ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼

କେନ୍ଦୁଝର,୦୯/୧୦: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ  ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ଏକ ସପ୍ତାହ ଧରି ହାତୀପଲଙ୍କ ଉପଦ୍ରବ ଜାରି ରହିଥିଲା । ଜ୍ୟୋତିପୁର, ବର୍ଦ୍ଧନା, ପାରୁଡ଼ିପଶି, ଜାଲି, ନିଶ୍ଚିନ୍ତପୁର , ବାରିଆ , ପଡୁଆ ଅଞ୍ଚଳରେ ହାତୀପଲ ଏକର ଏକର ଧାନ ଚାଷ ନଷ୍ଟ କରିବା ସହ ହାତୀପଲ ଜଳକ୍ରୀଡ଼ା କରିଥିବା ଦେଖିବାକୁ ମିଳିଛି । ଏହି ହାତୀପଲରେ ୮ ଟି ଦନ୍ତା ହାତୀ ଥିବା ବେଳେ ୧୩ ଟି ମାଈ ହାତୀ ଏବଂ ୭ଟି ଛୁଆ ହାତୀ ରହିଛନ୍ତି ।

ଏକ୨୮ ଟିକିଆ ଝାରଖଣ୍ଡୀ ହାତୀପଲ ଗତ କିଛି ଦିନ ହେବ ଚମ୍ପୁଆ ରେଞ୍ଜକୁ ପ୍ରବେଶ କରି ଜ୍ୟୋତିପୁର, ବର୍ଦ୍ଧନା, ପାରୁଡ଼ିପଶି, ଜାଲି, ନିଶ୍ଚିନ୍ତପୁର , ବାରିଆ , ପଡୁଆ ଅଞ୍ଚଳ ରେ ଆତଙ୍କ ଖେଳାଇବା ସହ ଏକର ଏକର ଚାଷ ଜମିକୁ ମାଡି ଚକଟି ନଷ୍ଟ କରିଦେଇଥିଲେ । ବୁଧବାର ସକାଳୁ ହାତୀପଲ କଞ୍ଚନ ଡୁମୁରିଆ ଜଙ୍ଗଲରେ ଡେରା ପକାଇ ଥିବା ବେଳେ ଜଙ୍ଗଲ ଭିତରେ ଥିବା ଏକ ବନ୍ଧରେ ଦୀର୍ଘ ସମୟ ଧରି ଜଳକ୍ରୀଡାରେ ମଜି ରହିଥିବା ଦେଖିବାକୁ ମିଳିଥିଲା । ହାତୀପଲଙ୍କ ଉପଦ୍ରବରେ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ହାତୀପଲଙ୍କ ଜଳକ୍ରୀଡାର ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି ।ଏହି ହାତୀପଲରେ ୮ ଟି ଦନ୍ତା ହାତୀ ଥିବା ବେଳେ ୧୩ ଟି ମାଈ ହାତୀ ଏବଂ ୭ଟି ଛୁଆ ହାତୀ ରହିଛନ୍ତି । ଏବେ ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ହାତୀପଲଙ୍କ ଉପରେ କଡା ନଜର ରଖିଛି । 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.