ନୂଆଦିଲ୍ଲୀ,୧୦/୪ : ବିହାରରୁ ଆସିଲା ଛାତି ଥରାଇଲା ଭଳି ଘଟଣା । ବାପା ହତ୍ୟା କଲା ଜନ୍ମକଲା ଝିଅକୁ । ଏଭଳି ଏକ ଘଟଣା ନଜର ଆସିଛି ବିହାରର ସମସ୍ତୀପୁରରୁ । ଜନୈକ ବ୍ୟକ୍ତି ନିଜ ଝିଅକୁ ହତ୍ୟା କରିବାକୁ ପଛାଇ ନାହିଁ । ଝିଅକୁ ହତ୍ୟା କରିବା ଅଭିଯୋଗରେ ଉକ୍ତ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ପୋଲିସ ଗୁରୁବାର କହିଛି କି ଝିଅ ନିଜ ପ୍ରେମିକ ସହ ଦିଲ୍ଲୀ ପଳାଇଥିଲା । ୨୫ବର୍ଷୀୟ ସାକ୍ଷୀ ନାମକ ଯୁବତୀଙ୍କୁ ୭ଏପ୍ରିଲରେ ହତ୍ୟା କରାଯାଇଥିଲା ଏବଂ ତା’ର ମୃତଦେହ ଗତକାଲି ରାତିରେ ତାଙ୍କ ଘରୁ ବନ୍ଦ ବାଥରୁମରୁ ଜବତ ହୋଇଛି । କୁହାଯାଉଛି କି ଅଭିଯୁକ୍ତ ଜଣଙ୍କ ଅବସରପ୍ରାପ୍ତ ସେନା କର୍ମଚାରୀ।
ଅଭିଯୁକ୍ତ ଜଣଙ୍କ ହେଲା ମୁକେଶ ସିଂହ । ସାକ୍ଷୀଙ୍କ ମାମୁଁ ବିପିନ କୁମାର କହନ୍ତି ଯେ, ସେ ମାର୍ଚ୍ଚ ୪ତାରିଖରେ ତାଙ୍କ ପ୍ରେମିକଙ୍କ ସହ ଦିଲ୍ଲୀ ପଳାଇ ଆସିଥିଲେ । ଯିଏ ଅନ୍ୟ ଜାତିର ଥିଲେ ଏବଂ ତାଙ୍କ ଘର ପାଖରେ ରହୁଥିଲେ । ଦୁହେଁ ଏକାଠି କଲେଜ ଯାଉଥିଲେ ।