ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବାଇକ-ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

ପାଟଣା, ୧୦।୧୦ : କେନ୍ଦୁଝର ଜିଲ୍ଲା  ତୁରୁମୁଙ୍ଗା ଥାନା କେନ୍ଦେଇ ପଶି ହନୁମାନ ଛକ ନିକଟରେ ଗୁରୁବାର   ଅପରାହ୍ନରେ ଏକ ବାଇକ୍‌  ଓ ସ୍କୁଟି ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ   ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଖୁଣ୍ଟାପଡା ଗ୍ରାମର କେଦାର ନାଥ ମହାନ୍ତ। ଗୁରୁତର ହେଲେ ଚାକୁଣ୍ଡା ପାଳ ଗ୍ରାମର  ଗ୍ରାମର ଦମୟନ୍ତୀ ମୁଣ୍ଡା ଓ ତାଙ୍କ ସ୍ବାମୀ ମୁଣ୍ଡା ସାହିର ଚୈତନ୍ୟ ମୁଣ୍ଡା ଏବଂ ପାଣିଗ୍ରାହୀ ମୁଣ୍ଡା ।

ତୁରୁମୁଙ୍ଗା ଥାନା କେନ୍ଦେଇ ପଶି ହନୁମାନ ଛକ ନିକଟରେ ଏକ ବାଇକ୍‌  ଓ ସ୍କୁଟି ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଥିଲେ। ଏଥିରେ ବାଇକ ଓ ସ୍କୁଟି ଆରୋହୀ ୪ ଜଣ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ସେମାନଙ୍କ ମଧ୍ୟରୁ କେଦାରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ  ଆନନ୍ଦପୁର ନିକଟରେ ତାଙ୍କର  ମୃତ୍ୟୁ ହୋଇଥିଲ। ଅନ୍ୟ ୩ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.