ନୂଆଦିଲ୍ଲ: ମୁମ୍ୱାଇ ଇଣ୍ଡିଆନ୍ସ ଆଇପିଏଲର ୧୮ ତମ ସିଜିନରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଦଳ ଗୁରୁବାର ଦିନ ସନରାଇଜର୍ସ ହାଇଦ୍ରାବାଦକୁ ୪ ୱିକେଟରେ ହରେଇ ଦେଇଛି। ୱିଲ ଜେକ୍ସ ୩୬ ରନ ବନେଇଥିବା ବେଳେ ବୋଲିଂ କରି ୨ଟି ୱିକେଟ ହାସଲ କରିଛନ୍ତି। ମୁମ୍ୱାଇ ପୂର୍ବ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ହରାଇଦେଇଥିଲା।
ଆଜିକାର ମ୍ୟାଚ୍ ୱାଙ୍ଖେଡେ ଷ୍ଟାଡିୟମରେ ହେଉଥିବା ବେଳେ ମୁମ୍ୱାଇ ଟସ୍ ଜିତି ବୋଲିଂ କରିବାକୁ ବାଛିଥିଲା। ମୁମ୍ୱାଇର ଦମଦାର ବୋଲିଂ ଆଗରେ ହାଇଦ୍ରାବାଦ ୫ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ୧୮.୧ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିନେଇଥିଲା। ରୋହିତ ଶର୍ମା ୨୬, ରିଆନ ରିକେଲଟନ ୩୧ ଏବଂ ସୂର୍ଯ୍ୟକୁମାର ଯାଦବ ୨୬ ରନ୍ ସଂଗ୍ରହ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ପ୍ୟାଟ୍ କମିନ୍ସ ୩ଟି ଏବଂ ଇଶାନ ମାଲିଙ୍ଗା ୨ଟି ୱିକେଟ ନେଇଥିଲେ।