ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଶିରିଡ଼ି ସାଇବାବା ସଂସ୍ଥାର ବଡ଼ ନିଷ୍ପତ୍ତି, ଆଜିଠୁ ଟୋକନରେ ମିଳିବ ପ୍ରସାଦ

Published By : prameya | February 6, 2025 12:05 PM

ନୂଆଦିଲ୍ଲୀ,୦୬/୦୨: ଶିରିଡ଼ି ସାଇ ବାବା ସଂସ୍ଥା ନିଶୁଳ୍କ  ପ୍ରସାଦକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ସାଇ ବାବାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଟୋକନ ପଦ୍ଧତିରେ ଦିଆଯିବ ମାଗଣା ପ୍ରସାଦ ।  ଭକ୍ତଙ୍କୁ ସାଇ ପ୍ରସାଦଳୟରେ ମାଗଣା ଭୋଜନର ଟୋକନ ଦିଆଯିବ । ଏହି ଟୋକନ ମାଧ୍ୟମରେ ଭକ୍ତମାନେ ଦର୍ଶନ ପରେ  ସେମାନଙ୍କୁ କାଉଣ୍ଟରରେ ପ୍ରସାଦ ଦିଆଯିବ । ଏହି ନିଷ୍ପତ୍ତି ଶିରିଡ଼ିରେ ବଢୁଥିବା ଅପରାଧ ଯୋଗୁଁ ନିଆଯାଇଛି । 

ସୂଚନା ମୁତାବକ, ଶିରିଡ଼ି ସ୍ଥିତ ସାଇବାବା ସଂସ୍ଥା ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି ।   ସାଇବାବା ମନ୍ଦିରରେ କିଛି ଦିନ ପୂର୍ବରୁ ସଂସାଦ ଓ ଭାଜପା ନେତା ସୁଜୟ ବିଖେ କହିଥିଲେ ଯେ, ଶିରିଡ଼ିରେ ମାଗଣା ଭୋଜନ ବନ୍ଦ କରିଦେବା ଆବଶ୍ୟକ । ଶିରିଡ଼ିରେ ଦିଆଯାଉଥିବା ମାଗଣା ଭୋଜନ ଯୋଗୁଁ  ରାଜ୍ୟର ସବୁ ଭିକାରୀମାନେ ସେଠାକୁ ଯାଉଛନ୍ତି । ଯାହାଦ୍ବାରା ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଇଛି ।  

ତେବେ ଶିରିଡ଼ିରେ ବଢୁଥିବା ଅପରାଧକୁ ରୋକିବା ପାଇଁ ବିଭିନ୍ନ ଉପାୟ ନିଆଯାଉଛି। ଗତ କିଛି ବର୍ଷ ଧରି ଭକ୍ତମାନେ ଶିରିଡ଼ିରେ ସାଇବାବାଙ୍କ ଦର୍ଶନ ପରେ ସାଇ ପ୍ରସାଦାଳୟରେ ନିଶୁଳ୍କ ଭୋଜନର ଲାଭ ଉଠାଉଛନ୍ତି । ଏହି ସ୍ଥାନରେ ପ୍ରତିଦିନ ୫୦ ରୁ ୬୦ ହଜାର ଲୋକ ଭୋଜନ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଭୋଜନ ପାଇଁ ଟୋକନ ବ୍ୟବସ୍ଥାର ଆବଶ୍ୟକତା ରହିବ । ଶିରିଡ଼ି ସଂସ୍ଥାର ଭକ୍ତ ନିବାସରେ ଭୋଜନ ପାଇଁ ଟୋକନ ଦିଆଯିବ। ପ୍ରସାଦଳୟରେ ଟୋକନ ପାଇଁ ଅତିରିକ୍ତ ବ୍ୟବସ୍ଥା ମଧ୍ୟ କରାଯିବ । ଏହି ନିଷ୍ପତ୍ତି ଆଜିଠୁ ଲାଗୁ ହେବ । ତେବେ ଏନେଇ ଏକ ପ୍ରେସ କନଫରେନ୍ସ ଆୟୋଜିତ କରାଯାଇ ଏଭଳି ଘୋଷଣା କରାଯାଇଛି । ସାଇ ସଂସ୍ଥା ଏହି ନିର୍ଣ୍ଣୟ କିଛିଦିନ ପୂର୍ବରୁ ଶିରିଡ଼ିରେ ହୋଇଥିବା ହତ୍ୟାକାଣ୍ଡ ଓ ପୂର୍ବ ଭାଜପା ସଂସଦ ସୁଜୟ ବିଖେ ଦ୍ବାରା ବଢୁଥିବା ଅପରାଧ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.