ଭୁବନେଶ୍ବର,୧୭।୨ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଗତ କରିଛନ୍ତି। ନୂଆ ସରକାରଙ୍କ ଏହା ହେଉଛି ୨ୟ ବଜେଟ ଉପସ୍ଥାପନ ଏବଂ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଯୁବବର୍ଗକୁ ଏଥିରେ ଫୋକସ ଦିଆଯାଇଛି।
ରାଜ୍ୟରେ ପ୍ରତିଷ୍ଠା ହେବ ଏଆଇ ମିଶନ। ଏଥିପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ରାଜ୍ୟରେ ଆଉ ୮ଟି ସଫ୍ଟଓ୍ବେୟାର ଟେକ୍ନୋଲୋଜି ପାର୍କ (ଏସଟିପିଆଇ) ସ୍ଥାପିତ କରାଯିବ । ସେଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି ବ୍ୟୟବରାଦ କରାଯାଇଛି। ଓଡିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି ବଜେଟରେ ବ୍ୟବସ୍ଥା ରହିଛି।