ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

Published By : Harapriya Sethi | February 9, 2025 12:32 PM

ଭୁବନେଶ୍ୱର,୦୯/୦୨: ଯାଜପୁରରେ ଚାଞ୍ଚଲ୍ୟ । ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର । ପୂର୍ବ ଶତ୍ରୁତାରୁ ହତ୍ୟା ହଇଥିବା ସନ୍ଦେହ । ମୃତକ ଯାଜପୁର ରୋଡ ଥାନା ଅନ୍ତର୍ଗତ ସୋବରା ଅଞ୍ଚଳର ଓମ୍‌ ଡିଜିଟାଲ ଫିଲ୍ମ ଷ୍ଟୁଡିଓ ମାଲିକ ଦୀପକ କୁମାର ସାହୁ ବୋଲି ଜଣାପଡ଼ିଛି । ଯାଜପୁର ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ସବୁଦିନ ପରି ଖାଇବା ପରେ ନିଜ ଷ୍ଟୁଡିଓକୁ ଶୋଇବାକୁ ଆସିଥିଲେ ଯାଜପୁର ରୋଡ ଥାନା ସୋବରା ଅଞ୍ଚଳର ଓମ୍‌ ଡିଜିଟାଲ ଫିଲ୍ମ ଷ୍ଟୁଡିଓ ମାଲିକ ଦୀପକ କୁମାର ସାହୁ । ହେଲେ ସେ କଣ ଜାଣିଥିଲେ, ଯମ ଦୂତ ତାଙ୍କୁ ଅପେକ୍ଷା କରିଛି । ଏଇ ରାତି ତାଙ୍କ ଜୀବନର ଶେଷ ରାତି । ସେ ଶୋଇଥିବା ଅବସ୍ଥାରେ କେହି ଷ୍ଟୁଡିଓରେ ପଶି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ସକାଳୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଷ୍ଟୁଡିଓ ଭିତରୁ ଉଦ୍ଧାର କରାଯାଇଛି । ପୂର୍ବ ଶତ୍ରୁତାରୁ ତାଙ୍କୁ କେହି ବିଭତ୍ସ ଭାବରେ ହତ୍ୟା କରିଥିବା କୁହାଯାଉଛି । ଏନେଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ପରିବାର ଲୋକ ଓ ପୋଲିସ । ଦୀପକଙ୍କ ସହ କାହାର ଶତ୍ରୁତା ଥିଲା କି ? କିଏ ଓ କାହିଁକି ଦୀପକଙ୍କୁ ଏତେ ନିର୍ମମ ଭାବରେ ହତ୍ୟା କଲା ? ଏମିତି ବିଭିନ୍ନ ଦିଗକୁ ଧରି ଛାନ୍‌ଭିନ୍‌ ଚଳାଇଛି ପୋଲିସ । ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.