ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ପୁଣି ସ୍ବର୍ଣ୍ଣ ପଦକ ଜିତିଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା, ଆଗକୁ ଏହି ଟୁର୍ଣ୍ଣାମେଣ୍ଟକୁ ରହିଛି ଅପେକ୍ଷା

Published By : Prameya | April 17, 2025 7:08 PM

ନୂଆଦିଲ୍ଲୀ,୧୭।୪: ଗୋଲ୍ଡେନ ବୟ ନୀରଜ ଚୋପ୍ରା ପୁଣି ଦେଖାଇଲେ କମାଲ। ଭାରତ ପାଇଁ ଦୁଇଟି ଅଲିମ୍ପିକ ପଦକ ଆଣି ସାରିଥିବା ନୀରଜ ବୁଧବାର ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି।  ସାଉଥ୍ ଆଫ୍ରିକାର ପେଟଚେଫଷ୍ଟୁମ୍‌ରେ ପଟ୍ ଇନଭେଟସନାଲ ଟ୍ରାକ୍ ଟୁର୍ଣ୍ଣାମେଣ୍ଟ ଜିତି ଗୋଲ୍ଡ ମେଡାଲ ନିଜ ନାଁରେ ସେ କହିଛନ୍ତି। ଏହି ଇଭେଣ୍ଟରେ ନୀରଜ ୮୪.୫୨ ମିଟର ଜାଭେଲିନ୍ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ। ଏହା ସହ ନିଜର ନାଁରେ କରିଥିଲେ ସ୍ବର୍ଣ୍ଣପଦକ। ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ନିରଜଙ୍କ ଆତ୍ମବିଶ୍ବାସ ଡାଇମଣ୍ଡ ଲିଗ୍ ଟୁର୍ଣ୍ଣାମେଣ୍ଟ ପାଇଁ ବଢିବ।

ନୀରଜ ସାଉଥ୍ ଆଫ୍ରିକାରେ ଜାଭେଲିନ୍ ଥ୍ରୋୟର ଡି ସ୍ମିଟ୍‌ଙ୍କଠାରୁ ଖୁବ୍ ଆଗରେ ରହିଥିଲେ। ସେ ୮୨.୪୪ ମିଟର ପର୍ଯ୍ୟନ୍ତ ଥ୍ରୋ କରିଥିଲେ। ନିରଜ ୬ ଖେଳାଳିଙ୍କ ଭିତରେ ଚାଲିଥିବା ଫାଇନାଲ ମ୍ୟାଚ୍‌ରେ ଟପ୍‌ ପୋଜିସନ୍‌ରେ ଥିଲେ। ନୀରଜ ସେଠାରେ ୮୪.୫୨ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଥ୍ରୋ କରିଥିଲେ। ଯଦିଓ ତାଙ୍କର ବ୍ୟକ୍ତିଗତ ବେଷ୍ଟ ଥ୍ରୋ ରହିଛି ୮୯.୯୪ ମିଟର। ସ୍ମିଟ୍ ନିଜର ବେଷ୍ଟ ଥ୍ରୋ ୮୩.୨୯ ମିଟର ପାଖାପାଖି ପହଁଞ୍ଚିଥିଲେ। ଏହି ଇଭେଣ୍ଟରେ ତୃତୀୟ ନମ୍ବରରେ ଡଙ୍କନ ରବର୍ଟସନ୍‌ ଥିଲେ, ଯିଏକି ୭୧.୨୨ ମିଟର ଥ୍ରୋ କରିଥିଲେ।

ନୀରଜଙ୍କ ଆଗାମୀ ବଡ଼ ଇଭେଣ୍ଟ ୧୬ ମଇରେ ଦୋହା ଡାଇମଣ୍ଡ ଲିଗ୍‌ରେ ରହିଛି। ସେଠାରେ ତାଙ୍କୁ କଡା ଚ୍ୟାଲେଞ୍ଜର ସମନା କରିବାକୁ ପଡିବ। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍‌ରେ ନୀରଜ ୮୯,୪୫ ମିଟର ଥ୍ରୋ ସହ ବ୍ରୋଞ୍ଜ ପଦକ ଜିତିଥିଲେ। ସେଭଳି ପାକିସ୍ତାନର ଅର୍ଶଦ ନଦମୀ ୯୨.୯୭ ମିଟର ନୂଆ ଅଲିମ୍ପିକ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଯେତେ ସିଜିନ୍ ପାଖେଇ ଆସୁଛି ସମସ୍ତଙ୍କ ନଜର ନିରଜଙ୍କ ଉପରେ ରହିବ। କ’ଣ ନଦୀମ ରେକର୍ଡକୁ ଚ୍ୟାଲେଞ୍ଜ ଦେଇପାରିବେ କି ନାହିଁ। ଆଜିକାଲି ନୀରଜ ନିଜର ନୂଆ କୋଚ୍‌ ଚେକ୍ ଗଣରାଜ୍ୟର ଜାନ୍ ଜେଲେଜନିଙ୍କ ତତ୍ତ୍ବାବଧାନରେ ପୋଟଚେଫଷ୍ଟୁମ୍‌ରେ ପ୍ରାକ୍ଟିସ୍ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.