ହାଇଦ୍ରାବାଦ,୦୨/୦୨: ମା'ର ମୃତଦେହ ସହ ଦିନ କାଟିଲେ ଝିଅ । ଦିନେ କି ଦୁଇ ଦିନ ନୁହେଁ ୧୦ ଦିନ ଧରି ମା'ର ଗଳିତ ମୃତଦେହ ସହିତ ରହିଛନ୍ତି ଦୁଇ ଝିଅ । ଏପରି ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ହାଇଦ୍ରାବାଦର ୱାରାସିଗୁଡା ଅଞ୍ଚଳରେ ଘଟିଛି । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପୋଲିସ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡିଛି ।
୪୫ ବର୍ଷୀୟ ସି.ଲଲିଥା । କୌଣସି କାରଣରୁ ଗତ ଜାନୁଆରୀ ୨୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଦୁଇ ଝିଅ ରହିଛନ୍ତି । ସେମାନେ ତାଙ୍କ ମା'ଙ୍କ ମୃତ୍ୟୁକୁ ସହି ପାରି ନଥିଲା । ଦୁଃଖରେ ଭାଙ୍ଗି ପଡିଥିଲେ । ମାଆଙ୍କୁ ପାଖରୁ ଛାଡିବାକୁ ନାରାଜ ଥିଲେ । ସି.ଲଲିଥାଙ୍କର ମୃତ୍ୟୁ ପରେ ବି ସେମାନେ ବିଶ୍ବାସ କରିପାରିନଥିଲେ । ଦୁଃଖରେ ଭାଙ୍ଗିପଡି ମା'ର ମୃତଦେହ ପାଖରେ ରହିଥିଲେ । ଦିନେ କି ଦୁଇ ଦିନ ନୁହେଁ ୧୦ ଦିନ ମା'ର ମୃତଦେହକୁ ଘରେ ରଖିଥିଲେ । ବିନା ଖାଦ୍ୟରେ କେବେଳ ପାଣି ପିଇ ମା' ମୃତଦେହ ପାଖରେ ରହିଥିଲେ ସି. ଲଲିଥାଙ୍କ ୨୨ ଓ ୨୫ ବର୍ଷୀୟା ଦୁଇ ଝିଅ । ଦୁର୍ଗନ୍ଧ ହେବାକୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି ।
ଏହା ବି ପଢନ୍ତୁ...ଚାଞ୍ଚଲ୍ୟ; ସଇତାନ ପାଲଟିଲା ସ୍ବାମୀ, ସ୍ତ୍ରୀକୁ ମାରି ପ୍ରେସରକୁକରରେ ସିଝେଇଲା
ସି.ଲଲିଥାଙ୍କ ଦୁଇ ଝିଅଙ୍କ ନାମ ସି ରାବାଲି ଓ ସି ୟଶୱିଥା । ସେମାନେ ୱାରାସିଗୁଡା ଅଞ୍ଚଳରେ ଭଡା ଘରେ ରହୁଥିଲେ । ୧୦ଦିନ ହେବ ସେମାନେ ଘରୁ ବାହାରକୁ ବାହାରି ନଥିଲେ । ଉକ୍ତ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଘଟଣାଟି ସମସ୍ତଙ୍କୁ ଚକିତ କରିଛି ।