ଭୁବନେଶ୍ୱର,୨୨/୧୨: ଭକ୍ତଙ୍କ ପାଇଁ ଖୁସି ଖବର । ଜାନୁଆରୀ ୧ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବେ ଧାଡି ଦର୍ଶନ ପ୍ରକ୍ରିୟା । ଡିସେମ୍ୱର ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ହେବେ ପୁରୁଣା ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ତେବେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ନେଇ ଡିସେମ୍ୱର ୨୧ ତାରିଖ ଅର୍ଥାତ ଶନିବାରରେ ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଥିଲେ ଆଇନ୍ମନ୍ତ୍ରୀ । କାମ ସନ୍ତୋଷଜନକ ଭାବେ ଚାଲିଛି । ଡିସେମ୍ୱର ୨୭ ଏବଂ ୨୮ ତାରିଖ ସୁଦ୍ଧା ପୁରୁଣା ପ୍ରକ୍ରିୟାକୁ ପରିବର୍ତ୍ତନ କରାଯିବ । ଏହାପରେ ପରୀକ୍ଷା ମୂଳକ ଭାବେ ଡିସେମ୍ୱର ୩୦ ଏବଂ ୩୧ରେ ଧାଡି ଦର୍ଶନ ଆରମ୍ଭ ହେବ । ଶେଷରେ ୨୦୨୫ ଜାନୁଆରୀ ପହିଲାରୁ ନିୟମିତ ଭାବେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ସାତ ପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି-ଗାରଦ ଦ୍ୱାଇ ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକମାନେ ପ୍ରସ୍ଥାନ କରିବେ । ସେହିପରି ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ମନ୍ଦିରରୁ ବାହାରିବେ।