ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ବ୍ଲୁ ଅରିଜିନ୍‌ରେ ମହାକାଶ ଯିବେ ୬ ମହିଳା, ମିଶନରେ ଅଛନ୍ତି କେଟି ପେରୀ, ବେଜୋସ୍‌ଙ୍କ ପ୍ରେମିକା

Published By : Prameya | April 6, 2025 8:51 AM

ନୂଆଦିଲ୍ଲୀ ୦୬/୦୪: ଆମେରିକୀୟ ଅରବପତି ଜେଫ୍‌ ବେଜୋସଙ୍କ କମ୍ପାନି ବ୍ଲୁ ଅରିଜିନ୍‌ର ଅଲ୍‌ ୱିମେନ କ୍ରୁ ମିଶନକୁ ନେଇ ଚର୍ଚ୍ଚା । ଏଥିରେ ଲୋକପ୍ରିୟ ହଲିଉଡ୍‌ ଗାୟିକା କେଟି ପେରୀଙ୍କ ସମେତ ମୋଟ୍‌ ୬ ହାଇପ୍ରୋଫାଇଲ ମହିଳା ମହାକାଶ ଯିବେ । ଏମାନଙ୍କ ମଧ୍ୟରେ ସାମ୍ବାଦିକା ଗେଲ କିଙ୍ଗ୍‌, ନାସାର ପୂର୍ବତନ ରକେଟ୍‌ ବୈଜ୍ଞାନିକ ଆୟଶା ବୋୱେ, ବାୟୋଆଷ୍ଟ୍ରୋନଟିକ୍ସ ରିସର୍ଚ୍ଚ ସାଇଣ୍ଟିଷ୍ଟ୍‌ ଓ ନାଗରିକ ଅଧିକାର କର୍ମକର୍ତ୍ତା ଆମାଣ୍ଡା ନ୍ୟୁଗେନ୍‌, ଫିଲ୍ମମେକର କେରିୟନ୍‌ ଫ୍ଲିନ୍‌ ଏବଂ ସାମ୍ବାଦିକ ଓ ହେଲିକପ୍ଟର ପାଇଲଟ୍‌ ଲରେନ୍‌ ସାଂଚେଜ ଅଛନ୍ତି । ଲରେନ୍‌ ହେଉଛନ୍ତି ଜେଫ୍‌ ବେଜୋସଙ୍କ ଭାବୀ ପତ୍ନୀ । 

ବ୍ଲୁ ଅରିଜିନ୍‌ ଅନୁସାରେ, ମହାକାଶ ଯାତ୍ରା କରୁଥିବା ଏହି ଅଲ୍‌ ୱିମେନ୍‌ କ୍ରୁ ମିଶନ ବ୍ଲୁ ଅରିଜିନ୍‌ର ୧୧ତମ ମାନବ ମହାକାଶ ମିଶନ ହେବ । ୧୯୬୩ ପରେ ପ୍ରଥମ ଥର ମହିଳାଙ୍କ ମିଶନ ମହାକାଶ ଯିବ । ଆସନ୍ତା ୧୪ ତାରିଖ ମହାକାଶଯାନ ଉତ୍‌କ୍ଷେପଣର କିଛି ଦିନ ପୂର୍ବରୁ ଏହି ମହିଳା ଟିମ୍‌ ଟେକ୍ସାସର ଭାନ୍‌ ହର୍ନ ସ୍ଥିତ ଉତ୍‌କ୍ଷେପଣ ସ୍ଥଳୀରେ ଅନ୍ତିମ ତାଲିମ ଅଧିବେଶନ ପାଇଁ ଏକତ୍ର ହେବେ । ବ୍ଲୁ ଅରିଜିନ୍‌ର ଏହି ସ୍ପେସ୍‌ ମିଶନର ନାଁ ଏନ୍‌ଏସ୍‌-୩୧ ।

କେଟି ପେରୀ ଏହି ମିଶନକୁ ନେଇ କହିଛନ୍ତି, ଆଶା କରୁଛି ମୋର ଯାତ୍ରା ମୋ ଝିଅ ଓ ଅନ୍ୟମାନଙ୍କୁ ମଧ୍ୟ ମହାକାଶ ଯିବା ପାଇଁ ପ୍ରେରିତ କରିବ । ବେଜୋସ୍‌ଙ୍କ ଭାବୀ ପତ୍ନୀ ଲରେନ୍‌ ମିଶନର ନେତୃତ୍ୱ ନେବେ । ଏହି ମହିଳା ଟିମ୍‌କୁ ଏକତ୍ର କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଆସନ୍ତା ୧୪ ତାରିଖ ସକାଳ ୭ଟାରେ ନ୍ୟୁ ଶେପାର୍ଡ ମହାକାଶଯାନ ମହାକାଶକୁ ଯାତ୍ରା କରିବ । ୧୦୦ କିମି ଉଚ୍ଚ କାରମାନ ଲାଇନ୍‌ରେ ଏହା ପହଞ୍ଚିବ । ଶୀର୍ଷ ଉଚ୍ଚତାରେ ପହଞ୍ଚିବା ପରେ କ୍ୟାପ୍‌ସୁଲ ରକେଟ୍‌ଠୁ ଅଲଗା ହେବ । ଏହା ଫଳରେ ଯାତ୍ରୀ କିଛି ମିନିଟ୍‌ ମାଧ୍ୟାକର୍ଷଣ ଶୂନ୍ୟତାର ଅନୁଭବ କରିବେ । ଏହି ସମୟରେ ୬ ଯାତ୍ରୀ କ୍ୟାପ୍‌ସୁଲର ୬ ବିଶାଳ ଝରକା ମାଧ୍ୟମରେ ପୃଥିବୀର ମନୋରମ ଦୃଶ୍ୟକୁ ଉପଭୋଗ କରିବେ । କ୍ୟାପ୍‌ସୁଲର ୧୫ କ୍ୟୁବିକ୍‌ ମିଟର ଆଭ୍ୟନ୍ତର ସ୍ଥାନ ଯାତ୍ରୀଙ୍କୁ ଚତୁଃପାଶ୍ୱର୍ ଦୃଶ୍ୟର ଆନନ୍ଦ ପ୍ରଦାନ କରିବ । ସର୍ବୋଚ୍ଚ ପଏଣ୍ଟ୍‌ ଆପୋଜିରେ ପହଞ୍ଚିବା ପରେ କ୍ୟାପ୍‌ସୁଲ ତଳକୁ ଖସିବା ଆରମ୍ଭ କରିବ । ଅବତରଣକୁ ଧିମା କରିବା ଲାଗି ୩ କ୍ୟାପ୍‌ସୁଲରେ ପାରାଚୁଟ୍‌ ମୁତୟନ କରାଯାଇଛି । ଏହା ପରେ ରକେଟ୍‌ ସ୍ୱତଃ ପୃଥିବୀକୁ ଫେରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.