ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ଶରୀର ଦୁର୍ଗନ୍ଧ ପାଇଁ ମାର୍‌ପିଟ, ୨ ଘଣ୍ଟା ବିଳମ୍ବରେ ଉଡିଲା ବିମାନ

Published By : Prameya | April 6, 2025 3:05 PM

ମୁମ୍ବାଇ ୦୬/୦୪: ଏକ ବିମାନରେ ଅଜବ ଘଟଣା ଘଟିଛି । ବିମାନ ଭିତରେ ଦୁଇ ମହିଳା ଯାତ୍ରୀଙ୍କ ମଧ୍ୟରେ ଭୀଷଣ ମାର୍‌ପିଟ୍‌ ଆରମ୍ଭ ହେଲା । ଲୋକେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଝଗଡ଼ାର ଯେଉଁ କାରଣ ସାମ୍ନାକୁ ଆସିଲା, ତାହା ଅତ୍ୟନ୍ତ ଅଜବ ଥିଲା । ମହିଳା ଯାତ୍ରୀଙ୍କ ଝଗଡ଼ା ଯୋଗୁ ବିମାନ ୨ ଘଣ୍ଟା ବିଳମ୍ବରେ ଉଡ଼ିଲା । 

ଘଟଣା ଚୀନ୍‌ର ଶେନ୍‌ଜେନ ଏୟାରଲାଇନ୍ସର ଏକ ବିମାନରେ ଘଟିଛି । ଏଥିରେ ଦୁଇ ମହିଳା ଯାତ୍ରୀଙ୍କ ମଧ୍ୟରେ ଶରୀର ଦୁର୍ଗନ୍ଧ ଓ ପର୍‌ଫ୍ୟୁମ୍‌ର ଉତ୍କଟ ଗନ୍ଧକୁ ନେଇ ବିବାଦ ହିଂସ୍ର ରୂପ ନେଲା । ଉଭୟ ଯାତ୍ରୀଙ୍କ ଝଗଡ଼ାରେ ହସ୍ତକ୍ଷେପ କରିଥିବା ଜଣେ ବିମାନ କର୍ମଚାରୀଙ୍କ ହାତକୁ ଜଣେ ଯାତ୍ରୀ କାମୁଡ଼ିଦେଲେ । ବିମାନରେ ଜଣେ ମହିଳା ଯାତ୍ରୀ ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ ଶରୀର ଗନ୍ଧକୁ ନେଇ ଆପତ୍ତି ଉଠାଇଲେ । ଏହାର ପ୍ରତିକ୍ରିୟାରେ ଅନ୍ୟ ମହିଳା ମଧ୍ୟ ତାଙ୍କ ଅତର ଗନ୍ଧକୁ ନେଇ ଆପତ୍ତି କଲେ । ଝଗଡ଼ା ଖୁବ୍‌ଶୀଘ୍ର ମାର୍‌ପିଟ୍‌ରେ ରୂପାନ୍ତର ହେଲା ।

ସ୍ଥିତି ନିୟନ୍ତ୍ରଣ କରିବାକୁ ପହଞ୍ଚିଥିବା ବିମାନ କର୍ମଚାରୀ ଏହାର ଶିକାର ହେଲେ । ତାଙ୍କ ହାତକୁ ଜଣେ ମହିଳା କାମୁଡ଼ିଦେଲେ । ଅନ୍ୟ ଜଣେ ଯାତ୍ରୀ ମଧ୍ୟ ଏହି ଘଟଣାରେ ଆହତ ହେଲେ । ବିମାନ କର୍ମଚାରୀଙ୍କୁ ହସ୍ପିଟାଲ ନିଆଗଲା । ବିବାଦ ଆରମ୍ଭ ହେବା ପରେ ଦୁଇଜଣ ମହିଳା ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ୍‌ ଓ ଦୁଇ ପୁରୁଷ ସହକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଘଟଣା ପରେ ଦୁଇ ଯାତ୍ରୀଙ୍କୁ ପୁଲିସ ଗିରଫ କଲା । ଅନ୍ୟ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଗଲା ଏବଂ ଦୁଇ ଘଣ୍ଟା ବିଳମ୍ବରେ ସେମାନଙ୍କ ବିମାନ ଛାଡ଼ିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.