ପ୍ରମୂଖ ଖବର
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

୧୫ ବର୍ଷ ବୟସରେ ପ୍ରାଣ ହରାଇଲେ ନେପାଳର ଶିଶୁ ସଙ୍ଗୀତଙ୍ଗ ସଚୀନ ପରିୟାର, ଗୀତ ଗାଇ ରାତାରାତି ପାଲଟିଥିଲେ ଷ୍ଟାର

Published By : Bijay Swain | January 3, 2025 11:39 PM

Image courtesy: indiatoday

ନୂଆଦିଲ୍ଲୀ: ନେପାଳର ପ୍ରସିଦ୍ଧ ଶିଶୁ ସଙ୍ଗୀତଙ୍ଗ ସଚୀନ ପରିୟାରଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି। ଏହି ଶିଶୁ କଳାକାର ଜମଙ୍କ ଓଥା ଖୋଲେରା ନାମକ ଏକ ଗୀତ ଗାଇ ରାତାରାତି ନେପାଳ ସହ ଭାରତର ଷ୍ଟାର ପାଲଟିଯାଇଥିଲେ। କାଠମାଣ୍ଡୁର ତ୍ରୀଭୁବନ ୟୁନିଭରସିଟି ଟିଚିଂ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୧୫ ବର୍ଷ ବୟସରେ ସଚୀନଙ୍କ ମୃତ୍ୟୁ ହୋଇଛି ବୋଲି ହସପିଟାଲ କତ୍ତୃପକ୍ଷ ଘୋଷଣା କରିଛନ୍ତି। 

ସଚୀନ ଜନ୍ମରୁ ଭେଣ୍ଟ୍ରିକୁଲାର ସିଷ୍ଟ ରୋଗରେ ଆକ୍ରାନ୍ତ ଥିଲେ। ଏହି ରୋଗରୁ ମୁକ୍ତି ପାଇବା ପାଇଁ ତାଙ୍କର ନ୍ୟୁରୋ ସର୍ଜରୀ କରାଯାଇଥିଲା। ଏହା ସହିତ, ତାଙ୍କର ଦ୍ୱିତୀୟ ସ୍ତରର ମଧୁମେହ ମଧ୍ୟ ରହିଥିଲା। ଯେଉଁଥିପାଇଁ ସେ ପ୍ରତିଦିନ ଔଷଧ ମଧ୍ୟ ଖାଉଥିଲେ। ତେବେ ସଚିନ ପରିୟାର ନିଜର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ଗୁରୁବାର ଦିନ ଡାକ୍ତରଖାନା କତ୍ତୃପକ୍ଷ ଏକ ବିବୃତ୍ତି ଜାରି କରିଥିଲେ।

ଡିସେମ୍ବର ୨୮ ତାରିଖରେ ସଚୀନଙ୍କୁ ତୀବ୍ର ଜ୍ୱର ହେବା ଓ ଚେତା ବୁଡିଯିବା କାରଣରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଦ୍ରୁତ ଗତିରେ ଖରାପ ହେବାରେ ଲାଗିଥିଲା। ତାଙ୍କୁ ନିମୋନିଆ,ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ, କିଡନୀ ଫେଲ, ଏନସେଫାଲୋପାଥି ସହ ଭୟଙ୍କର ସଂକ୍ରମଣ ଓ ଆନ୍ତରୀଣ ରକ୍ତସ୍ରାବ ହେଉଥିଲା। ଏଣୁ ସେ ଭୟଙ୍କର ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିଲେ।

ସେ ହସ୍ପିଟାଲରେ ଭର୍ତ୍ତି ହେବାର ପଞ୍ଚମ ଦିନରେ ତାଙ୍କର ଫୁସଫୁସରେ ପ୍ରବଳ ରକ୍ତସ୍ରାବ ହେବା ସହ ଶରୀରରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିବା ସହ  ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ସଚୀନଙ୍କ ଗୀତ ଏବଂ ଅଭିନୟ ଦକ୍ଷତାର ପ୍ରମାଣ ସ୍ୱରୁପ ଓଥା ଖୋଲେରା ମ୍ୟୁଜିକ୍ ଭିଡିଓ ଜାନୁୟାରୀ ୨ ତାରିଖ ସୁଦ୍ଧା ୟୁଟ୍ୟୁବରେ 19 ମିଲିୟନରୁ ଅଧିକ ଭ୍ୟୁ ସଂଗ୍ରହ କରିସାରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.