ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ଦୁଇଟି ନୂଆ AI Llama ମଡେଲର ଘୋଷଣା କଲେ ମାର୍କ ଜୁକରବର୍ଗ, ଚାଟ୍‌ ଜିଟିପି ଓ ଜେମିନି ସହ କରିବ ମୁକାବିଲା

Published By : Prameya | April 6, 2025 6:43 PM

ନୂଆଦିଲ୍ଲୀ,୬।୪: ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି , କମ୍ପାନୀ ଏହାର ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ (LLM) ) Llama  ଅଧୀନରେ ଦୁଇଟି ନୂତନ ମଡେଲ୍ ଉନ୍ମୋଚନ କରିଛି। ଏହି ମଡେଲଗୁଡ଼ିକର ନାମ ହେଉଛି Llama 4 Scout ଓ Llama 4 Maverick । ଆଗାମୀ ଦିନରେ ଆଉ ଦୁଇଟି ମଡେଲ୍ ଆସିବାର ଯୋଜନା ରହିଛି। 

ଶନିବାର ଦିନ, ମାର୍କ ଜୁକରବର୍ଗ ନିଜେ ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ଏ ବିଷୟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ଦୁଇଟି Llama 4 ମଡେଲ ବିଷୟରେ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ଏହା ଗୁଗୁଲର ଜେମିନି ଏବଂ ଓପନ ଏଆଇର ଚାଟ୍ ଜିପିଟି ୪୦ସହିତ ପ୍ରତିଯୋଗିତା କରିବ।

ଉଲ୍ଳେଖନୀୟ ଯେ ମେଟାର Llama ଏକ ମଲ୍ଟିମଡେଲ ଏଆଇ ସିଷ୍ଟମ୍। ଏହି ସିଷ୍ଟମ ଅଲଗା ଅଲଗା ଡାଟାକୁ ପ୍ରୋସେସ୍‌ କରିପାରେ, ଯାହାଦ୍ବାରା ଟେକ୍ସଟ୍, ଭିଡିଓ, ଇମେଜ୍ ଓ ଅଡିଓ ଆଦି ସାମିଲ ରହିଛି ଓ କଣ୍ଟେଣ୍ଟକୁ ଏହି ପର୍ମାଟରେ କନଭର୍ଟ କରିପାରେ।  ମାର୍କ ଜୁକରବର୍ଗ କହିଛନ୍ତି ଯେ Llama 4 Scout ଏବଂ Llama 4 Maverick ଏପର୍ଯ୍ୟନ୍ତ ସବୁଠାରୁ ଉନ୍ନତ ମଡେଲ୍। ସେ ଆହୁରି କହିଛନ୍ତି ଯେ ଏହି ଦୁଇଟି ମଡେଲ ଖୋଲା ସୋର୍ସ ସଫ୍ଟୱେର୍ ହେବ। ତାଙ୍କ ଭିଡିଓରେ, ସେ ଆଗାମୀ ମଡେଲମାନଙ୍କୁ ନେଇ ଉତ୍ସାହିତ ଥିବା ପରି ମନେ ହେଉଥିଲେ।

କେବଳ ଏତିକି ନୁହେଁ, କମ୍ପାନୀ ଏକ Llama 4 Behemoth ପ୍ରସ୍ତୁତ କରୁଛି, ଯାହାକୁ  ନେଇ ଦାବି କରାଯାଉଛି ଯେ ଏପର୍ଯ୍ୟନ୍ତ ସବୁଠାରୁ ସ୍ମାର୍ଟ Llams ମଡେଲ୍ ହେବ ଏବଂ ନୂତନ ମଡେଲ୍ ଆଣିବାରେ ମଧ୍ୟ ସହାୟକ ହୋଇପାରିବ। ମେଟା ଏଆଇ ସମ୍ପର୍କରେ ଆହୁରି ଅନେକ ଯୋଜନା ପ୍ରସ୍ତୁତ କରୁଛି, ଯାହା ପାଇଁ ଏହା ଚଳିତ ବର୍ଷ ୬୫ ବିଲିୟନ ଡଲାର ନିବେଶ କରିବାକୁ ଯାଉଛି। ମାର୍କ ଜୁକରବର୍ଗ ନିଜେ ଦୁଇଟି ଆଗାମୀ Llama ମଡେଲ ବିଷୟରେ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.