ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅବକାରୀ ବିଭାଗରେ ସାଂଘାତିକ କେଳେଙ୍କାରୀ, ବିନା ଲାଇସେନ୍ସରେ ଚାଲିଛି ମଦ ଦୋକାନ

Published By : Rasmita Pradhan | May 6, 2025 1:57 PM

ଭୁବନେଶ୍ୱର, ୦୬/୦୫ : ଅବକାରୀ ବିଭାଗରେ ସାଂଘାତିକ କେଳେଙ୍କାରୀ ସାମନାକୁ ଆସିଛି । ବିନା ଲାଇସେନ୍ସରେ ରାଜ୍ୟରେ ଚାଲିଛି ସରକାରୀ ମଦ ଦୋକାନ । ସବୁ ଦେଖି ନ ଦେଖିଲା ଭଳି ହେଉଛି ଅବକାରୀ ବିଭାଗ । ଗତ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଠିପି ବନ୍ଦ ଓ ଖୋଲା ଦୋକାନକୁ ଲାଇସେନ୍ସ ଦେଇ ନାହାନ୍ତି ସରକାର । ବେଆଇନ ଭାବେ ସବୁ ଦୋକାନ ଏବେ ବେପାର କରୁଛନ୍ତି । ବର୍ତ୍ତମାନ ରାଜ୍ୟ ୧୧୧୩ ଟି ଠିପ୍‌ ବନ୍ଦ ମଦ ଦୋକାନ (ବିଦେଶୀ), ୬୫୧ ଠିପି ଖୋଲା (ବାର୍‌, ପବ୍‌ ଓ ହୋଟେଲ୍‌) ଓ ୧୭୪ଟି ଦେଶୀ ମଦ ଦୋକାନ ରହିଛି । 

ନିୟମ କହୁଛି ପ୍ରତିବର୍ଷ (ଆର୍ଥିକ ବର୍ଷ) ଏମାନଙ୍କ ଲାଇସେନ୍ସ ନବୀକରଣ କରିବାକୁ ପଡ଼େ । ପ୍ରତିବର୍ଷ ଏପ୍ରିଲ୍‌ ୧ରେ ଏ ସବୁ ଦୋକାନୀଙ୍କୁ ଲାଇସେନ୍ସ ଦିଆଯାଏ । ନବୀକରଣ ଲାଇସେନ୍ସ ପାଇବାକୁ ହେଲେ ଅବକାରୀ ଥାନାରୁ ଏନ୍‌ଓସି ଆଣି ବିଭାଗରେ ଆବେଦନ କରିବାକୁ ପଡ଼େ । ଯଦି କୌଣସି ଦୋକାନ ମିନିମମ୍‌ ଗ୍ୟାରେଣ୍ଟେଡ୍‌ କ୍ୱାଣ୍ଟିଟି (ଏମ୍‌ଜିକ୍ୟୁ)ପୂରଣ କରିନଥିବେ ତା’ହେଲେ ତାକୁ ଲାଇସେନ୍ସ ମିଳିବ ନାହିଁ । ମାର୍ଚ୍ଚ ଶେଷରେ ମଦ ଦୋକାନୀମାନେ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିଥିଲେ । ହେଲେ ସରକାର କାହାକୁ ଲାଇସେନ୍ସ ଦେଲେନାହିଁ । ବରଂ ବିଭାଗ ପକ୍ଷରୁ ଏକ ମାସିକିଆ ବିଜ୍ଞପ୍ତି ଜାରି କରାଗଲା । ଯାହାର ଅବଧି ଥିଲା ଏପ୍ରିଲ୍‌ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ । ଏପ୍ରିଲ୍‌ ଯାଇ ମେ’ ପ୍ରଥମ ସପ୍ତାହ ବିତିବାକୁ ବସିଲାଣି । ହେଲେ ଏପର୍ଯ୍ୟନ୍ତ ରାଜ୍ୟର କୌଣସି ଦୋକାନକୁ ନବୀକରଣ ଲାଇସେନ୍ସ ଦିଆଯାଇ ନାହିଁ କି ଏପ୍ରିଲ୍‌ ଭଳି ମେ’ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ । 

ବେଆଇନ ଭାବେ ସବୁ ଦୋକାନରେ ମଦ ବେପାର ହେଉଛି । ବର୍ଷକ ପାଇଁ ଠିପି ବନ୍ଦ ମଦ ଦୋକାନର ଲାଇସେନ୍ସ ଫି’ ମାସକୁ ୨ ଲକ୍ଷ ୬୨ ହଜାର ୭୫୦ ଟଙ୍କା ଓ ଠିପି ଖୋଲା ପାଇଁ ୧ ଲକ୍ଷ ୯୯ ହଜାର ୮୭୫ ଟଙ୍କା । ଏବେ ମାସିକିଆ ଲାଇସେନ୍ସ ଫି ବଢ଼ାଇବାକୁ ସରକାର ଯୋଜନା କରୁଛନ୍ତି । ସେଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଘନଘନ ବୈଠକ ବସୁଛି । ତେଣୁ ଲାଇସେନ୍ସ ନବୀକରଣରେ ବିଳମ୍ବ ହେଉଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଲାଇସେନ୍ସ ନବୀକରଣରେ ବିଳମ୍ବ ହେତୁ ଦୋକାନୀମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି । ଏହାର ଫାଇଦା ନେଇ ଦଲାଲ୍‌ମାନେ ସକ୍ରିୟ ହୋଇଯାଇଛନ୍ତି । ଦୋକାନୀମାନଙ୍କୁ ଧମକ ଚମକ ଦେଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି । ଟଙ୍କା ନ ଦେଲେ ସମସ୍ୟାରେ ପଡ଼ିବ ବୋଲି କହୁଛନ୍ତି । ଭୟରେ ମଦ ଦୋକାନ ମାଲିକମାନେ ଟଙ୍କା ଦେଉଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ବଦଳିଲା ଶାହଙ୍କ ଓଡ଼ିଶା ଗସ୍ତ ସୂଚୀ, ୧୦ରେ ସମ୍ବଲପୁର ଏବଂ ୧୧ରେ ଭୁବନେଶ୍ୱରରେ ସଭା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.