍ରଷ୍ଟା'ର ସାଧାରଣ ସମ୍ପାଦକ ବିଶ୍ୱ ନାଟ୍ୟ ଦିବସ ଆଜି ମଞ୍ଚ ନାଟକର ଇତିହାସଠାରୁ ଆରମ୍ଭ କରି ବର୍ତ୍ତମାନର ସ୍ଥିତି ପର୍ଯ୍ୟନ୍ତ ସମସ୍ତ କଥାକୁ ନେଇ ‘ପ୍ରମେୟ’ର ଏହି ସ୍ୱତନ୍ତ୍ର ଉପସ୍ଥାପନା । ଇଂରେଜ ସମୟରୁ ବାଲେଶ୍ୱରରେ ନାଟ୍ୟ ପରମ୍ପରା ଚାଲିଆସୁଛି । ସହରର ଘୋଷ ପରିବାର, ସରକାର ପରିବାର, ଦାସ ପରିବାର ପକ୍ଷରୁ ନିଜ ଅଗଣାରେ ନାଟ୍ୟ ମଞ୍ଚ ନିର୍ମାଣ କରୁଥିଲେ । ସେଠାରେ ବଙ୍ଗଳା ଭାଷାର ନାଟକ ମଞ୍ଚସ୍ଥ ହେଉଥିଲା । ଏହା ବ୍ୟତୀତ ସେମାନଙ୍କ "ପାରିବାରିକ ଥିଏଟର' ଥିଲା । ଏହି ଥିଏଟରରେ ମହିଳାମାନେ ଅଭିନୟ କରୁଥିଲେ । ସୁନହଟ୍ର ଓଡ଼ିଆ ଜମିଦାର ଗଠନ କରାଯାଇଥିଲା । ପୂର୍ବରୁ ବାଲେଶ୍ୱରରେ ମଞ୍ଚ ନାଟକକୁ ଭରପୂର ସମର୍ଥନ ମିଳୁଥିଲା । ଏଠାରେ ନାଟକ ମଞ୍ଚସ୍ଥ ହେଲେ ।