ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ : ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ

Published By : Prameya | May 20, 2025 4:07 PM

ଭୁବନେଶ୍ବର,୨୦।୫ : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ । ସଚିବଙ୍କ କ୍ଷମତା ଉପରେ ଅଙ୍କୁଶ ଲାଗିବ । ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବ ଚିଠି ଦେଇଛନ୍ତି । ଏହି ଚିଠି ଅନୁସାରେ କ୍ୟାବିନେଟ ବସିବାର ୫ ଦିନ ପୂର୍ବରୁ ତାରିଖ ଧାର୍ଯ୍ୟ ହେବ । ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବ ଫାଇଲ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବିନା କୌଣସି ପ୍ରସ୍ତାବ ବା ବିଷୟ କ୍ୟାବିନେଟ ଆଲୋଚନା ପାଇଁ ଉପସ୍ଥାପନ କରାଯିବନି ।

ଏଣିକି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ଉପସ୍ଥିତ ରହିବେ। ମାତ୍ର ସବୁ ସଚିବ କ୍ୟାବିନେଟ ବୈଠକ ଗୃହକୁ ଯିବେନି । କ୍ୟାବିନେଟ୍‌ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ବ୍ୟତୀତ ଅନ୍ୟ କେହିଁ ପ୍ରବେଶ କରିବେ ନାହିଁ । ଯେଉଁ ବିଭାଗର ପ୍ରସ୍ତାବ ଥିବ, ଆବଶ୍ୟକ ଥିଲେ ସେ ବିଭାଗ ସଚିବ ବୈଠକ କକ୍ଷକୁ ଯିବେ, ଏହା ପୂର୍ବରୁ ସେ ପାଖରେ କକ୍ଷକୁ ଯିବେ ।ପାରିତ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀଙ୍କ ଦାୟିତ୍ବ ରହିବ ।ବଡ଼ କଥା ହେଲା, କ୍ୟାବିନେଟ ବୈଠକରେ ପଚରା ନ ଗଲେ କୌଣସି ସଚିବ ନିଜ ଆଡୁ କିଛି କହିବେନି ।ପ୍ରସ୍ତାବ ବାବଦରେ ବିଭାଗୀୟ ମନ୍ତ୍ରୀ ବୈଠକରେ ସୂଚନା ଦେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.