କଟକ,୨୨/୧୨: ରାଜ୍ୟ ପୁଲିସ୍ ବାହିନୀରେ କାର୍ଯ୍ୟରତ ୨୧ ଜଣ ସବ୍ଇନ୍ସପେକ୍ଟର(ଏସ୍ଆଇ) ଙ୍କର ବଦଳି ହୋଇଛି । ଏସ୍ଆଇ ବିଷ୍ଣୁ ପ୍ରସାଦ ଦାସ କୋରାପୁଟରୁ ବ୍ରହ୍ମପୁର ବଦଳି ହୋଇଛି । ଭଗବାନ ସାହୁଙ୍କର ରାଉରକେଲାରୁ ଅନୁଗୁଳ, ପ୍ରମୋଦ ସାହୁ ଯାଜପୁରରୁ ଜଗତସିଂହପୁର, ସୁରେନ୍ଦ୍ର ରଥଙ୍କର ଯାଜପୁରରୁ ବାଲେଶ୍ୱର, ନିତାଇ ଚରଣ ମହାନ୍ତିଙ୍କର ଭଦ୍ରକରୁ ସ୍ପେସାଲ୍ ବ୍ରାଞ୍ଚ, ଅଶୋକ ପହିଙ୍କର ମୟୂରଭଞ୍ଜରୁ କେନ୍ଦୁଝର, ନୃସିଂହ ପଟ୍ଟନାୟକଙ୍କର ବ୍ରହ୍ମପୁରରୁ କୋରାପୁଟ, ଗୋପାଳ ପାଢ଼ୀଙ୍କର ରାୟଗଡ଼ାରୁ ବ୍ରହ୍ମପୁର, ବିରଞ୍ଚି ନାୟକଙ୍କର ସୁନ୍ଦରଗଡ଼ରୁ ଝାରସୁଗୁଡ଼ା, ରାମଚନ୍ଦ୍ର ମହାଲିକଙ୍କର ଅନୁଗୁଳରୁ ପୁଲିସ୍ ଟ୍ରେନିଂ କଲେଜ୍, ନରେନ୍ଦ୍ର ଜେନାଙ୍କର କଟକରୁ ସମ୍ବଲପୁର।
ସେହିପରି ଦୁଃଖୀଶ୍ୟାମ ସେଠୀଙ୍କର ନୟାଗଡ଼ରୁ ପୁଲିସ୍ ଟ୍ରେନିଂ ସ୍କୁଲ୍, ପ୍ରଦୀପ ରଥଙ୍କର ଗଜପତିରୁ ରାୟଗଡ଼ା, ବସନ୍ତ ମିଶ୍ରଙ୍କର ଖୋର୍ଦ୍ଧାରୁ ବ୍ରହ୍ମପୁର, ସନ୍ତୋଷ ସ୍ୱାଇଁଙ୍କର ନୟାଗଡ଼ରୁ ବୌଦ୍ଧ, ପୂର୍ଣ୍ଣଚନ୍ଦ୍ର ଜେନାଙ୍କର ପୁରୀରୁ ଖୋର୍ଦ୍ଧା, ଉଦୟନାଥ ସାହୁଙ୍କର ନୟାଗଡ଼ରୁ କମିସନରେଟ୍ ପୁଲିସ୍, ପ୍ରତିଭା ପାଢୀଙ୍କର ନୟାଗଡ଼ରୁ କଳାହାଣ୍ଡି, ଅମିତ୍ ଧଳଙ୍କର ମାଲକାନଗିରିରୁ ବରଗଡ଼, ସୁଚିସ୍ମିତା ଖଣ୍ଡେଇଙ୍କର କମିସନରେଟ୍ରୁ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋ, ରାଜେଶ ସେଠୀଙ୍କର କମିସନରେଟ୍ରୁ ମୟୂରଭଞ୍ଜ, ମାନସ ସାହୁଙ୍କର ରାଉରକେଲାରୁ କେନ୍ଦ୍ରପଡ଼ା ଓ ପ୍ରଦୀପ୍ତ ପ୍ରଧାନଙ୍କର ବଲାଙ୍ଗୀରରୁ ପୁଲିସ୍ ସିଗନାଲ୍ ସଂସ୍ଥାକୁ ବଦଳି ହୋଇଛି ।