ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଦରମା ନମିଳିବାରୁ ଆତ୍ମହତ୍ୟା କଲେ ଶିକ୍ଷୟତ୍ରୀ; ତଦନ୍ତ ନିର୍ଦ୍ଦେଶ ଦେଲେ ଶିକ୍ଷାମନ୍ତ୍ରୀ

Published By : Bijay Swain | February 20, 2025 9:08 PM

Image courtesy: indiatoday

ନୂଆଦୀଲ୍ଲି: କେରଳର ଜଣେ ସ୍କୁଲ ଶିକ୍ଷୟତ୍ରୀଙ୍କୁ ଦୀର୍ଘ ପାଞ୍ଚ ବର୍ଷ ହେବ ଦରମା ନମିଳିବାରୁ ଆତ୍ମହତ୍ୟା କରିଦେଇଛନ୍ତି। ମୃତ ଶିକ୍ଷୟତ୍ରୀଙ୍କ ନାମ ଆଲିନା ବେନି ବୋଲି ଜଣା ପଡିଛି। ତେବେ ଏହି ୩୦ ବର୍ଷିୟା ମହିଳା କୋଜିକୋଡ ଜିଲ୍ଲାରେ ଥିବା ଏକ କ୍ୟଥୋଲିକ ଚନ ସ୍କୁଲରେ ଶିକ୍ଷା ଦାନ କରୁଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ କେରଳ ଶିକ୍ଷାମନ୍ତ୍ରୀ ଭି ଶିବନକୁଟ୍ଟୀ ଏ ସମ୍ପର୍କରେ ଏକ ତଦନ୍ତ କମିଟି ଗଠନ କରିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

କୋଡେନଚେରୀର ଥିବା ସେଣ୍ଟ ଜୋସେଫ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିବା ଆଲିନାଙ୍କୁ ଗୁରୁବାର ଦିନ କାଟିପାରାସ୍ଥିତ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସରକାରୀ ସହାୟତା ପ୍ରାପ୍ତ ଏହି ପ୍ରତିଷ୍ଠାନଟି ଥାମାରାସେରୀର କ୍ୟାଥୋଲିକ ଡାୟୋସିସ୍ ଦ୍ୱାରା ପରିଚାଳିତ ହେଉଥିଲା।

ସେ ନିଜ ପାଞ୍ଚ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୧୦୦ ଟଙ୍କା ମଧ୍ୟ ଦରମା ପାଇ ନାହାନ୍ତି ବୋଲି ବେନିଙ୍କ ବାପା ଅଭିଯୋଗ କରିଛନ୍ତି। “ବେନି କାମ କରୁଥିବା ପୋଷ୍ଟକୁ ସ୍ଥାୟି କରିବା ପାଇଁ ଆମେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଛୁ। ତେବେ ତାକୁ ବହିଷ୍କାର ପରେ ଏକ ଖାଲି ଥିବା ଡିସମିସ ପଦରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବହିଷ୍କାର ହୋଇଥିବା ବ୍ୟକ୍ତି ଜଣକ ଫୁଣିଥରେ ଏହି ପଦକୁ ଫେରିଥିଲେ। ଆଉ ଏହାପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ଏହାପରେ ଚର୍ଚ୍ଚ କମିଟି ତାଙ୍କୁ ଏକ ନୂଆ ସ୍କୁଲରେ ଭର୍ତ୍ତି କରିଦେଇଥିଲେ। କିନ୍ତୁ ଏହି ଚାକିରି ପାଇଁ ତାକୁ ପାହୁଲାଏ ବି ପାଉଣା ମିଲିନଥିଲା। ଏଣୁ ସେ ପ୍ରାୟ ସମୟ ମନସ୍ତାପରେ ରହୁଥିଲା” ବୋଲି ତାଙ୍କ ବପା ଅବିଯୋଗ କରିଛନ୍ତି। 

ଏହି ମାମଲାରେ ତମାରସେରିପୋଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ୧୯୪ ଆଧାରରେ ଏକ ମାମଲା ରୁଜୁ କରିଛି। ଯେଉଁଥିରେ ହତ୍ୟାରେ ସାମିଲ ଥିବା ନେଇ ଏହି ମାମଲାର ତଦନ୍ତ କରାଯିବ। 

କେରଳ ଶିକ୍ଷାମନ୍ତ୍ରୀ ଭି ଶିବନକୁଟ୍ଟୀଏହି ଘଟଣାକୁ ଦୁର୍ଭାଗ୍ୟଜନକ ଓ ଦୁଃଖଦ ବୋଲି କହିବା ସହ ଏହି ମମଲାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଆଶ୍ୱସନା ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.