ପ୍ରମୂଖ ଖବର
  • ଏସ୍‌ସିବିରେ ଖୋଲିଲା ରୋଗୀ ସମ୍ପର୍କୀୟ ବିଶ୍ରାମ ସ୍ଥଳ, ଶୃଙ୍ଖଳା ପାଇଁ ସିକ୍ୟୁରିଟି ଗାର୍ଡ ନିୟୋଜିତ
  • ||
  • ଶପଥ ନେଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ବର୍ଷ ଆରମ୍ଭରୁ ଗ୍ରାହାକଙ୍କ ପାଇଁ ଖୁସି ଖବର, କମିଲା କମର୍ସିିଆଲ ଗ୍ୟାସ ଦର

Published By : Anindita | January 1, 2025 8:56 AM

ନୂଆଦିଲ୍ଲୀ,୦୧/୦୧:ନୂଆବର୍ଷ ଆରମ୍ଭରୁ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । କମିଲା ରନ୍ଧନ ଗ୍ୟାସ ଦର । ୨୦୨୫ ଆରମ୍ଭରୁ ସରକାରୀ ତୈଳ କମ୍ପାନୀ ଏଲପିଜି ସିଲିଣ୍ଡରର ଦରରେ ୧୪.୫୦ ଟଙ୍କା ହ୍ରାସ କରିଛି । ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ୧୮୧୮.୫୦ ଟଙ୍କାରୁ ହ୍ରାସ ପାଇ ୧୮୦୪ ଟଙ୍କା ହୋଇଯାଇଛି ।

ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ ୧୯ କିଲୋ ଏଲପିଜି ସିଲିଣ୍ଡରର ଦାମ ସଂଶୋଧନ କରାଯାଇ ନୂଆ ଦରର ଘୋଷଣା କରାଯାଇଥାଏ । ଏଥିସହ ନୂଆ ବର୍ଷରେ ଏହି କମ୍ପାନୀଗୁଡ଼ିକ ନିଜ ଉପଭୋକ୍ତାମାନଙ୍କୁ ଆଶ୍ୱସ୍ତି ଦେଇ ୧୯ କିଲୋ ଏଲପିଜି ସିଲିଣ୍ଡରର ଦରରେ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ୧ ଜାନୁଆରୀ ୨୦୨୫ରେ ଦିଲ୍ଲୀରେ ୧୯ କିଲୋର ଏଲପିଜି ସିଲିଣ୍ଡର ଭରିବା ବର୍ତ୍ତମାନ ୧୮୦୪ ଟଙ୍କା ଦେବାକୁ ପଡିବ ଯାହା ପ୍ରଥମେ ୧୮୧୮.୫୦ ଟଙ୍କା ଦେବାକୁ ପଡୁଥିଲା ।କୋଲକାତାରେ ଏହି ଦର ହ୍ରାସ ପାଇ ୧୯୧୧ ଟଙ୍କା ହୋଇଯାଇଛି, ଏହା ପୂର୍ବରୁ ୧୯୨୭ ଟଙ୍କା ଥିଲା । ସେହିପରି ମୁମ୍ବାଇରେ ଏହି ମୂଲ୍ୟ ୧୭୫୬ ଟଙ୍କା ହୋଇଯାଇଛି, ଯାହା ପୂର୍ବରୁ ୧୭୭୧ ଟଙ୍କା ଥିଲା । ଚେନ୍ନାଇରେ ୧୯୮୦.୫୦ ଟଙ୍କାରୁ ହ୍ରାଇ ପାଇ ୧୯୬୬ ଟଙ୍କା ହୋଇଯାଇଛି । ସେହିପରି ଗତ ମାସ ଡ଼ିସେମ୍ବର ପହିଲାରେ ମହଙ୍ଗା ମାଡ଼ ହୋଇଥିଲା । ୧୯ କିଲୋ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇ ୧୮୧୮.୫୦ ଟଙ୍କା ହୋଇଥିଲା । ଅନେକ ସମୟ ଧରି ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଦଳୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ୧୪ କିଲୋର ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.