ଭୁବନେଶ୍ୱର ୧୦/୦୨: ବୈଦିକ ସାଧୁମାନେ ସେମାନଙ୍କର ଆଧ୍ୟାତ୍ମିକ ଅନୁଭୂତି ଉପରେ ଆଧାର କରି କିଛି ବିଶେଷ ଚିହ୍ନ ସୃଷ୍ଟି କରିଛନ୍ତି। ସ୍ୱସ୍ତିକ ସେହି ଚିହ୍ନ ମଧ୍ୟରୁ ଗୋଟିଏ । ସ୍ୱସ୍ତିକର ଚାରୋଟି ରେଖାକୁ ଚାରି ବେଦ, ଚାରି ପୁରୁଷାର୍ଥ, ଚାରି ଆଶ୍ରମ, ଚାରି ଲୋକ ଏବଂ ଚାରି ଦେବତା ଯଥା ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏବଂ ଗଣେଶଙ୍କ ସହ ତୁଳନା କରାଯାଇଛି। ସ୍ୱସ୍ତିକକୁ ସୁଖ-ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଆସନ୍ତୁ ଜାଣିବା ସ୍ୱସ୍ତିକ ଚିହ୍ନ ବିଷୟରେ ...
ଧାର୍ମିକ ଭାବରେ ସ୍ୱସ୍ତିକ ଗୁରୁତ୍ୱପୂର୍ଣ୍ଣ । ସ୍ୱସ୍ତିକ ଅର୍ଥ କଲ୍ୟାଣ ବା ମଙ୍ଗଳ । ସ୍ୱସ୍ତିକ ଏକ ବିଶେଷ ଆକୃତି। କୌଣସି ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ସ୍ୱସ୍ତିକ ଚିହ୍ନ କରାଯାଏ। ଏହା ଭଗବାନ ଗଣେଶଙ୍କ ରୂପ ଭାବରେ ବିବେଚନା କରାଯାଏ। ଏହାର ପ୍ରୟୋଗ ଦ୍ୱାରା ସମ୍ପନ୍ନତା, ସମୃଦ୍ଧି ଏବଂ ଏକାଗ୍ରତା ପ୍ରାପ୍ତ ହୋଇଥାଏ। ସ୍ୱସ୍ତିକକୁ ବ୍ରହ୍ମାଣ୍ଡର ପ୍ରତୀକ ଭାବରେ ଗଣାଯାଏ। ଏହାର ମଧ୍ୟ ଭାଗରେ ଭଗବାନ ବିଷ୍ଣୁଙ୍କ ନାଭି, ଚାରି ରେଖା ବ୍ରହ୍ମାଙ୍କ ଚାରି ମୁଖ, ଚାରି ହାତ ଏବଂ ଚାରି ବେଦ ବୋଲି କୁହାଯାଏ। ସ୍ୱସ୍ତିକର ଚାରି ବିନ୍ଦୁ ଚାରି ଦିଗକୁ ଦର୍ଶାଇଥାଏ। ଏଥିସହିତ ସ୍ୱସ୍ତିକକୁ ବିଷ୍ଣୁଙ୍କ ଆସନ ଏବଂ ଲକ୍ଷ୍ମୀଙ୍କ ସ୍ୱରୂପ ଭାବରେ ବିବେଚନା କରାଯାଏ।
ସ୍ୱସ୍ତିକ ଶବ୍ଦକୁ ସୁ ଏବଂ ଅସ୍ତିର ମିଶ୍ରଣ ଯୋଗ ଭାବରେ ବିବେଚନା କରାଯାଏ। ସୁ ଅର୍ଥ ଶୁଭ ଏବଂ ଅସ୍ତିର ଅର୍ଥ ହେଉଛି ହେବା। ଅର୍ଥାତ୍ ଶୁଭ ବା କଲ୍ୟାଣ ହେଉ । ଭାରତୀୟ ସଂସ୍କୃତିରେ ସ୍ୱସ୍ତିକ ମଙ୍ଗଳର ପ୍ରତୀକ ଭାବରେ ବିବେଚନା କରାଯାଏ। ତେଣୁ, କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ସ୍ୱସ୍ତିକ ଚିହ୍ନ ତିଆରି କରାଯାଇ ପୂଜା କରାଯାଏ । କିନ୍ତୁ ଧ୍ୟାନ ଦେବେ ସ୍ୱସ୍ତିକ ଚିହ୍ନ କରିବା ସମୟରେ ଯେପରି ରେଖା ଏବଂ କୋଣଗୁଡ଼ିକ ସମ୍ପୂର୍ଣ୍ଣ ସଠିକ୍ ହେବା ଉଚିତ୍ ।ଭୁଲରେ ବି ଓଲଟା ସ୍ୱସ୍ତିକ ତିଆରି କରିବେ ନାହିଁ । ନାଲି ଏବଂ ହଳଦିଆ ରଙ୍ଗର ସ୍ୱସ୍ତିକ ସର୍ବୋତ୍ତମ ।