ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଆଇପିଏଲ ପାଲଟିଛି ମିଳନର ଋତୁ; ପୁଣି ଯୋଡ଼ି ହେଲା ଭଙ୍ଗା ହୃଦୟ, ପ୍ରେମରେ ଚହଲ, ଧାୱନ..

Published By : Prameya | April 18, 2025 9:22 AM

ନୂଆଦିଲ୍ଲୀ, ୧୮/୦୪: ଆଇପିଏଲ ଏକ ମିଳନର  ଋତୁ । ହୃଦୟ ଭାଙ୍ଗିଥିଲେ ପୁଣି ଯୋଡ଼ିବାର ବେଳ ।  ପୂର୍ବରୁ ଏମିତି ବହୁ ଦୃଷ୍ଟାନ୍ତ ରହିଛି । ଏବେ ୟୁଝବେନ୍ଦ୍ର  ଚହଲ ଏବଂ ଶିଖର ଧାୱନଙ୍କୁ ନେଇ ସେମିତି କିଛି ଚର୍ଚ୍ଚା  ହେଉଛି । ସୋସିଆଲ ମିଡିଆରେ କେତେ କ’ଣ କଥା  ଚାଲିଛି । ଫଟୋ ବି ଭାଇରାଲ ହେଉଛି । ଦୁହିଁଙ୍କ ବିବାହ  ବିଚ୍ଛେଦ ପରେ ପୁଣି ସେମାନେ ପ୍ରେମରେ ପଡ଼ିଛନ୍ତି ।  

ପ୍ରଥମେ ଚହଲଙ୍କ କଥା, ଖୁବ ଅଳ୍ପ ଦିନ ମଧ୍ୟରେ  ଚହଲ ଓ ଧନଶ୍ରୀଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି  ହେବା ସହ ବିଚ୍ଛେଦ ହେଲା । ବିଚ୍ଛେଦର କାରଣ ସେମାନେ  ଖୋଲି କହି ନଥିଲେ । କିନ୍ତୁ ଯାହା ଜଣା ପଡ଼ିଥିଲା ଯେ,  ଧନଲକ୍ଷ୍ମୀ ମୁମ୍ବାଇରେ ରହିବାକୁ ଚାହୁଁଥିଲେ କିନ୍ତୁ ଚହଲ  ଏଥିରେ ସହମତି ପ୍ରକାଶ କଲେ ନାହିଁ । ଯେଉଁଥିପାଇଁ ଦୁହିଁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଲା ଏବଂ ଶେଷରେ ବିଚ୍ଛେଦ ହେଲା ।  

ବିଚ୍ଛେଦର ଖୁବ ଅଳ୍ପ ଦିନ ମଧ୍ୟରେ ଚହଲ ଜଣେ  ଯୁବତୀଙ୍କ ସହ ନଜରକୁ ଆସିଥିଲେ । ଯୁବତୀ ଜଣଙ୍କ  ଥିଲେ ରେଡିଓ ଜୋକି ମହବଶ । ସେମାନଙ୍କ ଭିତରେ  ପ୍ରେମ ସଂପର୍କ ଗଢ଼ି ଉଠିଛି । ଚହଲଙ୍କ ସହ ବାରମ୍ବାର  ମହବଶ ନଜରକୁ ଆସୁଛନ୍ତି । ସୋସିଆଲ ମିଡିଆରେ  ତାଙ୍କ ଖେଳକୁ ପ୍ରଶଂସା କରୁଛନ୍ତି । ତେଣୁ ଯାହା ଆଶା  କରାଯାଉଛି ଉଭୟ ହୁଏତ ବିବାହ କରିପାରନ୍ତି ।  ଚହଲଙ୍କ ସହ ବନ୍ଧୁତା ପୂର୍ବରୁ ମହବଶ ୩ ଜଣଙ୍କୁ ପ୍ରେମ  କରିଥିଲେ । ସେମାନେ ସମସ୍ତେ କାଳେ ତାଙ୍କୁ ଧୋକା  ଦେଇଛନ୍ତି । ଚହଲ ହେଉଛନ୍ତି ତାଙ୍କର ଚତୁର୍ଥ ପ୍ରେମିକ । 

ଶିଖର ଧାୱନ ଆଇପିଏଲ ଖେଳୁ ନାହାନ୍ତି ।  ୨୦୨୧ରେ ତାଙ୍କର ଆୟେଶା ମୁଖାର୍ଜୀଙ୍କ ସହ ବିବାହ  ବିଚ୍ଛେଦ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଅଛି ।  ବିଚ୍ଛେଦ ପରେ ପୁଅ ମାଆ ପାଖରେ ରହୁଛି । ଦୀର୍ଘ ୪  ବର୍ଷ ହେଲା ଧାୱନ ନିଃସଙ୍ଗ ଜୀବନ ବିତାଉଛନ୍ତି । ଏ  ପର୍ଯ୍ୟନ୍ତ ସେ ବିବାହ କରି ନାହାନ୍ତି । କିନ୍ତୁ ଏଇ ନିକଟରେ  ଧାୱନଙ୍କ ସହ ଦୁଇ ଜଣ ଚର୍ଚ୍ଚିତ ମହିଳାଙ୍କ ନାମ ଯୋଡ଼ା  ଯାଉଛି । ହୁଏତ ଏହି ଦୁଇ ମହିଳାଙ୍କ ମଧ୍ୟରୁ ସେ  ଜଣଙ୍କୁ ହୃଦୟ ଦେଇ ସାରିଛନ୍ତି । ତାଙ୍କୁ ବିବାହ କରିବେ ।  ସେମାନଙ୍କ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ଦିଶା ପଟାନି  ଓ ଆୟର୍ଲାଣ୍ଡର ସୋଫି ସାଇନ । ସାଇନିଙ୍କ ସହ ତାଙ୍କର  ଏକାଧିକ ଫଟୋ ଭାଇରାଲ ହେଉଛି । ହୁଏତ ତାଙ୍କୁ ହିଁ  ଧାୱନ ବିବାହ କରିବେ ବୋଲି କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.