ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଦାନ୍ତ ପାଇଁ ଦାମ୍ପତ୍ୟରେ ଫାଟ: ଘରୁ ତଡ଼ିଦେଲା ସ୍ୱାମୀ, ଥାନାରେ ନବବଧୂଙ୍କ ଧାରଣା

ପୁରୀ,୦୭/୦୯: ବେଦୀରେ ବସି ବିବାହ କରିଥିଲେ । ଅଗ୍ନିକୁ ସାକ୍ଷୀ ରଖି  ସାତ ଜନ୍ମ ପାଇଁ ହାତ ଧରିଥିଲେ । ହେଲେ ଘରକୁ ନେଇ ଦେଖିଲେ ନବବଧୂର ଗୋଟିଏ ଦାନ୍ତ ନାହିଁ । ଆଉ ଏହାପରେ ସୃଷ୍ଟି ହେଲା ସମ୍ପର୍କରେ ଫାଟ । ଦାନ୍ତ ପାଇଁ ଲାଗିଲା ଦାମ୍ପତ୍ୟ କଳହ । ଦେଢ଼ମାସ କାଳ ନିର୍ଯାତନା ଦେଇ ନବବଧୂକୁ  ଘରୁ ତଡ଼ିଦେଲା ସ୍ୱାମୀ । ଶେଷରେ ଥାନାରେ ସୁରକ୍ଷା ଲୋଡ଼ିଲେ ନବବଧୂ । ବୁଧବାର କୋଣାର୍କ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । 

ନବବଧୂଙ୍କ ବାପଘର ରାମଚଣ୍ଡୀ ଥାନା ଅଞ୍ଚଳରେ ହୋଇଥିବାବେଳେ କୋଣାର୍କ  ଥାନା ଅଞ୍ଚଳରେ ତାଙ୍କ ଶାଶୂଘର । ଦେଢ଼ମାସ ତଳେ ହୋଇଥିଲା ଏହି ବିବାହ ।  ବିବାହ ପୂର୍ବରୁ ବର ପକ୍ଷ କନ୍ୟା ଘରକୁ ଯାଇ ଦେଖାସାକ୍ଷାତ କରିଥିଲେ । ଦୁଇ  ପକ୍ଷର ବନ୍ଧୁ ପରସ୍ପରକୁ ଚିହ୍ନବା ପରେ ବେଦିରେ ପଡ଼ିଥିଲା ହାତଗଣ୍ଠି । ବିବାହ ପାଇଁ  ମହିଳାଙ୍କ ବାପା ଜମି ମଧ୍ୟ ବିକ୍ରି କରିଥିଲେ । ଜମି ବିକ୍ରି ଟଙ୍କାରେ ଯୌତୁକ ଦେଇ  ସେ ଝିଅକୁ ଶାଶୂଘର ପଠାଇଥିଲେ ।  ହେଲେ ବିବାହର ଗୋଟିଏ ଦିନ ପରେ  ନିର୍ଯାତନା ଆରମ୍ଭ ହୋଇଥିଲା ବୋଲି  କହିଛନ୍ତି ପୀଡ଼ିତା । ତାଙ୍କର ଗୋଟିଏ ଦାନ୍ତ  ନାହିଁ ବୋଲି ଜାଣିବାକୁ ପାଇଥିଲେ ଶାଶୂଘର ଲୋକେ । ଏହାପରେ ନବବଧୂଙ୍କୁ  ମାନସିକ ନିର୍ଯାତନା ଦିଆଯିବା ଆରମ୍ଭ ହୋଇଥିଲା । ଏହାପରେ ବାପଘର ଲୋକେ  ପହଞ୍ଚି ସମାଧାନ ପାଇଁ ଆଲୋଚନା କରିଥିଲେ । ଏହି ସମୟରେ ଅଧିକ ଯୌତୁକ  ଦାବି କରିଥିଲେ ଶାଶୂଘର ଲୋକେ । ଡାକ୍ତରଖାନାରେ ଡାକ୍ତରଙ୍କ ସହ କଥା ହୋଇଛୁ,  ଖୁବ୍‌ଶୀଘ୍ର ୧୦ ହଜାର ଟଙ୍କା ଖର୍ଚ୍ଚ କରି ଏକ ନକଲି ଦାନ୍ତ ଲଗାଇ ଦେବୁ ବୋଲି ବାପଘର  ଲୋକେ କହିଥିଲେ । ହେଲେ ଏଥିରେ ବି ଶାଶୂଘର ଲୋକଙ୍କ ମନ ବୁଝି ନଥିଲା । 

ପ୍ରତିଦିନ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ନବବଧୂ ଜଣକ  ଅଭିଯୋଗ କରିଛନ୍ତି । ୧ ଲକ୍ଷ ଟଙ୍କା ଦେଇ ତାଙ୍କୁ ବାପଘରକୁ ତଡ଼ିବାବେଳେ ପ୍ରତିବାଦ  ଜଣାଇଥିଲେ ନବବଧୂ । ଦେଢ଼ମାସ କାଳ ନିର୍ଯାତନା ପରେ କିଛି ଭଦ୍ରଲୋକେ ଏଥିରେ  ହସ୍ତକ୍ଷେପ କରିଥିଲେ । ୧ ଲକ୍ଷ ବଦଳରେ ୫ ଲକ୍ଷ ଟଙ୍କା ଦେଲେ ନବବଧୂଙ୍କୁ ଅନ୍ୟତ୍ର  ବିବାହ କରାଯାଇ ପାରିବ ବୋଲି ଭଦ୍ରଲୋକେ ମତ ଦେଇଥିଲେ । ହେଲେ ଶାଶୂଘର  ଲୋକେ ଏଥିରେ ନାରାଜ୍‌ ହୋଇଥିଲେ ବୋଲି ପୀଡ଼ିତା କହିଛନ୍ତି । ବୁଧବାର ସ୍ୱାମୀ  ସହ ଶାଶୂଘର ଲୋକେ ନବବଧୂଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ । ଏହାପରେ  ନବବଧୂ ଜଣକ ଚାଲି ଚାଲି କୋଣାର୍କ ଥାକୁ ଆସି ଧାରଣା ଦେଇଛନ୍ତି । ମୋ ଶାଶୂଘର  ଲୋକଙ୍କୁ ବୁଝାଇ ମୋତେ ସ୍ୱାମୀଙ୍କ ପାଖକୁ ପଠାଇଦିଅ ବୋଲି ପୁଲିସ ପାଖରେ  ନବବଧୂ ଜଣକ ନେହୁରା ହୋଇଛନ୍ତି । ପୁଲିସ ଶାଶୂଘର ଲୋକଙ୍କୁ ଡକାଇଥିଲେ  ବି ରାତି ସୁଧା କେହି ଥାନାକୁ ଆସିନଥିବା ଜଣାପଡ଼ିଛି । ଏନେଇ ଆଇଆଇସି  ପଞ୍ଚାନନ ପରିଡ଼ା କହିଛନ୍ତି ଯେ, ଶାଶୂଘର ଲୋକଙ୍କୁ ବୁଝାଇବାକୁ ପୀଡ଼ିତା ଦାବି  କରୁଛନ୍ତି । ଦୁଇପକ୍ଷ ଆଲୋଚନା ପରେ ଯଦି ଶାଶୂଘର ଲୋକେ ନବୁଝିବେ ତେବେ  ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.