ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ, ଚାର୍ଟର ପ୍ଲେନରେ ଯିବେ ମୁମ୍ବାଇ

ନୂଆଦିଲ୍ଲୀ,୨୩/୫ :  ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ଫ୍ୟାନ୍ସଙ୍କ ଲାଗି ଖୁସି ଖବର । କିଙ୍ଗ୍ ଖାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ଅଭିନେତାଙ୍କୁ ଡିହାଇଡ୍ରେଶନ କାରଣରୁ ବୁଧବାର ଅପରାହ୍ନରେ ହସ୍ପିଟାଲରେ ଆଡମିଟ କରାଯାଇଥିଲା । ଶାହରୁଖ ଅହମ୍ମଦାବାଦର କେଡି ହସ୍ପିଟାଲରେ ଆଡମିଟ ହୋଇଥିଲେ । ଏବେ କୁହାଯାଉଛି କି ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଡିସଚାର୍ଜ ପରେ ଶାହରୁଖ ଅହମ୍ମଦାବାଦ ଏୟାରପୋର୍ଟରୁ ଚାର୍ଟର ପ୍ଲେନ ନେଇ ମୁମ୍ବାଇ ଯିବେ । 

ଏହା ପୂର୍ବରୁ କିଙ୍ଗ୍ ଖାନଙ୍କ ମ୍ୟାନେଜର ପୋଷ୍ଟ ସେୟାର କରି ଲେଖିଥିଲେ କି ମୁଁ ମିଷ୍ଟର ଖାନଙ୍କ ସମସ୍ତ ଶୁଭେଚ୍ଛୁ ଏବଂ ଫ୍ୟାନ୍ସଙ୍କୁ ଏହି କଥା କହିବାକୁ ଚାହୁଁଛି କି ତାଙ୍କ ସ୍ବାସ୍ଥ୍ୟବସ୍ଥା ପୂର୍ବଠାରୁ ଭଲ ଅଛି । ଆପଣଙ୍କ ଭଲପାଇବା, ପ୍ରାର୍ଥନା ଲାଗି ଧନ୍ୟବାଦ ।

ପ୍ରକାଶ ଯେ, ୨୧ମଇ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ ୨୦୨୪ର ପ୍ରଥମ କ୍ବାଲିଫାୟର ମ୍ୟାଚ୍ ଖେଳାଯାଇଥିଲା । ଏହି ମୁକାବିଲାରେ କେକେଆର ବାଜି ମାରି ନେଇଥିଲା ଏବଂ ଚତୁର୍ଥ ଥର ଫାଇନାଲରେ ଏଣ୍ଟ୍ରି କରିଛି । ଏହି ମ୍ୟାଚ ଲାଗି ଶାହରୁଖ ଖାନ ଦୁଇ ଦିନରୁ ଅହମ୍ମଦାବାଦ ଆସିଥିଲେ । ଗରମ ଅଧିକ ହେବା କାରଣରୁ ତାଙ୍କର ଡିହାଇଡ୍ରେଶନ ହୋଇଥିଲା । ମ୍ୟାଚ୍ ପରେ ଶାହରୁଖ ଖାନ ପଡ଼ିଆରେ ବହୁ ସମୟ ପର୍ଯ୍ୟନ୍ତ ରହିଥିଲେ ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଥିଲେ । ଏହାପରେ ବିଳମ୍ବିତ ରାତିରେ ସେ ନିଜ ଟିମ୍ ସହ ଅହମ୍ମଦାବାଦର ଏକ ପଞ୍ଚ ତାରକା ହୋଟେଲରେ ପହଞ୍ଚିଥିଲେ । ଯେଉଁଠାରେ ତାଙ୍କୁ ଟିମ୍‌ ସହ ଭବ୍ୟ ସ୍ବାଗତ କରାଯାଇଥିଲା । ୨୨ମଇ ସକାଳେ ଶାହରୁଖ ଖାନଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିଲା । ଯାହାପରେ ତାଙ୍କୁ ଅପରାହ୍ନ ୧ଟାବେଳେ କେଡି ହସ୍ପିଟାଲକୁ ନିଆଯାଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.