ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରାଜ୍ୟର ୩୨୯ ଶିଶୁ ଯତ୍ନ ପ୍ରତିଷ୍ଠାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଯାଞ୍ଚ ହେବ ପିଲାଙ୍କ ଶାରୀରିକ ଓ ମାନସିକ ସ୍ଥିତି

Published By : Rasmita Pradhan | May 6, 2025 2:29 PM

ଭୁବନେଶ୍ୱର, ୦୬/୦୫ : ରାଜ୍ୟରେ ଥିବା ୩୨୯ଟି ଶିଶୁ ଯତ୍ନ ପ୍ରତିଷ୍ଠାନ (ସିସିଆଇ)ରେ ରହୁଥିବା ଶିଶୁଙ୍କ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ନିୟମିତ ଭାବେ ଶିଶୁଙ୍କ ଶାରୀରିକ, ମାନସିକ ସ୍ଥିତି ଯାଞ୍ଚ କରାଯିବ ବୋଲି ଜଣାପଡିଛି । ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି । 

ନିର୍ଦ୍ଦେଶାବଳୀ ଅନୁଯାୟୀ, ଜିଲ୍ଲା ହସ୍ପିଟାଲ, ସିଏଚ୍‌ସି, ପିଏଚ୍‌ସି, ୟୁପିଏଚ୍‌ସି ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଏଏଏମ୍‌) ଭଳି ସିସିଆଇ ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ସହ ସିସିଆଇର ସଂଯୋଗ ସ୍ଥାପନ କରାଯିବ । ଏହି ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ସମସ୍ତ ଶିଶୁଙ୍କ ପାଇଁ ସ୍ୱାସ୍ଥ୍ୟସେବା ମିଳିବ । ପ୍ରତ୍ୟେକ ଶିଶୁକୁ ଟିକାକରଣ, ମସ୍ତିଷ୍କର ଦକ୍ଷତା ବୃଦ୍ଧି ତଦାରଖ, ଡାକ୍ତରୀ ଯାଞ୍ଚ, ଚିକିତ୍ସା ଏବଂ ଅନ୍ୟ ଡାକ୍ତରଖାନାକୁ ରେଫରାଲ୍‌ ପାଇଁ ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ । ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ ସମୟରେ ଏହି ରେକର୍ଡ ଅପଡେଟ୍‌ କରାଯିବ । ସରକାରୀ ଅଧିକାରୀମାନଙ୍କ ଦ୍ୱାରା ସମୟ ସମୟରେ ସମୀକ୍ଷା କରାଯିବ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକ ଏକ ହବ୍‌ ଭାବରେ କାର୍ଯ୍ୟ କରିବ । ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ମୋବାଇଲ୍‌ ସ୍ୱାସ୍ଥ୍ୟ ଦଳ ଅଛନ୍ତି । ସେମାନେ ସ୍କୁଲ୍‌ ପିଲାଙ୍କ ଯାଞ୍ଚରେ ନିୟୋଜିତ ଅଛନ୍ତି । ଏହି ଦଳ ମଧ୍ୟ ଶିଶୁ ଯତ୍ନ ପ୍ରତିଷ୍ଠାନ ପରିଦର୍ଶନ କରିବେ । 

ସେହିପରି ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଧ୍ୟାନରେ ରଖି ନିୟମିତ ମୂଲ୍ୟାଙ୍କନ ଏବଂ ପରାମର୍ଶ ସହାୟତା ପାଇଁ ସିସିଆଇଗୁଡ଼ିକୁ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦଳ ସହିତ ସଂଯୋଗ କରାଯିବ । ଏନେଇ ରାଜ୍ୟ ସରକାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ମଧ୍ୟରେ ସମନ୍ୱୟକୁ ସୁଗମ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ଶିଶୁଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ରାଜ୍ୟରେ ୩୨୯ଟି ଶିଶୁ ଯତ୍ନ ପ୍ରତିଷ୍ଠାନ ରହିଛି । ଅନୁଗୁଳରେ ୬, ବାଲେଶ୍ୱରରେ ୧୬, ବଲାଙ୍ଗିରରେ ୬, ଭଦ୍ରକରେ ୧୦, ବରଗଡ଼ରେ ୧୦, ବୌଦ୍ଧରେ ୩, କଟକରେ ୩୦, ଦେବଗଡ଼ରେ ୩, ଢ଼େଙ୍କାନାଳରେ ୩ ରହିଛି । ସେହିପରି ଗଜପତିରେ ୧୪, ଗଞ୍ଜାମରେ ୧୭, ଜଗତସିଂହପୁରରେ ୩, ଯାଜପୁରରେ ୫, ଝାରସୁଗୁଡ଼ାରେ ୬, କଳାହାଣ୍ଡିରେ ୧୯, କେନ୍ଦ୍ରାପଡ଼ାରେ ୩, କେନ୍ଦୁଝରରେ ୪, କନ୍ଧମାଳରେ ୨୧, ଖୋର୍ଦ୍ଧାରେ ୨୯, କୋରାପୁଟରେ ୨୧ ରହିଛି । ମାଲକାନଗିରିରେ ୯, ମୟୂରଭଞ୍ଜରେ ୧୪, ନବରଙ୍ଗପୁରରେ ୧୪, ନୟାଗଡ଼ରେ ୪, ନୂଆପଡ଼ାରେ ୫, ପୁରୀରେ ୧୪, ରାୟଗଡ଼ାରେ ୯, ସମ୍ବଲପୁରରେ ୬, ସୋନପୁରରେ ୩ ଓ ସୁନ୍ଦରଗଡ଼ରେ ୨୧ଟି ପ୍ରତିଷ୍ଠାନ ରହିଛି ।

ଏହି ଖବରଟିକୁ ପଢନ୍ତୁ-ଅବକାରୀ ବିଭାଗରେ ସାଂଘାତିକ କେଳେଙ୍କାରୀ, ବିନା ଲାଇସେନ୍ସରେ ଚାଲିଛି ମଦ ଦୋକାନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.