ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ବର୍ଷକରେ ବଦଳିଗଲା ଟ୍ରମ୍ପଙ୍କ ଭାଗ୍ୟ,ଦୁଇଗୁଣା ହେଲା ସମ୍ପତ୍ତି: ଜାଣନ୍ତୁ କିଭଳି ହେଲା ଏଭଳି କମାଲ ?

Published By : Prameya | April 6, 2025 4:52 PM

ନ୍ୟୁୟର୍କ,୬।୪:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ୫.୧ ବିଲିୟନ ଡଲାରର ମୋଟ ସମ୍ପତ୍ତି ସହ ୨୦୨୫ ଫୋର୍ବସ ବିଲେନିୟର୍ସ ଲିଷ୍ଟରେ ୭୦୦ ତମ ସ୍ଥାନ ହାସଲ କରିଛନ୍ତି। କେବଳ ୧୨ ମାସ ପୂର୍ବରୁ ତାଙ୍କର ଆର୍ଥିକ ଭବିଷ୍ୟତ ଗମ୍ଭୀର ଥିଲା। ବହୁ ଆଇନଗତ ମାମଲାରେ ଫଶିଥିଲେ ଓ ଆଇନଗତ ଶୁଣାଣିର ସାମନା କରୁଥିଲେ। କିନ୍ତୁ ଗତ ୧୨ ମାସରେ ସେ ନିଜ ସମ୍ପତ୍ତିକୁ ଦୁଇଗୁଣା କରିନେଇଛନ୍ତି ଟ୍ରମ୍ପଙ୍କ ଆର୍ଥିକ ସମସ୍ୟା ୨୦୨୪ରୁ ଆରମ୍ଭ ହୋଇଥିଲା, ଯେତେବେଳେ ନ୍ୟୁୟର୍କର ଏକ କୋର୍ଟ ତାଙ୍କ ବିରୋଧରେ ରାୟ ଦେଇଥିଲେ। ନ୍ୟୁୟର୍କର ଆଟର୍ଣ୍ଣିଂ ଜେନେରାଲ ଲୋଟିଟିୟା ଜେମ୍ସ ତାଙ୍କ ପ୍ରତିଷ୍ଠିତ ୪୦ ଓ୍ବାଲ୍ ଷ୍ଟ୍ରିକ୍ ବିଲ୍ଡିଂ ସହିତ ତାଙ୍କ ସମ୍ପତ୍ତି ଜବତ କରିବାର ସଙ୍କେତ ମଧ୍ୟ ଦେଇଥିଲେ। ଗୋଟିଏ ସମୟରେ ଟ୍ରମ୍ପଙ୍କ ଅନୁମାନିକ ନଗଦ କେବଳ ୪୧୩ ମିଲିୟନ ଡଲାର ଥିଲା। ଏହାର ଭବିଷ୍ୟତ ଉପରେ ମଧ୍ୟ କଳା ବାଦଳ ଛାଇ ହୋଇ ରହିଥିଲା। 

ଏତେ ସମସ୍ୟା ପରେ ବି ଟ୍ରମ୍ପ ପୁଣିଥରେ କରିଥିଲେ କମବ୍ୟାକ୍। ତାଙ୍କ ଲିଗାଲ୍ ଟିମ୍ କୋର୍ଟଙ୍କୁ ସମ୍ପତ୍ତି ଜବତ କରିବାକୁ ରୋକିବା ପାଇଁ ଆବଶ୍ୟକୀୟ ବ୍ରାଣ୍ଡ ରାଶିକୁ ୪୫୪ ମିଲିୟନ ଡଲାରରୁ ହ୍ରାସ କରି ୧୭୫ ମିଲିୟନ ଡଲାର କରିବାକୁ ମନା କରିଥିଲେ। ଯାହାଫଳରେ ତାଙ୍କୁ ଏସବୁ ବଦଳାଇବାକୁ ସମୟ ମିଳିଯାଇଥିଲା। ଟ୍ରମ୍ପ ବିଳମ୍ବକାରୀ ରଣନୀତି ପାଇଁ ପରିଚିତ, ଯାହାକି ସବୁବେଳେ ତୁରନ୍ତ ଜିତିବାଠାରୁ ଅଧିକ ମୂଲ୍ୟବାନ ପ୍ରମାଣିତ ହୋଇଥାଏ। 

ଏହାପରେ ଟ୍ରମ୍ପ ଏଭଳି ପଦକ୍ଷେପ ନେଇଥିଲେ, ଯାହାଫଳରେସବୁକିଛି ବଳିଯାଇଥିଲା। ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ ପାରେଣ୍ଟ କମ୍ପାନୀକୁ ପବ୍ଲିକ କରିଥିଲେ। ଟ୍ରୁଥ୍ ସୋସିଆଲର ଅଳ୍ପ ରାଜସ୍ବ ଓ କ୍ଷତି ପରେ ଟ୍ରମ୍ପଙ୍କ ବିଶ୍ବସ୍ଥ ସମର୍ଥକ ପାଇଁ କମ୍ପାନୀର ସେୟାର ଖୁବ୍ ବଢିଯାଇଥିଲା। ତେବେ ପରେ ଷ୍ଟକ୍‌ରେ ୭୨ ପ୍ରତିଶତ ହ୍ରାସ୍ ଘଟିଥିଲା, କିନ୍ତୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଟ୍ରମ୍ପ ପାଖରେ ଏବେ ବି ୨.୬ ବିଲିୟନ ଡଲାର ସେୟାର ଥିଲା, ଯାହାକି ତାଙ୍କ ଉଲ୍ଲେଖନୀୟ ସମ୍ପତ୍ତି ବୃଦ୍ଧିରେ ଯୋଗଦାନ କରିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.