ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

କିଶୋରଙ୍କ ପ୍ରେମକୁ ଦଣ୍ଡ ଦେବା ପରିବର୍ତ୍ତେ ସ୍ୱୀକୃତି ଦେବା ଉଚିତ୍: ଦିଲ୍ଲୀ ହାଇକୋର୍ଟ

Published By : Prameya | February 20, 2025 2:04 PM

ନୂଆଦିଲ୍ଲୀ, ୨୦।୨: କିଶୋରମାନଙ୍କ ମଧ୍ୟରେ ପ୍ରେମ ସ୍ୱାଭାବିକ । ପ୍ରେମକୁ ଦଣ୍ଡ ଦେବା ପରିବର୍ତ୍ତେ ସ୍ବାଧୀନ ହେବା ଉଚିତ୍ । କିଶୋରମାନଙ୍କୁ ଅପରାଧୀକରଣର ଭୟ ବିନା ନିଜ ଭାବନା ପ୍ରକାଶ କରିବାକୁ ଦିଆଯାଉ । କିଶୋର ପ୍ରେମକୁ ସ୍ବୀକାର କରିବାକୁ ଆଇନ ବିକଶିତ ହେବା ଉଚିତ୍ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ । କିଶୋର ପ୍ରେମ ସହ ଜଡ଼ିତ ଅପରାଧିକ ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ଜସମିତ ସିଂହ ଗୁରୁତ୍ୱାରୋପ କରି କହିଥିଲେ ଯେ, କିଶୋରମାନଙ୍କ ମଧ୍ୟରେ ପ୍ରେମ ସ୍ୱାଭାବିକ । ତେଣୁ ଏହାକୁ ଦଣ୍ଡ ଦେବା ପରିବର୍ତ୍ତେ, ସମ୍ମାନ ଏବଂ ସହମତିରେ ଗଠିତ ସମ୍ପର୍କକୁ ସ୍ୱୀକୃତି ଦିଆଯିବା ଉଚିତ୍ । ସେ କହିଥିଲେ ଯେ, କିଶୋରମାନଙ୍କୁ ଅପରାଧୀକରଣର ଭୟ ବିନା ନିଜର ଭାବନା ପ୍ରକାଶ କରିବାକୁ ଏବଂ ସମ୍ପର୍କ ଗଠନ କରିବାକୁ ଅନୁମତି ଦିଆଯିବା ଉଚିତ୍ ।

ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରିବା ବେଳେ କହିଛନ୍ତି ଯେ, କିଶୋରମାନଙ୍କର ଦୁଷ୍କର୍ମ ଆଇନର ଭୟ ବିନା ସହମତିକ୍ରମେ ପ୍ରେମ ସମ୍ପର୍କରେ ଲିପ୍ତ ହେବାର ସ୍ବାଧୀନତା ରହିବା ଉଚିତ୍ । କେହି ଯଦି ୧୮ ବର୍ଷରୁ କମ୍ ବୟସର ହୋଇଥାନ୍ତି, ତେବେ ଏଭଳି ସମ୍ପର୍କକୁ ଆଇନ ଅପରାଧ ବୋଲି ବିବେଚନା କରେ । ଜଷ୍ଟିସ ଜସମିତ୍‌ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେଷ କିଶୋର ବୟସରେ ସହମତିକ୍ରମେ ଯୌନ ସମ୍ପର୍କ ରଖିବାକୁ ମଧ୍ୟ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ, ୨୦୧୨ (ପୋକ୍ସୋ ଆକ୍ଟ) ଅଧୀନରେ ଅପରାଧ ଘୋଷଣା କରାଯାଇଛି । କିଶୋର ପ୍ରେମକୁ ସ୍ବୀକାର କରିବା ପାଇଁ ଆଇନ ବିକଶିତ ହେବା ଉଚିତ୍ ବୋଲି ବିଚାରପତି ମତ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.