ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ହାତୀପଲଙ୍କୁ ଘଉଡାଇବା ବେଳେ କୂଅରେ ପଡ଼ିଲା ମାଈ ହାତୀ, ଉଦ୍ଧାର କଲା ବନ ବିଭାଗ

ତେଲକୋଇ, ୦୮/୧୦ : ହାତୀପଲଙ୍କୁ ଘଉଡାଇବା ବେଳେ କୂଅରେ ପଡ଼ିଲା ମାଈ ହାତୀ। ତେଲକୋଇ ରେଞ୍ଜ୍ ବିମଳା ଫରେଷ୍ଟ ବିଟ୍ ପାଟଖଳି ଗାଁରେ ସୋମବାର ବିଳମ୍ଵିତ ରାତିରେ ଏଭଳି ଘଟଣା ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଉଦ୍ଧାର କରିଛି।

ସୂଚନାନୁଯାୟୀ, ସୋମବାର ତେଲକୋଇ ରେଞ୍ଜ୍ ବିମଳା ଫରେଷ୍ଟ ବିଟ୍ ପାଟଖଳି ଗାଁ ନିକଟରେ ୮ ଟିକିଆ ହାତୀପଲ ବୁଲୁଥିଲେ। ଗାଁ ଲୋକେ ହାତୀପଲଙ୍କୁ ଘଉଡାଇବା ବେଳେ ଏକ ମାଈ ହାତୀ ନାଏକ ସାହିରେ ଥିବା ପରିତ୍ୟକ୍ତ କୂଅରେ ପଡିଯାଇଥିଲା। ଏହାପରେ ହାତୀପଲ କିଛି ଦୂରକୁ ଚାଲିଯାଇଥିଲେ। ଏନେଇ ଗାଁର ଜଣେ ୱାଇଲ୍ଡଲାଇଫ୍ କର୍ମଚାରୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ସହାୟତାରେ ହାତୀକୁ ଉଦ୍ଧାର କରିଛନ୍ତି। ହାତୀଟିକୁ କୂଅରେ ପଡିବାର ୨ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ହାତୀଟି ଜଙ୍ଗଲକୁ ଚାଲିଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.