ନୂଆଦିଲ୍ଲୀ,୦୩ /୦୧: ଯାହା ଚର୍ଚ୍ଚା ହେଉଥିଲା ତାହା ହେଲା । ଅନୁମାନ ଆକଳନ ସତ ହୋଇଛି । ଟେଷ୍ଟ ମଝିରେ ଦଳରୁ ବାହାରେ ରହିଲେ ରୋହିତ ଶର୍ମା । ବ୍ୟକ୍ତିଗତ ସହ ଦଳଗତ ବିଫଳତା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ସିଡନୀ ଟେଷ୍ଟ ଖେଳୁନାହାନ୍ତି ରୋହିତ । ଆଜି(ଶୁକ୍ରବାର) ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ସିଡନୀରେ ଖେଳଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଉଛି ଭାରତ । ଶେଷ ଟେଷ୍ଟରୁ ରୋହିତଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ଅଧିନାୟକତ୍ବ କରିଛନ୍ତି । ରୋହିତଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ସ୍ଥାନ ମିଳିଛି । ଏହା ସହ ଏକାଦଶରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସ୍ଥାନ ମିଳିଛି ।
🚨 Here's #TeamIndia's Playing XI 🔽
— BCCI (@BCCI) January 2, 2025
UPDATES ▶️ https://t.co/cDVkwfEkKm#AUSvIND pic.twitter.com/BO2pofWZzx
ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ପଞ୍ଚମ ଟେଷ୍ଟ ସିଡନୀ ଗ୍ରାଉଣ୍ଡରେ ଜାରି ରହିଛି । ଟସ୍ ଜିତି ବ୍ୟାଟିଂ କରୁଛି ଭାରତ । ଅଷ୍ଟ୍ରେଲିଆ ୨-୧ରେ ସିରିଜ ଆଗୁଆ ରହିଛି । ଭାରତକୁ ଟ୍ରଫି ବିଜାୟ ରଖିବାକୁ ହେଲେ ସିଡନୀ ଟେଷ୍ଟ ଜିତିବାକୁ ହେବ । ଏହା ସହିତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଆଶା ମଧ୍ୟ ଉଜ୍ଜୀବିତ ରହିବ । ଭାରତ ଯଦି ଏହି ଟେଷ୍ଟ ହାରିଯିବ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିବ । ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ । ଆଗାମୀ ୫ ଦିନ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ ।
ସିଡନୀ ଟେଷ୍ଟ ପ୍ରସ୍ତୁତି ଅପେକ୍ଷା ରୋହିତ ଶର୍ମାଙ୍କୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା । ସେ ଟେଷ୍ଟ ମଝିରୁ ଦଳରୁ ବାଦ ରହିବା ଆଲୋଚନା ହେଉଥିଲା । ତାହା ହିଁ ହେଲା । ସିଡନୀ ଟେଷ୍ଟ ଖେଳୁନାହାନ୍ତି ରୋହିତ ଶର୍ମା । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ଅଧିନାକୟତ୍ବ ନେଇଛନ୍ତି । ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ ସ୍ଥାନ ପାଇଛନ୍ତି । ଆକାଶ ଦୀପ ଆହତ ଥିବାରୁ ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସ୍ଥାନ ମିଳିଛି । ରୋହିତ ସିଡନୀ ଟେଷ୍ଟ ନଖେଳିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବିଦ୍ଧିବଧ ଘୋଷଣା କରିନଥିଲେ ସୁଦ୍ଧା ତାଙ୍କର ଟେଷ୍ଟ କ୍ୟାରିୟର ଶେଷ ହୋଇଯିବା ନେଇ ଆକଳନ କରାଯାଉଛି ।
ସେପଟେ ଅଷ୍ଟ୍ରେଲିଆ ମଧ୍ୟ ତାର ଏକାଦଶରେ ପରିବର୍ତ୍ତନ କରିଛି । ଫର୍ମ ହରାଇଥିବା ମିଚେଲ ମାର୍ଶଙ୍କ ସ୍ଥାନରେ ବ୍ୟୁ ୱେବଷ୍ଟର ପଦାର୍ପଣ କରିଛନ୍ତି । ସେପଟେ ଚତୁର୍ଥ ଟେଷ୍ଟରେ ଆହତ ହୋଇଥିବା ଷ୍ଟାର୍କ ଫିଟ ଘୋଷିତ ହୋଇଛନ୍ତି । ଆଜିର ମ୍ୟାଚରେ ଷ୍ଟିଭେନ ସ୍ମିଥଙ୍କ ନଜର ରହିବ । ଆଉ ୩୮ରନ କଲେ ସେ ଚତୁର୍ଥ ଅଷ୍ଟ୍ରେଲୀୟ ଟେଷ୍ଟ ଖେଳାଳି ଭାବେ ୧୦,୦୦୦ ରନ ପୂରଣ କରିବେ । ପୂର୍ବରୁ ଆଲାନ ବର୍ଡର, ରିକି ପଣ୍ଟିଂ ଓ ମାର୍କ ୱ ଏହି ସଫଳତା ଅର୍ଜନ କରିଛନ୍ତି ।
ବ୍ୟାଟିଂ ଅନୁକୂଳ ପିଚ୍- ସିଡନୀ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଛି । ସ୍ପିନରଙ୍କୁ ସହାୟତା କରିବ । ଟସ୍ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବ ବୋଲି ନିଶ୍ଚିନ୍ତ ଥିଲା । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ପିଚରେ ଘାସ ରହିଥିଲେ ସୁଦ୍ଧା ରୋଲିଂ କରାଯାଇଛି । ଶୁଷ୍କ ପିଚରେ ବଲ୍ ଅଧିକ ଟର୍ଣ୍ଣ ଓ ବାଉନ୍ସ ହେବ ।
ଭାରତୀୟ ଚୂଡାନ୍ତ ଏକାଦଶ: ଯଶସ୍ବୀ ଜୈସ୍ବାଲ, କେଏଲ ରାହୁଲ, ବିରାଟ କୋହଲି, ଋଷବ ପନ୍ତ, ରହିଚନ୍ଦ୍ରନ ଅଶ୍ବିନୀ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା (ଅଧିନାୟକ), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।
ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଉସମାନ ଖ୍ବାଜା, ସାମ କନଷ୍ଟାସ, ମାର୍ନସ ଲାବୁସେନ, ଷ୍ଟିଭେନ ସ୍ମିଥ, ଟ୍ରେଭିସ ହେଡ୍, ଆଲେକ୍ସ କ୍ୟାରୀ, ବ୍ୟ ୱେବଷ୍ଟର, ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ସ୍କଟ ବୋଲାଣ୍ଡ, ନାଥାନ ଲାୟନ ।