ପ୍ରମୂଖ ଖବର
  • ବିଜେଡି ସଭାପତି ପଦ ପାଇଁ ଗୁରୁବାର ନାମାଙ୍କନ ଭରିବେ ନବୀନ, ୧୯ରେ ଘୋଷଣା
  • ||
  • ବଲାଙ୍ଗୀର : ଜଙ୍ଗଲରୁ ୨ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଗଜପତି : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ
  • ||
  • ଢେଙ୍କାନାଳ : କଷ୍ଟ ସହି ନପାରି ରେଲ୍‌ ୱେ ଟ୍ରାକ୍‌ରେ ଜୀବନ ହାରିଲେ ପୂଜକ, ଉଦ୍ଧାର ହେଲା ମୃତଦେହ
  • ||
  • ଢେଙ୍କାନାଳ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୯ଟି ସ୍ଥାନରେ ଚଢାଉ
  • ||
  • ବରଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଜଣେ ଗୁରୁତର
  • ||
  • ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଭୁବନେଶ୍ୱର : ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍, ୨ ଆହତ
  • ||

ଆପଣ ବି ଆଲୁମିନିୟମ୍‌ ଫଏଲ୍‌ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ...

Published By : Harapriya Sethi | April 14, 2025 8:43 AM

ଆଜିକାଲି ପ୍ରତ୍ୟେକ ଘରର ରୋଷେଇ ଘରେ ଆଲୁମିନିୟମ୍ ଫଏଲ୍ ବ୍ୟବହାର ସାଧାରଣ ହୋଇଗଲାଣି। ଟିଫିନ୍ ପ୍ୟାକ୍ କରିବା ହେଉ, ରୁଟି ଗରମ ରଖିବା ହେଉ କିମ୍ବା ବଳକା ଖାଦ୍ୟକୁ ଘୋଡାଇ ରଖିବା ହେଉ, ସବୁକିଛି ପାଇଁ ଆଲୁମିନିୟମ୍ ଫଏଲ୍ ବ୍ୟବହାର କରାଯାଉଛି। କିନ୍ତୁ କ’ଣ ଆପଣ ଜାଣନ୍ତି ଯେ, ଏହି ପତଳା ରୂପା ରଙ୍ଗର ଚାଦରଟି ନୀରବରେ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ?

ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଯଦି ଆଲୁମିନିୟମ ଫଏଲ୍ ଭୁଲ ଭାବରେ ବ୍ୟବହାର କରାଯାଏ, ତେବେ ଏହା ଶରୀର ପାଇଁ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିପାରେ। ଆସନ୍ତୁ ଜାଣିବା ଆଲୁମିନିୟମ ଫଏଲର ବିପଦ ବିଷୟରେ ।

ମାନସିକ ରୋଗର ଆଶଙ୍କା ବଢାଏ- 

ଆଲୁମିନିୟମର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଦ୍ୱାରା ଆମ ମସ୍ତିଷ୍କର କାର୍ଯ୍ୟ ପ୍ରଭାବିତ ହୋଇଥାଏ । କିଛି ଗବେଷଣାରୁ ଜଣାପଡିଛି ଯେ, ଶରୀରରେ ଅତ୍ୟଧିକ ଆଲୁମିନିୟମ ଜମା ହେବା ଦ୍ୱାରା ଆଲଜାଇମର ଭଳି ସ୍ନାୟୁ ରୋଗର ଆଶଙ୍କା ବଢ଼ିପାରେ। ଆଲୁମିନିୟମ ଫଏଲରେ ଖାଦ୍ୟକୁ ବାରମ୍ବାର ଗରମ କରିବା କିମ୍ବା ରଖିବା ଦ୍ୱାରା, ଏହି ଉପାଦାନ ଧୀରେ ଧୀରେ ଖାଦ୍ୟରେ ମିଶିଥାଏ। ଯାହା ଫଳରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । 

ହାଡ଼କୁ ଦୁର୍ବଳ କରିଥାଏ- 

ଯେତେବେଳେ ଶରୀରରେ ଅତ୍ୟଧିକ ଆଲୁମିନିୟମ ଜମା ହୁଏ, ଏହା କ୍ୟାଲସିୟମର ଅବଶୋଷଣକୁ ରୋକିଥାଏ । ଏହି କାରଣରୁ ହାଡ଼ ଧୀରେ ଧୀରେ ଦୁର୍ବଳ ହୋଇଯାଏ ଏବଂ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ବଢ଼ିଯାଏ । ବିଶେଷକରି ମହିଳା ଏବଂ ବୟସ୍କମାନେ ଏହା ଯୋଗୁଁ ବହୁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ପାଚନ ପ୍ରଣାଳୀ ଉପରେ ପ୍ରଭାବ-

ଆସୁମିନିୟମ୍ ଫଏଲରେ ଖାଦ୍ୟ ରଖିବା କିମ୍ବା ରାନ୍ଧିବା ଦ୍ୱାରା, ବିଶେଷକରି ଏସିଡିକ୍ ଖାଦ୍ୟ (ଯେପରିକି ଟମାଟୋ, ଲେମ୍ବୁ, ଆଚାର) ସେଥିରେ ଛୋଟ ଆଲୁମିନିୟମ କଣିକା ଖାଦ୍ୟରେ ମିଶିଯାଇଥାଏ । ଏହା ପେଟ ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ।

ବୃକକ୍ ଏବଂ ଯକୃତ ଉପରେ ଚାପ-

ଶରୀରରୁ ଆଲୁମିନିୟମ ବାହାର କରିବାର କାମ କିଡନୀ ଏବଂ ଯକୃତ କରିଥାଏ। ଯଦି ଏହାର ପରିମାଣ ବୃଦ୍ଧି ପାଏ, ତେବେ ଏହି ଅଙ୍ଗଗୁଡ଼ିକ ଅଧିକ ଭାରଗ୍ରସ୍ତ ହୋଇଯାଏ ଏବଂ ଠିକ୍ ଭାବରେ କାର୍ଯ୍ୟ କରିପାରେ ନାହିଁ। ଏହି କାରଣରୁ ସେମାନଙ୍କର କାର୍ଯ୍ୟ କରିବାର କ୍ଷମତା ଧୀରେ ଧୀରେ କମିଥାଏ।

କର୍କଟ ରୋଗର ଆଶଙ୍କା-

ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ନାହିଁ, କିନ୍ତୁ କିଛି ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି ଯେ, ଦୀର୍ଘଦିନ ପାଇଁ ଆଲୁମିନିୟମର ସଂସ୍ପର୍ଶରେ ରହିବା ଦ୍ୱାରା ଡିଏନଏ କ୍ଷତି ହୋଇପାରେ । ଯାହା କର୍କଟ ଭଳି ରୋଗର ଆଶଙ୍କା ବଢ଼ାଇପାରେ।

ଆଲୁମିନିୟମ୍ ଫଏଲ୍ ବ୍ୟବହାର କରିବା ସମୟରେ ଏହି ସତର୍କତା ଅବଲମ୍ବନ କରନ୍ତୁ

  • ଗରମ କିମ୍ବା ଏସିଡିକ୍ ଖାଦ୍ୟ ଫଏଲରେ ରଖନ୍ତୁ ନାହିଁ।
  • ଖାଦ୍ୟ ସଂରକ୍ଷଣ କରିବା ପାଇଁ କାଚ କିମ୍ବା ଷ୍ଟିଲ୍ ପାତ୍ର ବ୍ୟବହାର କରନ୍ତୁ।
  • ବିଶେଷକରି ପିଲାମାନଙ୍କ ଟିଫିନରେ ଆଲୁମିନିୟମ ଫଏଲ୍ ବ୍ୟବହାର କରନ୍ତୁ ନାହିଁ ।
  • କେବଳ ଥଣ୍ଡା ଏବଂ ଶୁଖିଲା ଜିନିଷଗୁଡ଼ିକୁ ଗୁଡ଼ାଇବା ପାଇଁ ଫଏଲ୍ ବ୍ୟବହାର କରନ୍ତୁ।
  • ଖାଦ୍ୟ ରାନ୍ଧିବା ପାଇଁ ସମୟରେ ଫଏଲ ବ୍ୟବହାର କରନ୍ତୁ ନାହିଁ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.