ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପୁଣି ତେଲକୋଇ ବନ୍ଦ ଡାକରା, ଚକଧର ଜଳପ୍ରକଳ୍ପକୁ ବିରୋଧ ଜାରି

ତେଲକୋଇ,୦୭/୧୦: ଚକଧର ଜଳପ୍ରକଳ୍ପକୁ ବିରୋଧ ପାଇଁ ତେଲକୋଇ ଅଞ୍ଚଳରେ ପୁଣି ବିରୋଧ ଆରମ୍ଭ । ଏନେଇ ସୋମବାର ପୁଣି ଥରେ ତେଲକୋଇ ବନ୍ଦଡାକରା ଦିଆଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିରୋଧର ପ୍ରଦର୍ଶନ କରାଯିବ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ମୁତାବକ, ଚଳିତ ବର୍ଷ ଅଗଷ୍ଟ ମାସ ୨୭ ତାରିଖରେ ତେଲକୋଇରେ ଏକ ବିଶାଳ ରାଲି କରାଯାଇଥିଲା । ଏହି ସମୟରେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ପରେ ସେପ୍ଟେମ୍ୱର ୧୨ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଥିଲା । ବର୍ତ୍ତମାନ ପୁଣିଥରେ ତେଲକୋଇ ବଜାର ସହିତ ଜଗମୋହନପୁର ବଜାର ବନ୍ଦ ଡାକରା ଦିଆଯାଇଛି । ସୋମବାର ଏହି ବନ୍ଦ ଡାକରାରେ ଦୋକାନ ବଜାର ସହ ସ୍କୁଲ କଲେଜ ସରକାରୀ ଏବଂ ବେସରକାରୀ ଅଫିସ ବନ୍ଦ ରହିଛି । ଏହ ସହ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ଚକଧର ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କାରେ ଲୋକେ ବିରୋଧ ପ୍ରଦର୍ଶନ କରୁଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.