ପ୍ରମୂଖ ଖବର
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ନୂଆ ଆଶା ନେଇ ଆସିଛି ନୂଆବର୍ଷ ୨୦୨୫, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

Published By : Ankita S | January 1, 2025 9:44 AM

ନୂଆଦିଲ୍ଲୀ,୦୧/୦୧: ବିଦାୟ ନେଇଛି ୨୦୨୪ । ପାଦ ଥାପି ସାରିଛି ନୂଆବର୍ଷ । ନୂଆ ଆଶା,  ନୂଆ ସମ୍ଭବନା ନେଇ ଆସିଛି ୨୦୨୫ । ନୂତନବର୍ଷକୁ ନେଇ ସବୁଠି ଉତ୍ସାହ । ସେଲିବ୍ରେସନ ମୁଡରେ ସଭିଏଁ। ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା । ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ । ଦେଶ ଓ ବିଶ୍ବର ଭବିଷ୍ୟତ ପାଇଁ ଏକାଠୀ ହୋଇ କାମ କରିବାକୁ  ଏହି ଦିନରେ ଆସନ୍ତୁ ପ୍ରତିଶ୍ରୁତି ନେବା  ।

ନୂତନ ବର୍ଷର  ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନୂଆବର୍ଷ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ଆଣୁ । ସଫଳତା ସହ ସମସ୍ତଙ୍କ ଜୀବନରେ ଅସରନ୍ତି ଖୁସି ଭରି ଦେଉ । ସମସ୍ତଙ୍କ ଜୀବନ ସୁଖ  ସମୃଦ୍ଧିରେ ଭରିଯାଉ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆବର୍ଷ ଶୁଭେଚ୍ଛା ଜଣାଇ କହିଛନ୍ତି,  ନୂତନବର୍ଷ ଅବସରରେ ଭିଡିଓ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଓଡିଆ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା । ଇଂରାଜୀ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ । ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧି ଭରି ଦେଉ । ଏକ ସମୃଦ୍ଧ ଓ ବିକଶିତ ଓଡିଶା ଗଠନ ନେଇ ନୂଆବର୍ଷରୁ ନିଜର ଶ୍ରେଷ୍ଠ ଯୋଗଦାନ କରିବା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଂରାଜୀ ନବବର୍ଷର ଶୁଭେଚ୍ଛା ଦେଇ କହିଛନ୍ତି, ୨୦୨୫ର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା । ନୂଆବର୍ଷ ଆପଣମାନଙ୍କ ଜୀବନରେ ଖୁସି, ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧି ଆଣିଦେଉ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.