ପ୍ରମୂଖ ଖବର
  • ଗୁଜୁରାଟରେ କୋଷ୍ଟଗାର୍ଡର ଆଡ୍‌ଭାନ୍ସ ହେଲିକପ୍ଟର ଦୁର୍ଘଟଣାଗସ୍ତ, ୩ ମୃତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ଭୁଶୁଡ଼ିଲା ନିର୍ମାଣଧୀନ ବକ୍ସ ଡ୍ରେନ ସ୍ଲାବ୍, ଜଣେ ଆହତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ
  • ||
  • କଟକ ମାତୃଭବନ ନିକଟ ଭୁଶୁଡ଼ିଲା ନିର୍ମାଣାଧୀନ ବକ୍ସଡ୍ରେନ୍ ପାଚେରୀ
  • ||
  • ପାଟଣା : ହାତୀଠାରୁ ବଞ୍ଚିବା ବେଳେ ନିଆଁରେ ପଡ଼ିଗଲେ ମହିଳା, ଚାଲିଗଲା ଜୀବନ
  • ||
  • ବର୍ଡର-ଗାଭାସ୍କର ଟ୍ରଫି ; ଭାରତର WTC ଆଶା ଧୂଳିସାତ୍ , ୩-୧ରେ ସିରିଜ ସିଲ କଲା ଅଷ୍ଟ୍ରେଲିଆ
  • ||
  • ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ଟଳିଲେ ୪ ନକ୍ସଲ, ଜଣେ କନଷ୍ଟେବଳ ସହିଦ
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରେକର୍ଡ
  • ||
  • ଆଜି ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଜନଜାତି ଶିକ୍ଷାର୍ଥୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା
  • ||
  • ପିକିନିକ ସାରି ଫେରୁଥିଲେ ; ଅଟୋକୁ ଧକ୍କା ଦେଲା ଟ୍ରକ୍ , ଚାଲିଗଲା ୪ ଜୀବନ
  • ||
  • ଆଜିଠୁ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା: ଖୋଲିବ ୧୪୭ ଷ୍ଟଲ୍‌
  • ||
  • ବରଗଡ଼ ଧନୁଯାତ୍ରା ଦ୍ୱିତୀୟ ଦିବସ: କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଲେ ଶ୍ରୀକୃଷ୍ଣ
  • ||
  • ବଲାଙ୍ଗୀର : ବାଇକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ଦୁଇ ଗୁରୁତର
  • ||
  • ଶ୍ରୀମନ୍ଦିର ଉପରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
  • ||
  • ଦୁଲୁକିଲା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର, ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀବାସୀ
  • ||

ଡେରା ମୁଖ୍ୟ ଗୁରମିତ ରାମ-ରହିମ୍‌ଙ୍କର ବଢିଲା ମୁସ୍କିଲ, ୨୩ ବର୍ଷ ପୁରୁଣା କେସ୍‌ରେ SC ପଠାଇଲେ ନୋଟିସ୍‌

Published By : Prameya | January 3, 2025 5:47 PM

ନୂଆଦିଲ୍ଲୀ: ଡେରା ମୁଖ୍ୟ ଗୁରମିତ ରାମ-ରହିମ୍‌ଙ୍କର ବଢିଲା ମୁସ୍କିଲ। ସୁପ୍ରିମକୋର୍ଟ ୨୩ବର୍ଷ ପୁରୁଣା ହତ୍ୟାକାଣ୍ଡର ଏକ ମାମଲାରେ ମୁକ୍ତ କରାଯିବା ବିରୋଧରେ ସିବିଆଇ ଦ୍ୱାରା ଦାଏର ପିଟିସନରେ, ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ ରାମ ରହିମ ସିଂହଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ଜବାବ ମାଗିଛନ୍ତି। ଦେଶର ମୁଖ୍ୟ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ସଞ୍ଜିବ ଖାନ୍ନା ଓ ଜଷ୍ଟିସ୍ ସଞ୍ଜୟ କୁମାର ନୋଟିସ ଜାରି କରି ୨୦୦୨ର ମର୍ଡର ମାମଲାରେ ମୁକ୍ତ କରାଯାଇ ଥିବା ଆଉ ୪ଜଣ ଲୋକଙ୍କର ମଧ୍ୟ ଜବାବ ମାଗିଛନ୍ତି।  

ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ଡେରାର ପୂର୍ବତନ ପ୍ରବନ୍ଧକ ରଣଜିତ ସିଂହଙ୍କ ହତ୍ୟା ମାମଲାରେ, ଗତ ବର୍ଷ ୨୮ମେ ୨୦୨୪ରେ ଗୁରମିତ ସିଂହ ଓ ଗୁରମିତ ସିଂହ ଏବଂ ଆଉ ୪ଜଣଙ୍କୁ ମୁକ୍ତ କରି ଦିଆ ଯାଇଥିଲା, ଯାହା ବିରୋଧରେ ସିବିଆଇ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି। ଚିଫ୍‌ ଜଷ୍ଟିସଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ କହିଛନ୍ତି କି, ଏହି ମାମଲାର ଶୁଣାଣି ପୂର୍ବରୁ ହିଁ ଜଷ୍ଟିସ୍ ବେଲା ଏମ୍‌ ତ୍ରିବେଦୀଙ୍କ ଅଧ୍ୟକ୍ଷତାର ପୀଠ କରୁଛନ୍ତି। ଏଥିପାଇଁ ଏହି ମାମଲାକୁ ଏବେ ଆଗାମୀ କାର୍ଯ୍ୟବାହୀ ପାଇଁ ତାଙ୍କର ପୀଠର ସାମ୍ନାରେ ଲିଷ୍ଟ କରାଯିବ।

ମାମଲାଟି ଥିଲା ଏମିତି  -

୧୦ଜୁଲାଇ ୨୦୦୨ରେ ହରିଆଣାର କୁରୁକ୍ଷେତ୍ରର ଖାନପୁର କଲୋନୀରେ ରଣଜିତ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇ ଥିଲା। ଏହି ହତ୍ୟାକାଣ୍ଡର କାରଣ ସେହି ଅଜ୍ଞାତ ଚିଠି ସହ ଜଡ଼ିତ , ଯେଉଁଥିରେ ସିରସା ସ୍ଥିତ ଡେରା ମୁଖ୍ୟାଳୟରେ ଗୁରମିତ ରାମ ରହିମଙ୍କ ଦ୍ୱାରା ମହିଳାଙ୍କ ଯୌନ ଶୋଷଣର ଅଭିଯୋଗକୁ ଖୁଲାସା କରାଯାଇ ଥିଲା। ସନ୍ଦେହ ଥିଲା କି, ଡେରାର ତତ୍କାଳୀନ ପ୍ରବନ୍ଧକ ରଞ୍ଜୀତ ସିଂହ ସେହି ଚିଠିର ପ୍ରଚାର ପ୍ରସାର କରାଇ ଥିଲେ। ଏହି ଚିଠିରେ ଏହା ମଧ୍ୟ କୁହାଯାଇ ଥିଲା ଯେ, ଡେରାରେ କେମିତି ମହିଳା ଅନୁଗାମୀଙ୍କ ସହ ଦୁର୍ବ୍ୟବହାର କରାଯାଉ ଥିଲା। ଏହି ଚିଠି ସାର୍ବଜନିକ ହେବା ଓ ଡେରାର ମ୍ୟାନେଜରଙ୍କ ସଦିଗ୍ଧ ହତ୍ୟା ପରେ ବଡ଼ ସ୍ତରରେ ଲୋକଙ୍କ ଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। 

ଏହି ମାମଲାରେ ୨୦୨୧ରେ, ପଞ୍ଚକୁଲାର ବିଶେଷ ସିବିଆଇ ଅଦାଲତ ରଣଜିତ ସିଂହଙ୍କ ହତ୍ୟାକାଣ୍ଡରେ ସାମିଲ ହେବା ପାଇଁ ଗୁରମିତ ରାମ ରହିମ ଓ ଆଉ ଅନ୍ୟ ଚାରି ଜଣ – ଅବତାର ସିଂହ , କୃଷ୍ଣ ଲାଲ , ଜସବୀର ସିଂହ ଓ ସବଦିଲ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଥିଲା। କୋର୍ଟ ସବୁ ୫ଦୋଷୀଙ୍କୁ ଆଜୀବନ କାରାଦଣ୍ଡର ସଜା ଶୁଣାଇ ଥିଲେ ଏବଂ ସମସ୍ତଙ୍କ ଉପରେ ଖୁବ୍‌ ଜୋରିମନା ମଧ୍ୟ ଲଗାଯାଇ ଥିଲା। ରାମ ରହିମଙ୍କ ଉପରେ ୩୧ ଲକ୍ଷ ଟଙ୍କା, ସବଦିଲ ସିଂହଙ୍କ ଉପରେ ୧.୫୦ ଲକ୍ଷ ଟଙ୍କା , ଜସବୀର ସଂହ ଓ କୃଷ୍ଣଲାଲଙ୍କ ଉପରେ ୧.୨୫ ଲକ୍ଷ ଟଙ୍କା ଓ ଅବତାର ସିଂହଙ୍କ ଉପରେ ୭୫,୦୦୦ଟଙ୍କାର ଜୋରିମନା ଲଗାଯାଇ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.