ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌

Published By : Harapriya Sethi | February 19, 2025 11:51 AM

ଭୁବନେଶ୍ୱର, ୧୯/୦୨: କିଟ୍‌ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରୀଙ୍କ ସୁଇସାଇଡ୍ ନୋଟ୍ ଜବତ କଲା ପୋଲିସ । ଜବତ ସୁଇସାଇଡ୍ ନୋଟ୍ ହ୍ୟାଣ୍ଡ ରାଇଟିଂ ବ୍ୟରୋକୁ ପଠାଇଲା ପୋଲିସ । ଉକ୍ତ ସୁଇସାଇଡ୍ ନୋଟ୍ ନେପାଳୀ ଭାଷାରେ ଲେଖା ହୋଇଛି । ପୁରୁଷ ବନ୍ଧୁ କେମିତି ନିର୍ଯାତନା ଦେଉଥିଲେ, ସବୁ ଘଟଣା ସୁଇସାଇଡ୍ ନୋଟ୍‌ରେ ଲେଖାଅଛି । ସେପଟେ ମୃତ ଛାତ୍ରୀ ଓ ଗିରଫ ପୁରୁଷ ବନ୍ଧୁଙ୍କ ମୋବାଇଲ ଫୋନ ଓ ଲାପଟପ୍‌କୁ ଜବତ କରି ରାଜ୍ୟ ଫରେନସିକ୍‌କୁ ପଠାଇଲା ପୋଲିସ । 

କହିରଖୁ କି, ପ୍ରକୃତି ଲାମସାଲଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । AIIMSରେ ପୋଷ୍ଟମୋର୍ଟମ ପରେ ମୃତଦେହ ହସ୍ତାନ୍ତର କରାଯାଇଛି । ବିଳମ୍ବିତ ରାତିରେ ପରିବାର ଲୋକେ ଝିଅର ମୃତଦେହ ନେପାଳ ନେଇ ଯାଇଛନ୍ତି । ସେପଟେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର ହେଉଛି ଆନ୍ଦୋଳନ। ନବ ନିର୍ମାଣ ଛାତ୍ର ସଙ୍ଗଠନ ଅନଶନରେ ବସିଛି । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅନଶନକାରୀଙ୍କ ସହ ଆଲୋଚନା କରି ଦାବିପତ୍ର ନେଇଛନ୍ତି। ୯୦ ପ୍ରତିଶତ ନେପାଳୀ ଛାତ୍ରଛାତ୍ରୀ ଘରକୁ ପଳାଇଛନ୍ତି। ଏବେ କ୍ୟାମ୍ପସ୍ ଫେରିବାକୁ ମୋବାଇଲ୍ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.