ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ସୁପର-୮ ମୁକାବିଲା: ବାଂଲାଦେଶକୁ ୫୦ ରନ୍‌ରେ ହରାଇଲା ଭାରତ, ସେମିଫାଇନାଲ୍ ଏଣ୍ଟ୍ରି ନିଶ୍ଚିତ !

ଆଣ୍ଟିଗୁଆ: ଟି-୨୦ ବିଶ୍ବକପର ସୁପର-୮ ମୁକାବିଲାରେ ଲାଗାତର ଦ୍ବିତୀୟ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ବଂଲାଦେଶକୁ ୫୦ ରନ୍‌ରେ ମାତ ଦେଇଛି ରୋହିତ ବାହିନୀ । ୧୯୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୪୬ ରନ୍‌ କରିପାରିଛି । ବ୍ୟାଟିଂ ପରେ ବୋଲିଂରେ ଭାରତ ଦମଦାର ପ୍ରଦର୍ଶନ କରିଛି । କୁଲଦୀପ ଯାଦବ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ଏବଂ ଜସପ୍ରୀତ ବୁମରା ଦୁଇଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ତେବେ ବୃହତ୍ତ ବିଜୟ ସହ ଟିମ୍‌ ଇଣ୍ଡିଆ ବିଶ୍ବକପ୍‌ ସେମିଫାଇନାଲଲେ ପ୍ରବେଶ କରିବାକୁ ପଥ ପରିଷ୍କାର କରିଛି । 

 ଆଜି ବାଂଲାଦେଶ ବଡ଼ ସ୍କୋରର ପିଛା କରିବାକୁ ଯାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି । ଟିମ୍‌ର ନଜମୋଲ ହୁସେନ ଶାଣ୍ଟୋ ସର୍ବାଧିକ ୪୦ ରନ୍‌ କରିଛନ୍ତି । ସେହିଭଳି ଲିଟନ ଦାସ (୧୩), ତାନଜିଦ୍‌ ହାସନ (୨୯), ତୋହିଦ ହୃଦୟ (୪), ଶାକିବ ଅଲ ହାସନ (୧୧), ମହମଦୁଲ୍ଲାହ (୧୩), ଜାକର ଅଲି (୧), ରିଶାଦ ହୋସେନ (୨୪), ମେହେଦି ହାସନ (୫*), ତାଞ୍ଜିମ ହାସନ (୧*)ଙ୍କ ବଳରେ ବାଂଲଦେଶ କେବଳ ୧୪୬ ରନ୍‌ କରିପାରିଛି ।  

 ଆଜିର ମ୍ୟାଚରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍‌ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୯୬ ରନ୍‌ କରିଥିଲା । ବାଂଲାଦେଶକୁ ୧୯୭ ରନ୍‌ର ଟାର୍ଗେଟ ଦେଇଥିଲା ଭାରତ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ କରିଥିଲେ । ୨୭ ବଲ୍‌ରେ ଅପରାଜିତ ଅର୍ଦ୍ଧଶତକ କରିବା ସହ ଦଳୀୟ ସ୍କୋରରେ ବଡ଼ ପରିବର୍ତ୍ତନ କରିଥିଲେ । ହାର୍ଦ୍ଦିକଙ୍କ ଅପରାଜିତ ୫୦ ରନ୍‌ ସମେତ ରୋହିତ ଶର୍ମା (୨୩), ବିରାଟ କୋହଲି (୩୭), ଋଷଭ ପନ୍ତ (୩୬), ସୂର୍ଯ୍ୟକୁମାର ଯାଦବ (୬), ଶିବମ ଦୁବେ (୩୪) ଏବଂ ଅକ୍ଷର ପଟେଲଙ୍କ ୨ ରନ୍ ବଳରେ ଟିମ୍‌ ଇଣ୍ଡିଆ ବଡ଼ ସ୍କୋର କରିଥିଲା । ଏହା ସହ ୫୦ ରନ୍‌ରେ ମ୍ୟାଚ୍‌କୁ ଜିତିନେଇଛି ଭାରତ । 

 

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.