ପ୍ରମୂଖ ଖବର
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଧକ୍କାରେ ବାଇକ୍ ଚାଳକ ଆହତ, ମହିଳା ଗୁରୁତର
  • ||
  • କେନ୍ଦ୍ରାପଡ଼ା : ଗାଁ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୋଗରାଇ : ପିକନିକ୍‌ ଗାଡ଼ି ମୁହାଁମୁହିଁ ଧକ୍କା, ୬ ପର୍ଯ୍ୟଟକ ଗୁରୁତର
  • ||
  • ପଶ୍ଚିମବଙ୍ଗରୁ ଶିମିଳିପାଳ ଫେରିଲା ବାଘୁଣୀ 'ଜିନ୍ନତ', ଯମୁନାଗଡ଼ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବ
  • ||
  • ଖଲ୍ଲିକୋଟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ୪ ଜଣଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି
  • ||
  • ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ
  • ||
  • ଏମିତି ରହିବ ୨୦୨୫ ରାଜ୍ୟ ପାଣିପାଗ! ଗ୍ରୀଷ୍ମରେ ବାତ୍ୟା ଆଶଙ୍କା, ମୌସୁମୀ ବର୍ଷା ରହିବ ଠିକ୍‌ଠାକ୍‌
  • ||

ଡଲେୱାଲଙ୍କ ଅନଶନ ମାମଲା,ପଞ୍ଜାବ ସରକାର ଓ ଚାଷୀ ନେତାଙ୍କୁ ବର୍ଷିଲେ ସୁପ୍ରିମକୋର୍ଟ

Published By : Anindita | December 29, 2024 11:42 AM

ନୂଆଦିଲ୍ଲୀ,୨୯/୧୨: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁ ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବିରେ ପଞ୍ଜାବ-ହରିୟାଣା ସୀମାନ୍ତବର୍ତ୍ତୀ ଖନୌରୀ ଠାରେ ଗତ ୩୩ ଦିନ ହେଲା ଆମରଣ ଅନଶନରେ ବସିଛନ୍ତି ଚାଷୀ । ତେବେ ଅନଶନରେ ବସିଥିବା ଚାଷୀନେତା ଜଗଜୀତ ସିଂହ ଡଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ବେଳେ  ଯାହାକୁ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି । କହିଛନ୍ତି ପ୍ରଥମେ ଆପଣ ସମସ୍ୟା ସୃଷ୍ଟି କରୁଛନ୍ତି । ପରେ କହୁଛନ୍ତି କଣ କି କିଛି କରିପାରିବେ ନାହିଁ । ଆସନ୍ତା ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ସହାୟତାରେ ଡଲେୱାଲଙ୍କୁ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ସର୍ବୋଚ୍ଚ ଅଦାଲତ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଶୁଣାଣି ବେଳେ କୋର୍ଟ ଡଲେୱାଲଙ୍କ ଚିକିତ୍ସା ବ୍ୟବସ୍ଥା ଓ ତାଙ୍କୁ ହସ୍ପିଟାଲ ନେବାର ବ୍ୟବସ୍ଥା ସମ୍ପର୍କିତ ସବିଶେଷ ତଥ୍ୟ ଦେବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ପଞ୍ଜାବର ଆଡଭୋକେଟ ଜେନେରାଲ ଗୁରମିନ୍ଦର ସିଂହ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରିଥିଲେ । ସେହିଭଳି ପଞ୍ଜାବ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି ଆସନ୍ତା ୩୧ରେ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ଅନ୍ୟପକ୍ଷରେ ଡଲେୱାଲଙ୍କୁ ହସ୍ପିଟାଲ ସ୍ଥାନାନ୍ତରଣକୁ ବିରୋଧ କରୁଥିବା ଚାଷୀନେତାଙ୍କୁ ମଧ୍ୟ ସର୍ବୋଚ୍ଚ ଅଦାଲତ ତୀବ୍ର ସମାଲୋଚନା କରିଛନ୍ତି । କହିଛନ୍ତି ଅସୁସ୍ଥଙ୍କୁ ହସ୍ପିଟାଲକୁ ନେବା ଲାଗି ରୋକାଯିବା ଭଳି ଆନ୍ଦୋଳନ ପୂର୍ବରୁ କେବେ ଶୁଣାଯାଇନାହିଁ । ଏହା ଆତ୍ମହତ୍ୟା କରିବା ଲାଗି ଉସୁକାଇବା ସହ ସମାନ । ଆପଣମାନେ କିଭଳି ଚାଷୀନେତା ଯାହାକି ଡଲେୱାଲ ମରିଯାନ୍ତୁ ବୋଲି ଚାହୁଁଛନ୍ତି । ଡଲେୱାଲଙ୍କ ଉପରେ ଚାପ ପକାଯାଉଛି । ଯେଉଁମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ବିରୋଧ କରୁଛନ୍ତି ସେମାନେ ଡଲେୱାଲଙ୍କ ଶୁଭଚିନ୍ତକ ନୁହନ୍ତି । ସେ ହସ୍ପିଟାଲରେ ଚିକିତ୍ସିତ ହୋଇ ମଧ୍ୟ ନିଜର ଅନଶନ ଜାରି ରଖିପାରିବେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.