ପ୍ରମୂଖ ଖବର
  • ସୁଦୃଢ଼ ହେବ ରାଜ୍ୟ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା, ୨୦୦୦ ନୂତନ ପଦବୀ ସୃଷ୍ଟି
  • ||
  • ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନୀତି ସବ୍‌କମିଟିରେ ଅନୁମୋଦନ, ୧୮ରେ ବସିବ ଛତିଶା ନିଯୋଗ ବୈଠକ
  • ||
  • OSSF କର୍ମଚାରୀଙ୍କ ପାଇଁ ଖୁସି ଖବର, ସର୍ବନିମ୍ନ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର
  • ||
  • ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ୧୯ ରେ ହେବ ନିର୍ବାଚନ
  • ||
  • ଖୋର୍ଦ୍ଧା : ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ବିଜାପୁରରେ ପୋଲିସକୁ ବଡ଼ ସଫଳତା, ବିସ୍ଫୋରକ ସାମଗ୍ରୀ ସହ ୨୨ ଜଣ ହାର୍ଡକୋର୍ ମାଓବାଦୀ ଗିରଫ
  • ||
  • ସମ୍ବଲପୁରରେ ବସିବ ଜନତା ଦରବାର, ୨୧ରେ ଅଭିଯୋଗ ଶୁଣାଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବୌଦ୍ଧ : ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବାଲେଶ୍ୱର : ପଶ୍ଚିମବଙ୍ଗକୁ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୧ ବସ୍ତା ଗଞ୍ଜେଇ ଜବତ, ୨ ଅଟକ
  • ||
  • IPL 2025: ଆଜି ମୁମ୍ବାଇକୁ ଭେଟିବ ହାଇଦ୍ରାବାଦ, ୱାଙ୍ଖଡ଼େରେ ହେଡ୍‌-ବୁମରା ଏବଂ ରୋହିତ-କମିନ୍ସ ଲଢ଼େଇ
  • ||
  • ଭଦ୍ରକ : ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ୭ ଗୁରୁତର
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ, ଲୋକାର୍ପଣ କରିବେ ୪ ହଜାର କୋଟିର ପ୍ରକଳ୍ପ
  • ||
  • ସିଲଭର୍ ସିଟିରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ କଟାସ, ଜୁବୁଲା ଆହତ, ବରିଷ୍ଠ ପୁଲିସ ଅଧିକାରୀଙ୍କ ପଚରାଉଚରା
  • ||
  • ଗୁରୁବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା,୯ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ନେଇ ଆଲର୍ଟ
  • ||

ଖରାଦିନେ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୫ ଫଳ, ଡିହାଇଡ୍ରେସନ୍‌ରୁ ମିଳିବ ମୁକ୍ତି

Published By : Harapriya Sethi | April 7, 2025 2:51 PM

ଦିନକୁ ଦିନ ବଢୁଛି ଗରମ । ପରିସ୍ଥିତି ଆଗକୁ ଆହୁରି ଖରାପ ହେବାର ସମ୍ଭାବନା ରହିଛି । ଖରାଦିନେ ନିଜକୁ ଫିଟ୍ ରଖିବା କୌଣସି ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ତାପମାତ୍ରାରେ ନିରନ୍ତର ବୃଦ୍ଧି ଯୋଗୁଁ  ଶରୀରରେ ଜଳର ଅଭାବ ଅର୍ଥାତ୍ ଡିହାଇଡ୍ରେସନ୍ ହେବା ସାଧାରଣ କଥା। ଶରୀରରେ ଜଳୀୟଅଂଶ ଅଭାବରୁ ଥକ୍କାପଣ, ମୁଣ୍ଡ ବୁଲାଇବା, ମଳିନ ଚର୍ମ ଏବଂ କେତେକ ସମୟରେ ଅଂଶୁଘାତ ଭଳି ଗମ୍ଭୀର ସମସ୍ୟା ଦେଖା ଦେଇପାରେ ।

ଏପରି ପରିସ୍ଥିତିରେ, କେବଳ ପାଣି ପିଇବା ଯଥେଷ୍ଟ ନୁହେଁ । କିଛି ଫଳ ଯାହା ପାଣିରେ ଭରପୂର ରହିଥାଏ, ସେଗୁଡ଼ିକୁ ଖାଦ୍ୟରେ ସାମିଲ କରିବା ଉଚିତ୍ । ଆସନ୍ତୁ ଜାଣିବା ଏପରି ୫ଟି ଫଳ ବିଷୟରେ ଯାହା କେବଳ ଶରୀରରେ ଜଳୀୟଅଂଶକୁ ଦୂର କରେ ନାହିଁ ବରଂ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ ।

ତରଭୁଜ-

ଗ୍ରୀଷ୍ମ ଋତୁର ରାଜା ତରଭୁଜ ହେଉଛି ପାଣିର ସର୍ବୋତ୍ତମ ଉତ୍ସ । ଏଥିରେ ୯୦% ରୁ ଅଧିକ ଜଳ ରହିଥାଏ । ତରଭୁଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ ଏବଂ ଡିହାଇଡ୍ରେସନ୍‌ ହୋଇ ନଥାଏ । ଏହା ସହିତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ । ଯାହା ଶରୀରର ପାଇଁ ବେଶ୍‌ ଉପକାରୀ । 

ଖରଭୁଜ-

ଗ୍ରୀଷ୍ମ ଋତୁରେ ଖରଭୁଜ ଫଳକୁ ମଧ୍ୟ ବହୁତ ପସନ୍ଦ କରାଯାଏ । ଏହାର ମିଠା ସ୍ୱାଦ ଏବଂ ଶୀତଳତା ଶରୀରକୁ ଆରାମ ଦିଏ । ଏହା କେବଳ ଜଳୀୟ ଅଂଶ ପ୍ରଦାନ କରେ ନାହିଁ ବରଂ ପାଚନ କ୍ରିୟାକୁ ସୁସ୍ଥ  ମଧ୍ୟ ରଖେ । ଖରଭୁଜରେ ଜଳସ୍ତର ପ୍ରାୟ ୯୦% ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।

କମଳା-

ଗ୍ରୀଷ୍ମ ଋତୁରେ କମଳା ଖାଇବା ମଧ୍ୟ ଲାଭଦାୟକ । ଏଥିରେ ଭିଟାମିନ୍ ସି ଏବଂ ପାଣି ଉଭୟ ଭରପୂର ରହିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହିତ, ଶରୀରରେ ଜଳ ଅଭାବକୁ ମଧ୍ୟ ଦୂର କରିଥାଏ । ଏହାର ରସ ଗ୍ରୀଷ୍ମ ଋତୁରେ ଏକ ନାଚୁୁରାଲ୍‌ ହେଲ୍ଥ ଡ୍ରିଙ୍କ ଭାବରେ କାମ କରିଥାଏ ।

ସପୁରୀ-

ସପୁରୀରେ ପ୍ରାୟ ୮୫% ପାଣି ରହିଥାଏ । ଏହାର ସ୍ୱାଦ ମିଠା ଏବଂ ଖଟା, ଯାହା କେବଳ ଶରୀରକୁ ସତେଜ କରେ ନାହିଁ ବରଂ ପ୍ରଚୁର ପରିମାଣର ଜଳ ମଧ୍ୟ ଯୋଗାଇଥାଏ । କେବଳ ସେତିକି ନୁହେଁ, ପାଚନ କ୍ରିୟାକୁ ଉନ୍ନତ କରୁଥିବା ଏନଜାଇମ ମଧ୍ୟ ଏଥିରେ ମିଳିଥାଏ ।

ଷ୍ଟ୍ରବେରୀ-

ଷ୍ଟ୍ରବେରୀରେ ୯୧% ପାଣି ରହିଥାଏ । ଏହି ଛୋଟ ବେରୀ ପ୍ରକୃତରେ ପାଣିର ଏକ ଉତ୍ତମ ଉତ୍ସ । ଏହା କେବଳ ଶରୀରକୁ ହାଇଡ୍ରେଟ୍ ରଖେ ନାହିଁ, ବରଂ ଚର୍ମ ଏବଂ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ । ଖରା ଦିନେ ଷ୍ଟ୍ରବେରୀ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ହୋଇ ନଥାଏ । ଶରୀର ସତେଜ ଅନୁଭବ କରିଥାଏ । ଯାହା ଫଳରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.