ନୂଆଦିଲ୍ଲୀ,୧୮/୦୪: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ଲାସଗୋରେ ଆୟୋଜିତ ହେବ । ପରବର୍ତ୍ତୀ ସଂସ୍କରଣ ଗୁଡ଼ିକ ଆୟୋଜନ ନେଇ ବିଶ୍ୱର ୪ଟି ମହାଦେଶରୁ (ଏସିଆ, ଆଫ୍ରିକା, ଆମେରିକା ଓ ଓସେନିଆ) ୭ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି।
ଭାରତ, କାନାଡ଼ା ନାଇଜେରିଆ ୨୦୩୦ କ୍ରୀଡ଼ା ଆୟୋଜନ ନେଇ ଆଗ୍ରହୀ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫ୍ୟୁଚର କମିଟିକୁ ଜଣାଇଛି । ସେମିତି ୨୦୩୪ ସଂସ୍କରଣ ନ୍ୟୁଜିଲାଣ୍ଡ ଆୟୋଜନ କରିବାକୁ ଆଗ୍ରହୀ ରହିଛି । ୨୦୧୦ କ୍ରୀଡ଼ା ଦିଲ୍ଲୀରେ ଆୟୋଜିତ ହୋଇଥିଲା । ପୁଣି ଦୁଇ ଦଶନ୍ଧି ପରେ ହୁଏତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତକୁ ଫେରିପାରେ ।
୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ଭାରତୀୟ ଅଲିମ୍ପିକ୍ସ ସଂଘ ଏବଂ କେନ୍ଦ୍ର ସରକାର ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ଅହମ୍ମଦାବାଦରେ କ୍ରୀଡ଼ା ଆୟୋଜନ କରାଯିବା ସଂପର୍କରେ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇ ସାରିଛି ।