ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୧୪ ଫେବୃଆରୀର ସେ କଳାଦିନ; ୪୦ ବୀରପୁତ୍ରଙ୍କୁ ହରାଇ ଯେବେ ବାହୁନି କାନ୍ଦିଥିଲା ସାରା ଦେଶ

Published By : Ankita S | February 14, 2025 8:59 AM

ନୂଆଦିଲ୍ଲୀ,୧୪/୦୨: ବତନ ସେ ଖୁବସୁରୁତ ସନମ ନେହିଁ ହୋତି.... ଲୋଗ ଗୁଲାବ ଦେ କର ମହୋବତ୍ ଜତାତେ ହୈ.... ଔର ୟାହାଁ ହମାରେ ସୈନିକ ଅପନେ ଜାନ୍ ଦେକର ଦେଶ କା କର୍ଜ ଅଦା କରତୈ ହେଁ....ଯେବେ ପ୍ରେମ ଦିବସ ପାଳୁଥିଲା ଦେଶ । ଗୋଲାପ ଦିଆନିଆ ହୋଇ ପରସ୍ପରକୁ ଜଣାଉଥିଲେ ଶୁଭେଚ୍ଛା । ଏହି ସମୟରେ ଆସିଥିଲା ଦେଶକୁ ଦୋହଲାଇ ଦେବା ପରି ଖବର ।  ଠିକ୍ ୬ ବର୍ଷ ତଳେ ଯେବେ ଆତଙ୍କବାଦୀଙ୍କ ଜାଲରେ ଫସି ଯାଇଥିଲେ ଆମ ବୀର ଯବାନ । ଜମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଦେଶ ହରାଇଥିଲା ୪୦ ବୀରପୁତ୍ର । ଆଜି ସେହି ଫେବୃଆରୀ ୧୪ ତାରିଖ ଯେବେ ଦେଶର ୪୦ ବୀର ଯବାନଙ୍କୁ ହରାଇ ବାହୁନି ବାହୁନି କାନ୍ଧିଥିଲା ସାରା ଦେଶ । ସମସ୍ତଙ୍କ ଆଖି ଲୁହରେ ଭିଜିଥିଲା । ୪୦ ପରିବାରର ଖୁସି ଉଜୁଡି ଯାଇଥିଲା । ବୀରପୁତ୍ରଙ୍କର ସେହି ବଳିଦାନକୁ ଆଜି ୬ ବର୍ଷ ପୂରଣ ହୋଇଛି । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ନେଇଥିଲେ ୪୦ ସିଆରପିଏଫ ଯବାନ । ଫେବୃଆରୀ ୧୪ ତାରିଖ ଭାରତ ପାଇଁ କଳାଦିନ ହୋଇ ରହିଯାଇଛି  । ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଦେଶ ।

କେମିତି ହୋଇଥଲା ଆଟାକ୍-ସେଦିନ ଥିଲା ୨୦୧୯ ମସିହା ଫେବୃଆରୀ ୧୪ ତାରିଖ । ଆଗପଛ ହୋଇ ରାସ୍ତାରେ ଆଗକୁ ବଢୁଥିଲା ସିଆରପିଏଫ ଯବାନଙ୍କ ବସ୍ । ୨୫୦୦ ଯବାନଙ୍କୁ ନେଇ ଜମ୍ମୁକାଶ୍ମୀରର ଶ୍ରୀନଗର ଯାଉଥିଲା ୭୮ଟି ବସ୍ । ଅଚାନକ ଘଟିଥିବା ବିସ୍ଫୋରଣ । ପୁଲୱାମା ଜିଲ୍ଲା ଅବନ୍ତିପୋରା ଅଞ୍ଚଳରେ ଜୈଶ-ଇ-ମହମ୍ମଦ ଆତଙ୍କୀ ସଙ୍ଗଠନର ଏକ ବିସ୍ଫୋରକ ଭର୍ତ୍ତି କାର ଯବାନଙ୍କ ବସ୍ ସହ ପିଟି ହୋଇଥିଲା । ଥରି ଉଠିଥିଲା ପୁଲୱାମା ଧୂଆଁମୟ ହୋଇଥିଲା ଅଞ୍ଚଳ । ଆଉ ତା ପରର ଦୃଶ୍ୟ ଥିଲା ଦୃହୟବିଦାରକ । ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣରେ ଟଳି ପଡିଥିଲେ ୪୦ ବୀର ଯବାନ । ପ୍ରେମ ଦିବସରେ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ ।  


ଜବାବ୍ ଦେଇଥିଲା ଭାରତ- ଏହା ପରେ ଚୁପ୍ ବସି ନଥିଲା ଭାରତ । ଶତ୍ରୁକୁ କଡା ଜବାବ ଦେଇଥିଲା । ଆକ୍ରମଣର ଠିକ୍ ୧୨ ଦିନ ପରେ ପ୍ରତିଶୋଧ ନେଇଥିଲା  । ୨୬ ଫେବୃଆରୀ ୨୦୧୯ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ ସ୍ଥିତ ଜୈଶ -ଏ- ମହମ୍ମଦ ଆତଙ୍କୀ ଠିକଣାରେ ଏୟାରଷ୍ଟ୍ରାଇକ୍ କରିଥିଲା । ରାତି ୩ଟାରେ ଏଲଓସିରେ ଆତଙ୍ଗୀ ଛାଉଣିରେ ପଶି ଆଟାକ କରିଥିଲା ବାୟୁସେନାର ୧୨ ମିରାଜ ୨୦୦୦ ଯୁଦ୍ଧ ବିମାନ । ଏଥିରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ । ୧୦୦୦ କିଲୋଗ୍ରାମ ବିସ୍ଫୋଟକ ପକାଇ ଆତଙ୍କୀ ଶିବରକୁ ଛିନଛତ୍ର କରି ଦେଇଥିଲା ।

ଓଡିଶା ହରାଇଥିଲା ୨ ବୀରପୁତ୍ର- ପୁଲୱାମା ଆକ୍ରମଣରେ ଓଡିଶା ୨ ବୀର ସନ୍ତାନଙ୍କୁ ହରାଇଥିଲା । ଦେଶମାତୃକାରେ ସେବାରେ ନିୟୋଜିତ ଦୁଇ ଓଡିଆ ଯବାନ ଶହୀଦ୍ ହୋଇଥିଲେ । ଜଗତସିଂପୁର ଜିଲ୍ଲାର ସିଆରପିଏଫ ଯବାନ ପ୍ରସନ୍ନ କୁମାର ସାହୁ ଓ  କଟର ନିଆଳିର ମନୋଜ କୁମାର ବେହେରା ପୁଲୱାମା ଆଟାକରେ ଜୀବନକୁ ବଳିଦାନ ଦେଇଥିଲେ । ଯେବେ ଯେବେ ପୁଲୱାମା ଆଟାକ୍ କଥା ମନେ ପଡିବ ଦୁଇ ଓଡିଆ ବୀର ଯବାନଙ୍କ କଥା ମନକୁ ନିଶ୍ଚୟ ଆସିବ । ଦୁଇ ବୀରଙ୍କ ବଳିଦାନ ପାଇଁ ଓଡିଶାବାସୀ ଗର୍ବିତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.