ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମଦନମୋହନପଡ଼ାରେ ସେକ୍ସ ର‌୍ୟାକେଟ୍‌ ଠାବ ଘଟଣା: ବନ୍ଧା ହେଲା ମାଷ୍ଟର୍‌ମାଇଣ୍ଡ, ପୂର୍ବରୁ ୪ ଗିରଫ ହୋଇଥିଲେ

ଅନୁଗୁଳ,୨୪/୦୮: ଦୁଇ ମାସ ତଳେ ଅନୁଗୁଳ ସହରର ମଦନମୋହନପଡ଼ାରେ ଠାବ ହୋଇଥିବା ସେକ୍ସ  ର‌୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌କୁ ଗିରଫ କରିଛି ପୁଲିସ୍‌ । ଗିରଫ ଅଭିଯୁକ୍ତ ମଦନମୋହନପଡ଼ାର ମିନତି ଓରଫ୍‌  ସବନମ୍‌ ବେଗମ୍‌ । ପୂର୍ବରୁ ପୁଲିସ୍‌ ଏହି ମାମଲାରେ ୪ଜଣଙ୍କୁ  ଗିରଫ କରିଥିବା ବେଳେ ସବନମ୍‌ ପୁଲିସ୍‌କୁ ଚକ୍‌ମା ଦେଇ ଫେରାର୍‌  ହୋଇଯାଇଥିଲା । ସେ ଅନୁଗୁଳ  ସହରରେ ବୁଲୁଥିବା ଖବର ପାଇ ପୁଲିସ୍‌  ଚଢ଼ଉ କରି ତା’ଙ୍କୁ  ଗିରଫ କରିବାରେ ସଫଳ ହୋଇଛି ।

ସୂଚନା ମୁତାବକ,  ଜୁନ୍‌ ୨୯ ତାରିଖ ଦିନ ଏହି ଚଢ଼ାଉ କରିଥିଲା ପୁଲିସ୍‌ । ବ୍ରାଉନ୍‌ସୁଗର କାରବାର ନେଇ ପୁଲିସ୍‌କୁ ପକ୍କା  ସୂଚନା ମିଳିଥିଲା। ସେହିଦିନ ଅପରାହ୍ଣରେ ପୁଲିସ୍‌  ସଦଳବଳ ଅତର୍କିତ ଚଢ଼ାଉ କରି ବ୍ରାଉନ୍‌ସୁଗର ଖୋଜିବା ବେଳକୁ ସେକ୍ସ ର‌୍ୟାକେଟ୍‌ ଚାଲିଥିବା ଦେଖିଥିଲା ପୁଲିସ୍‌ । ପୁଲିସ୍‌ ୨ ଜଣ ଦେହଜୀବୀଙ୍କୁ  ଉଦ୍ଧାର କରିବା ସହିତ ଦୁଇ ଜଣ ଗ୍ରାହକଙ୍କ ସମେତ ୪  ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ  ମାଷ୍ଟରମାଇଣ୍ଡ୍‌ ସବନମ୍‌ର ସ୍ୱାମୀ ଓ ପୁଅ ମଧ୍ୟ ସାମିଲ୍‌  ଥିଲେ । ଉଭୟ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳରୁ ଝିଅ ଯୋଗାଇବା ସହିତ ସେକ୍ସ କାରବାରରେ ସହଯୋଗ  କରୁଥିଲେ । ପୁଲିସ୍‌ ଘଟଣା ଦିନ ଚାରି ଜଣଙ୍କୁ ଗିରଫ  କରିଥିବା ବେଳେ ସବନମ୍‌ ଫେରାର୍‌ ହୋଇଯାଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.