ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

‘୨୧ ପ୍ରତିଶ୍ରୁତିରୁ ୧୧ ପୂରଣ କରିସାରିଲେଣି ସରକାର; ପଛୁଆ ବର୍ଗଙ୍କ ପାଇଁ ନିଶ୍ଚୟ ଲାଗୁ ହେବ ସଂରକ୍ଷଣ’

Published By : Manash Sahoo | May 20, 2025 1:59 PM

ଭୁବନେଶ୍ୱର(ବ୍ୟୁରୋ) ୨୦/୦୫: ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିଶ୍ଚୟ ଲାଗୁ କରିବୁ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସଂରକ୍ଷଣ ୫୦% ଟପିବନି । ଏଥିପାଇଁ ୧୧.୨୫% ସଂରକ୍ଷଣ ଦେଇ ହେବ । ସୁପ୍ରିମକୋର୍ଟଙ୍କ ସିଲିଂ ଉଠିଲେ ପଛୁଆ ବର୍ଗଙ୍କ ସଂରକ୍ଷଣ ବଢ଼ାଇବୁ । ସଂକଳ୍ପପତ୍ରରେ ଦେଇଥିବା ୨୧ ପ୍ରତିଶ୍ରୁତିରୁ ୧୧ ପୂରଣ କରିସାରିଛୁ । ଖୁବଶୀଘ୍ର ଆଉ ୨ଟି ପୂରଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

ବିରୋଧୀଙ୍କୁ ଟାର୍ଗେଟ କରି ମନମୋହନ କହିଛନ୍ତି, କଂଗ୍ରେସ ଓ ବିଜେଡି ନେତାମାନେ ନିଜର ଇତିହାସକୁ ପଢ଼ନ୍ତୁ । ସଂରକ୍ଷଣ ନେଇ ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ବିଜେପି ସଂକଳ୍ପପତ୍ରରେ ଯାହା ଲେଖିଥିଲା, ତାହା ଧୀରେ ଧୀରେ ପୂରଣ କରୁଛି । ପୂର୍ବ ସରକାର ଛୋଟ ଛୋଟ ଘଟଣାକୁ ନେଇ ମାମଲା ଲଢ଼ୁଥିଲେ । କିନ୍ତୁ ପଛୁଆ ବର୍ଗ ପାଇଁ ଚିନ୍ତା ନଥିଲା । ବିଜେଡି ଓ କଂଗ୍ରେସର ତଥାକଥିତ ନେତାମାନେ ଭୁଲ ତଥ୍ୟ ଦେଉଛନ୍ତି । ବିଜେପି ପ୍ରତାରଣା ରାଜନୀତି କରୁନାହିଁ, ସ୍ୱଚ୍ଛ ରାଜନୀତି କରୁଛୁ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ୍ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ଏବେବି କ୍ଷମତା ନିଶା ଯାଇନି । ଅହଙ୍କାର ପାଇଁ ବିଜେଡି ହାରିଲା । ଆମେ କୌଣସି ପ୍ରଲୋଭନ ରାଜନୀତି କରିବୁନି । ଯାହା କରୁଛୁ ସେମାନେ ବିରୋଧ କରୁଛନ୍ତି । ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପ୍ରୟାସ ଜାରି ରହିବ । କେବଳ ସଂକଳ୍ପପତ୍ରରେ ସୀମିତ ରହିବୁନି, ଲୋକଙ୍କର ଆବଶ୍ୟକତା ପୂରଣ କରାଯିବ । ପଛୁଆ ବର୍ଗଙ୍କ ବିରୋଧରେ ବିଜୁ ବାବୁ ସୁପ୍ରିମକୋର୍ଟ ଯାଇଥିଲେ । ତେଣୁ ବିଜେଡିକୁ ଲୋକ ଗ୍ରହଣ କରିବା ସ୍ଥିତିରେ ଆଉ ନାହାନ୍ତି ବୋଲି ମନମୋହନ ସାମଲ କହିଛନ୍ତି । ଏହାଛଡ଼ା ସେ ଚିଟଫଣ୍ଡ କଥା ମଧ୍ୟ ଉଠାଇଛନ୍ତି । କାଗଜ ପତ୍ର ଖୋଜୁଛୁ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଚାଲିଛି ବୋଲି ମନମୋହନ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.