ମୁମ୍ବାଇ, ୨୨/୦୫: ବଲିଉଡ ଅଭିନେତା ସନ୍ନି ଦେଓଲ 'ଗଦର ୨' ସହ ବକ୍ସ ଅଫିସରେ ଦମଦାର କମବ୍ୟାକ କରିଥିଲେ । ଏହି ଚଳଚ୍ଚିତ୍ର ଭଲ ରୋଜଗାର କରିବା ସହ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ଏହା ପରେ ଅଭିନେତା ପୁଣିଥରେ 'ବର୍ଡର' ର ସ୍ୱିକେଲ ସହ ଫେରିବେ ବୋଲି ଜଣାପଡିଛି। ଏହି ଚଳଚ୍ଚିତ୍ରରେ କିଛି ପୁରୁଣା ତଥା ନୂଆ ଷ୍ଟାର୍ କାଷ୍ଟ ନଜର ଆସିବେ । ରିପୋର୍ଟ ଅନୁସାରେ, ଫିଲ୍ମର ସୁଟିଂ ଅକ୍ଟୋବର ୨୦୨୪ରେ ଆରମ୍ଭ ହେବ ।
ଏଥିରେ ସନ୍ନି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଏବଂ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ ବୋଲି ଜଣାପଡିଛି । ସନ୍ନି ଦେଓଲଙ୍କ ଏହି ବ୍ଲକବଷ୍ଟର ଚଳଚ୍ଚିତ୍ରକୁ ସ୍ୱତନ୍ତ୍ର ଏବଂ ଅନନ୍ୟ କରିବା ପାଇଁ ନିର୍ମାତାମାନେ କଠିନ ପରିଶ୍ରମ କରୁଛନ୍ତି । ସେ ଚାହୁଁଛନ୍ତି ଯେ ଲୋକଙ୍କ ସାମ୍ନାରେ ଏପରି ଏକ ଚଳଚ୍ଚିତ୍ର ରହିବା ଉଚିତ, ଯାହା ଦେଶଭକ୍ତି ସହିତ ସେମାନଙ୍କୁ ମନୋରଞ୍ଜନ କରିବ । ତେବେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆୟୁଷ୍ମନ ଏବଂ ସନ୍ନି ଏକାଠି ନଜର ଆସିବେ ।ତେବେ ଚଳଚ୍ଚିତ୍ର ୨୦୨୬ ମସିହାରେ ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି । ଏହି ସିନେମାରେ ମେଜର କୁଲଦୀପ ସିଂ ଚୌଧୁରୀ ଭୂମିକାରେ ସନ୍ନି ଦେଓଲ ଅଭିନୟ କରିବେ । ଆୟୁଷ୍ମାନ ଖୁରାନା ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଂଶ ହେବେ, ଯିଏ ଏହି ଚଳଚ୍ଚିତ୍ରରେ ଏକ ବଳିଷ୍ଠ ଚରିତ୍ର ପ୍ଲେ କରିବାକୁ ଯାଉଛନ୍ତି ।