ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଛାତ୍ରୀଙ୍କୁ ଧକ୍କା ଦେଇଥିଲା ଟ୍ରକ୍‌: ମୃତ୍ୟୁ ପରେ ତାଙ୍କ ଚକ୍ଷୁ ଦାନ କଲେ ପରିବାର ଲୋକେ

Published By : Harapriya Sethi | February 1, 2025 12:08 PM

ଭୁବନେଶ୍ୱର,୦୧/୦୨: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଦାନଗଦି ସ୍ଥିତ ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ଶୁକ୍ରବାର ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଛାତ୍ରୀଙ୍କ ଚକ୍ଷୁ ଦାନ କରିଛନ୍ତି ତାଙ୍କ ପରିବାର ଲୋକେ । ଦୁର୍ଘଟଣାର ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ଶୁକ୍ରବାର ରାତିରେ ନବମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ବେହେରାଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଏପରି ମହତ୍ କାର୍ଯ୍ୟ ପରେ ସମସ୍ତେ ତାଙ୍କ ପରିବାରକୁ ସାଧୁବାଦ ଜଣାଇଛନ୍ତି । 

ସୂଚନା ମୁତାବକ, ଶୁକ୍ରବାର ସ୍କୁଲ ଯାଉଥିବା ସମୟରେ ଏକ ଟ୍ରକ୍ ୨ଜଣ ଛାତ୍ରୀଙ୍କ ଉପରେ ମାଡି ଯାଇଥିଲା । ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଆହାତ ଅବସ୍ଥାରେ ଉଦ୍ଧାର କରି ଦାନଗଦି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଅର୍ଚ୍ଚିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା । ଅର୍ଚ୍ଚିତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଏକ ମହାନ କାମ କରିଛନ୍ତି । ମୃତ୍ୟୁ ପରେ ଅର୍ଚ୍ଚିତାଙ୍କ ଚକ୍ଷୁ ଦାନ କରିଛନ୍ତି ତାଙ୍କ ପରିବାର ଲୋକେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.