ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

IPL 2025 ମଧ୍ୟରେ ୩ ଭାରତୀୟ ଖେଳାଳିଙ୍କ ଉପରେ ବର୍ଷା ହେବ ଟଙ୍କା

Published By : Tapas Panda | April 17, 2025 8:50 PM

Image Courtesy: indiatv

ମୁମ୍ବାଇ: ଆଇପିଏଲ୍‌ ୨୦୨୫ ଜାରି ରହିଛି । ଏଥର ଏହି ଟୁର୍ଣ୍ଣାମେଣ୍ଟରେ ବହୁ ଉଦୀୟମାନ ତାରକା ନିଜର ପ୍ରତିଭା ଦେଖାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଖେଳାଳି ଏମିତି ଅଛନ୍ତି, ସେମାନଙ୍କ ଉପରେ ଟଙ୍କା ବର୍ଷା ହେବାକୁ ଯାଉଛି । ଏହି ଭାରତୀୟ ଖେଳାଳି ବିସିସିଆଇ ପାଖରୁ ବଡ଼ ଉପହାର ପାଇବାକୁ ଯାଉଛନ୍ତି । ବିସିସିଆଇର ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ବା କେନ୍ଦ୍ରୀୟ ଚୁକ୍ତିରେ ସାମିଲ ହୋଇପାରନ୍ତି ଅଭିଷେକ ଶର୍ମା, ହର୍ଷିତ ରାଣା ଏବହ ନୀତିଶ କୁମାର ରେଡ୍ଡୀ । 

ଗତ ମାସ ବିସିସିଆଇ ମହିଳା ଦଳ ପାଇଁ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଥିଲା। ଏହା ପରେ ପରୁଷ ଦଳ ପାଇଁ ଏହି ଘୋଷଣା ଉପରେ ସମସ୍ତେ ନଜର ରଖିଛନ୍ତି । ଖୁବଶୀଘ୍ର ବିସିସିଆଇ କେନ୍ଦ୍ରୀୟ ଚୁକ୍ତିକୁ ନେଇ ବଡ଼ ଘୋଷଣା କରିପାରେ । କ୍ରିକ୍‌ବଜର ଏକ ରିପୋର୍ଟ ଅନୁସାରେ, ଏଥର ଅନେକ ପରିବର୍ତ୍ତନ ହେବ ନାହିଁ ଏବଂ କେବଳ କିଛି ନାମ ପରିବର୍ତ୍ତନ ହୋଇପାରେ ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ତିନି ଜଣ ଯୁବ ଖେଳାଳି ଯେଉଁମାନେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ଏବଂ ଗତ ଏକ ବର୍ଷରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯିବ । ବାମହାତୀ ବ୍ୟାଟର ଅଭିଷେକ ଶର୍ମା, ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଏବଂ ଦ୍ରୁତ ବୋଲର ହର୍ଷିତ ରାଣା ଗତ ବର୍ଷ ବିଭିନ୍ନ ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ ଏବଂ ସେମାନଙ୍କର ଦୃଢ଼ ପ୍ରଦର୍ଶନ ବିସିସିଆଇର ଧ୍ୟାନ ଆକର୍ଷଣ କରିଥିଲା । 

ଏଭଳି ପରିସ୍ଥିତିରେ, ୨୦୨୪-୨୫ର କେନ୍ଦ୍ରୀୟ ଚୁକ୍ତିରେ ଏହି ୩ ଖେଳାଳି ସ୍ଥାନ ପାଇବା ନେଇ ଅଧିକ ସମ୍ଭାବନା ରହିଛି । ଏହି ଚୁକ୍ତିନାମା ଅକ୍ଟୋବର ୨୦୨୪ରୁ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ । ଏହି ତିନି ଖେଳାଳି କେନ୍ଦ୍ରୀୟ ଚୁକ୍ତିନାମାର ସି-ଗ୍ରେଡରେ ସ୍ଥାନ ପାଇବେ । ଚାରୋଟି ଗ୍ରେଡ୍ ମଧ୍ୟରୁ ସର୍ବନିମ୍ନ ଗ୍ରେଡ୍‌ ସି‘ | ଏହି ଗ୍ରେଡରେ ଆସୁଥିବା ଖେଳାଳିମାନେ ବର୍ଷକୁ ୧ କୋଟି ଟଙ୍କା ପାଇଥାନ୍ତି ।

ବିସିସିଆଇ ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି ଚୁକ୍ତିନାମା ଅବଧି ମଧ୍ୟରେ ଅତି କମରେ ୩ ଟି ଟେଷ୍ଟ କିମ୍ବା ୮ଟି ODI କିମ୍ବା ୧୦ ଟି -20 ଅନ୍ତର୍ଜାତୀୟ ଖେଳନ୍ତି, ତେବେ ସେ ସିଧାସଳଖ ସି-ଗ୍ରେଡରେ ସ୍ଥାନ ପାଇବେ । ଗତ ବର୍ଷ ନିଜର ଟି -20 ଡେବ୍ୟୁ କରିଥିବା ଅଭିଷେକ ଅକ୍ଟୋବର ୨୦୨୪ ପରଠାରୁ ୧୨ଟି ଟି -20 ଖେଳିଛନ୍ତି । ଏହି ସମୟ ମଧ୍ୟରେ ନୀତିଶ ରେଡ୍ଡୀ ୫ ଟି ଟେଷ୍ଟ ଏବଂ ୪ଟି-20 ଖେଳିଛନ୍ତି ଏବଂ ସେ ମଧ୍ୟ ଏହି ଆବଶ୍ୟକତା ପୂରଣ କରିଛନ୍ତି । ତେବେ ଏପର୍ଯ୍ୟନ୍ତ କେବଳ ୨ ଟି ଟେଷ୍ଟ, ୫ଟି ODI ଏବଂ ଗୋଟିଏ  ଟି -20 ଖେଳିଥିବା  ହର୍ଷିତ ରାଣା କେନ୍ଦ୍ରୀୟ ଚୁକ୍ତି ପାଇଁ ଯୋଗ୍ୟତା ପାଇନାହାନ୍ତି ।  କିନ୍ତୁ ସେ ତିନୋଟି ଫର୍ମାଟରେ  ୮ ଟି ମ୍ୟାଚ୍ ଖେଳିଛନ୍ତି ଏବଂ ସେପ୍ଟେମ୍ବର ୨୦୨୫ ପୂର୍ବରୁ ମଧ୍ୟ ସେ ଆହୁରି କିଛି ମ୍ୟାଚ୍ ଖେଳିବେ । ଏପରି ପରିସ୍ଥିତିରେ ତାଙ୍କୁ ଚୁକ୍ତିରେ ସାମିଲ କରାଯାଇପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.