ଭବାନୀପାଟଣା,୧୪।୫: ବୁଧବାର ଭବାନୀପାଟଣା ବସ୍ଷ୍ଟାଣ୍ଡରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଅଞ୍ଚଳ ମହିମା ଗାଁର ଖଗେଶ୍ବର ନାଏକ(୪୮ ବର୍ଷ) ବୋଲି ଜଣାପଡିଛି।
ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ସାଢେ ୯ଟାରେ ବସଷ୍ଟାଣ୍ଡ ପରିସରରେ ଖଗେଶ୍ବର ନାଏକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ରକ୍ତ ବାନ୍ତି ହୋଇଥିଲା। ସେ ବସ୍ଷ୍ଟାଣ୍ଡରେ ଟଳି ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଭବାନୀପାଟଣା ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖଗେଶ୍ବରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେ ପୂର୍ବରୁ ଅସୁସ୍ଥ ଥିବାରୁ ଚିକିତ୍ସା ହୋଇ ଗାଁକୁ ଫେରୁଥିଲେ ବୋଲି ଜଣାଯାଇଛି। ମାତ୍ର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।