ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଦିଲ୍ଲୀର ଏକାଧିକ ସ୍ଥାନରେ ତାପମାତ୍ରା ୫୦ ନିକଟତର, ପାକ୍‌ର ମହେଞ୍ଜୋଦାରୋରେ ପାରଦ ୫୨ ପାର୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୨୯/୦୫ : ଭାରତର ଅଧିକାଂଶ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପରେ ଲୋକମାନେ ଛଟପଟ ହେଉଥିବା ବେଳେ ପୂର୍ବୋତ୍ତର ରାଜ୍ୟରେ ବାତ୍ୟା ରେମାଲ ପ୍ରଭାବରେ ବର୍ଷା ବିତ୍ପାତ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗ୍ରୀଷ୍ମ ପ୍ରବାହରେ ରାଜସ୍ଥାନରେ ଏପର୍ଯ୍ୟନ୍ତ ୪୮ ଜଣଙ୍କ ଜୀବନ ଯାଇଛି ଏବଂ ବର୍ଷା ବିତ୍ପାତ ଯୋଗୁ ମିଜୋରାମରେ ୨୭ ଜଣ ପ୍ରାଣ ହରାଇଛନ୍ତି ଏବଂ ଆହୁରି ଅନେକ ନିଖୋଜ ଅଛନ୍ତି । ରାଜସ୍ଥାନର ଚୁରୁ ମଙ୍ଗଳବାର ଲଗାତର ଦେଶର ସବୁଠୁ ଗରମ ସହର ହୋଇଛି । ଏଠାରେ ତାପମାତ୍ରା ୫୦.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି । ରବିବାର ଫଲୋଦିରେ ତାପମାତ୍ରା ୫୦ ଡିଗ୍ରୀରେ ପହଞ୍ଚିଥିଲା । 

ମେ ୩୦ ପରେ ଗରମରୁ ଆଶ୍ୱସ୍ତି ମିଳିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦିଲ୍ଲୀର ଏକାଧିକ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ନିକଟତର ହୋଇଛି । ମୁଙ୍ଗେସପୁର ଏବଂ ନରେଲାରେ ତାପମାତ୍ରା ୪୯.୯ ଡିଗ୍ରୀ ରେକର୍ଡ କରାଯାଇଛି । ସଫଦରଜଙ୍ଗରେ ତାପମାତ୍ରା ୪୮.୫ ଡିଗ୍ରୀ ରହିଥିଲା । ସୋମବାର ପଞ୍ଜାବରେ ୪୬ ବର୍ଷର ରେକର୍ଡ ଭାଙ୍ଗିଥିଲା । ପଞ୍ଜାବର ବଠିଣ୍ଡାରେ ସର୍ବାଧିକ ତାପମାତ୍ରା ୪୮.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା । ଏହା ପୂର୍ବରୁ ୧୯୭୮ରେ ରାଜ୍ୟର ଅମୃତସରରେ ତାପମାତ୍ରା ୪୭.୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ଝାନ୍ସିରେ ୧୩୨ ବର୍ଷ ପରେ ସୋମବାର ତାପମାତ୍ରା ୪୮.୧ ଡିଗ୍ରୀ ସେଲ୍‌ସିୟସ ରହିଥିଲା । ୧୮୯୨ରେ ଏଠାରେ ତାପମାତ୍ରା ୪୮.୧ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଆଗ୍ରାରେ ପାରଦ ୪୭.୮ ଡିଗ୍ରୀ ରହିଥିଲା । ୨୬ ବର୍ଷ ପୂର୍ବେ ଆଗ୍ରାରେ ସର୍ବାଧିକ ତାପମାତ୍ରା ୪୮.୬ରେ ପହଞ୍ଚିଥିଲା । ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ସୋମବାର ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ରାଜସ୍ଥାନରେ ଗତ ସପ୍ତାହରୁ ୪୮ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । 

ପାକିସ୍ତାନରେ ମଧ୍ୟ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ସ୍ଥିତି ବେକାବୁ ହୋଇଛି । ସିନ୍ଧ ପ୍ରଦେଶର ମହେଞ୍ଜୋଦାରୋରେ ସୋମବାର ତାପମାତ୍ରା ୫୨ ଡିଗ୍ରୀ ସେଲ୍‌ସିୟସ ଟପିଥିଲା । ଫଳରେ ଏହା ପାକିସ୍ତାନର ଚଳିତବର୍ଷର ସବୁଠୁ ଗରମ ଦିନର ରେକର୍ଡ କରିଛି । ଗ୍ରୀଷ୍ମ ପ୍ରବାହ ଭିତରେ ଏଠାରେ ବିଦ୍ୟୁତ୍‌କାଟ ସ୍ଥିତିକୁ ଆହୁରି ଦୟନୀୟ କରିଛି । ପ୍ରବଳ ଗରମ ଯୋଗୁ ଏଠାରେ ଥିବା ଦୋକାନ ବଜାର ବି ବନ୍ଦ କରାଯାଇଛି । ଲୋକେ ବି ଘରୁ ବାହାରି ଦୋକାନକୁ ଯାଇପାରୁନାହାନ୍ତି । ଆହୁରି କିଛି ଦିନ ପାକିସ୍ତାନରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଏଠାକାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମହେଞ୍ଜୋଦାରୋରେ ସାଧାରଣତଃ ଅଧିକ ଗରମ, ହାଲୁକା ଥଣ୍ଡା ଏବଂ କମ୍‌ ବର୍ଷା ହୋଇଥାଏ । ସୋମବାରର ତାପମାତ୍ରା ପାକିସ୍ତାନ ଇତିହାସରେ ସବୁଠୁ ଉତ୍ତପ୍ତ ତୃତୀୟ ଦିନ ଭାବେ ରେକର୍ଡ କରିଛି । ଏହା ପୂର୍ବରୁ ୨୦୧୭ରେ ପାକିସ୍ତାନରେ ପାରଦ ୫୪ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିଥିଲା । ଲଗାତର ତୃତୀୟ ବର୍ଷ ପାଇଁ ଏସିଆରେ ଘାତକ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏଲ୍‌ ନିନୋ ଯୋଗୁ ଏପରି ହୋଇଥିବା କୁହାଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.